ଅକାଳ ମୃତ୍ୟୁ ଏବଂ ଗରିବୀ ଆସିବାର ଏହି କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁମାନେ ଆମେ ଘରକୁ ସୁଖ ସମୃଦ୍ଧି ଆଣିବା ପାଇଁ ବହୁ ଶାସ୍ତ୍ର ଅନୁଯାୟୀ ଉପାୟ ମାନ ଅବଲମ୍ବନ କରିଥାଉ। ଏପରି କିଛି କାମ ଅଛି ଯାହାକୁ ଆମକୁ କରିବା ଅନୁଚିତ୍ ନଚେତ୍ ହେଇଯିବେ କାଙ୍ଗାଳ। ଯଦି ଘରେ ଯେତେ ରୋଜଗାର କଲେ ମଧ୍ୟ ପଇସା ରହୁନାହିଁ ଅବା ଘରେ କଳହ ଲାଗି ରହୁଛି। ତେବେ ଏହି ୫ଟି ବଡ଼ ଭୁଲ କେବେ କରନ୍ତୁ ନାହିଁ। ଘରକୁ ଆସୁଥିବା ଏହା ୫ଟି ବଡ଼ ଭୁଲ ବୋଲି କୁହା ଯାଇଛି। ଆମ ଜୀବନରେ ଆମେ କିଛି ଏପରି ଭୁଲ କରି ଦିଅନ୍ତି ଯାହା ଆସୁଥିବା କାର୍ଯ୍ୟକୁ ଅଟକେଇ ଥାଏ। ଏପରି ପରିସ୍ଥିତିରେ ଧନ କମେଇବା ପରେ ମଧ୍ୟ ଗରିବୀ ସାମ୍ନା କରିବାକୁ ପଡେ ଅବା ଘରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗେ।

ଘରେ ଏହି ୫ଟି ଭୁଲକୁ କେବେ କରିବାକୁ ଦିଅନ୍ତୁ ନାହିଁ ଯାହା ବର୍ବାଦିର ମୁଖ୍ୟ କାରଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ। ଶାସ୍ତ୍ର ଅନୁଯାୟୀ ଘରେ କେବେ ହେଲେ ଗୋଟିଏ ଅବା ଦୁଇଟିରୁ ଅଧିକା ଚାକୁ ଅବା ଛୁରୀ ରଖନ୍ତୁ ନାହିଁ। ଏହା ନକାରାତ୍ମକତା ବଢେଇ ଥାଏ ତେଣୁ ଏହାକୁ ସକାଳ ସମୟରେ କେବେ ହେଲେ ଦେଖନ୍ତୁ ନାହିଁ। ଅଧିକା ଚାକୁ ଛୁରୀ ରଖିଲେ ଘରେ ଝଗଡ଼ା ହୋଇଥାଏ। ଏହା ଦ୍ଵାରା ଧନର ହାନି ମଧ୍ୟ ହୋଇଥାଏ।

ଘରେ କଣ୍ଟା ଜାତୀୟ ଗଛ ଯେପରି ନାଗ ଫେଣି ଆଦି ଘରେ ଅକାଳ ମୃତ୍ୟୁକୁ ବଢେଇ ଦେଇଥାଏ। ତେଣୁ ଖାସ୍ କରି କଣ୍ଟା ଗଛ ଭିତରେ ନାଗ ଫେଣି ଗଛ ରଖନ୍ତୁ ନାହିଁ। ଘରେ ଆସନ୍ତି ଲାଗି ରୁହେ ଓ ଘରେ ଭୂତ ପ୍ରେତଙ୍କ ବାସ ରହିଥାଏ। ଯେଉଁ ଗଛରେ ପତ୍ର ନଥାଇ କଣ୍ଟା ଥାଏ ସେହି ଘରେ ଆସନ୍ତି ଲାଗି ରୁହେ। ଯେଉଁ ଘରେ ନାଗ ଫେଣି ଲାଗିଥାଏ ସେହି ଘରେ ସବୁ ବେଳେ ଅଶାନ୍ତି ଏବଂ କଳହ ଲାଗି ରୁହେ।

ଜଦି ମାସିକ ଧର୍ମ ବେଳେ ଆପଣ ତୁଳସୀ ଗଛରେ ପାଣି ଦିଅନ୍ତି। ତେବେ ଏହା ଘରକୁ ଅଶାନ୍ତି ଆଣିଥାଏ। ତେଣୁ ଆପଣ ଏହି ସମୟର ଆରାମ କରନ୍ତୁ। ଘରେ ଭଙ୍ଗା ଖଟ, ଇଟା ଆଦି ପଡ଼ିଛି। ତେବେ ଏହା ବହୁତ୍ ଅସୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଘରକୁ ସମସ୍ୟା ଆଣିଥାଏ। ଘରେ ଭଙ୍ଗା ରୁଜା ବାସନ,ଭଙ୍ଗା ଆଇନା,ବନ୍ଦ ପଡିଥିବା ଘଣ୍ଟା ଅବା ଭଙ୍ଗା କାଚ ଗ୍ଲାସ୍ ଆଦି ରଖନ୍ତୁ ନାହିଁ। ଏହି ସବୁ କଥା ଉପରେ ଧ୍ୟାନ ଦେଲେ ଘରେ ଗରିବୀ ଆସେ ନାହିଁ। ଘରେ ବୁଢିଆଣୀ ଜାଲ ଥିଲେ ମାତା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ। ଏହା ନକାରାତ୍ମକତାକୁ ଆକର୍ଷିତ କରିଥାଏ।

ଅମୃତ ଭଣ୍ଡା ଗଛ ଘର ଭିତରେ ଲଗାନ୍ତୁ ନାହିଁ। ଏହା ଦ୍ଵାରା ଖରାପ ଶକ୍ତିର ବାସ ଘର ଭିତରେ ହୁଏ ନାହିଁ। ଯଦି ଘରେ ବାସ୍ନା ହେବା ଭଳି ଗଛ ଅଛି ତେବେ ଏହାକୁ ମଧ୍ୟ ବାହାରେ ଲଗାନ୍ତୁ କାରଣ ଏହାକୁ ମଧ୍ୟ ଶୁଭ ବୋଲି ମାନା ଯାଏ ନାହିଁ। ଏହା ମଧ୍ୟ ନକାରାତ୍ମକ ଶକ୍ତିକୁ ଆହୁରି ଆକର୍ଷିତ କରିଥାଏ। ଯେଉଁଠି ନକାରାତ୍ମକ ରହିଥାଏ ସେଠି ଝଗଡ଼ା ଆଉ ଅଶାନ୍ତି ଦେଖା ଦିଏ। ବର ଗଛ ଏବଂ ଓସ୍ତ ଗଛକୁ ମଧ୍ୟ ଘରେ ଲଗାନ୍ତୁ ନାହିଁ। ଏହାକୁ ମଧ୍ୟ ଅଶୁଭ ମାନା ଯାଇଥାଏ।

ଯଦି ଘରେ କୌଣସି ଜାଗାରେ ଓସ୍ତ ଗଛ ବାହାରି ପଡେ ତେବେ ଏହାକୁ କୌଣସି ସ୍ୱଚ୍ଛ ଜାଗାରେ ଜମିରେ ଗାତ କରି ପୋତି ଦିଅନ୍ତୁ। କିମ୍ବା ପାଣିରେ ଭସାଇ ଦିଅନ୍ତୁ। ଘରେ ଶୁଖିଲା ତୁଳସୀ ଗଛ ଅବା ବହୁତ୍ ବଢୁଥିବା କଦଳୀ ଗଛ ରଖନ୍ତୁ ନାହିଁ। ଏହା ଦ୍ଵାରା ଦୈବୀ ଶକ୍ତି କ୍ରୋଧିତ ହୋଇଥାଏ। ଘରେ ରାତିରେ ଅଇଁଠା ବାସନ ଆଦି ରଖନ୍ତୁ ନାହିଁ କାରଣ ଏହା ଅଭିଶାପ ଦେଇଥାଏ। ଏହାଦ୍ବାରା ପରିବାରରେ ଆସନ୍ତି ହେବା ସହ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗେ।

ରୋଷେଇ ଘରକୁ ସବୁବେଳେ ସଫା ରଖନ୍ତୁ କାରଣ ଏଠାରେ ମାତା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ। କୁହାଯାଏ କି ସ୍ବାମୀ ସ୍ତ୍ରୀଙ୍କ ରୁମକୁ ବାହାର ଲୋକ ଅବା ପର ପୁରୁଷ ଯିବା ଅନୁଚିତ୍ ନଚେତ୍ ସ୍ବାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କରେ ଫାଟ ଆସିଥାଏ। ଗୋଡ଼ରେ କବାଟ ଖୋଲନ୍ତୁ ନାହିଁ ନଚେତ୍ ମହାଲକ୍ଷ୍ମୀ ଘରକୁ ଆସିବେ ନାହିଁ। ଘରର ମୁଖ୍ୟ ଦ୍ଵାରରେ ସ୍ବଚ୍ଛତା ରଖନ୍ତୁ। ଏହା ଦ୍ଵାରା ମହାଲକ୍ଷ୍ମୀ ଘରକୁ ଆସନ୍ତି। ଗୁରୁବାର ଦିନ ଘରେ ପୋଛା ଲଗାନ୍ତୁ ନାହିଁ। ଏହା ଦ୍ଵାରା ଗୁରୁ ଗ୍ରହ କମଜୋର ହୁଏ। ଘରେ ଗୁରୁ କମଜୋର ଥିଲେ ଘରେ ମହା ବିନାଶ କାରି ଗରିବୀ ଆସେ। ମହାଲକ୍ଷ୍ମୀଙ୍କ କୃପା ମଧ୍ୟ ବ୍ୟକ୍ତିକୁ ପ୍ରାପ୍ତ ହୁଏ ନାହିଁ।

ଗୁରୁବାର ଦିନ ଚୁଟି ସଫା ଅବା ଡ୍ରେସ ସଫା ଆଦି କରନ୍ତୁ ନାହିଁ। ଏହା ଦ୍ଵାରା ସନ୍ତାନ ଏବଂ ସ୍ବାମୀଙ୍କ ଆୟୁ କମ ହୋଇଥାଏ। ଆପଣ ଖାଲି ପାଣିରେ ଧୋଇ ପାରିବେ ହେଲେ ଚୁଟିକୁ ସଫା କରିପାରିବେ ନାହିଁ। ରାତି ୧୨ ପାଖା ପାଖି ଆଇନା ଦେଖିବା ଅନୁଚିତ୍ କିମ୍ବା ମେକ୍ ଅପ୍ ଆଦି ହେବା ମଧ୍ୟ ଅନୁଚିତ୍। ନଚେତ୍ ଭୂତ ପ୍ରେତଙ୍କ ଆସର ହୋଇଥାଏ। ଆପଣଙ୍କୁ ରାତିରେ ପରଫୁମ୍ ମଧ୍ୟ ଲଗାଇବା ଅନୁଚିତ୍। ଗୁରୁବାର, ଶନିବାର ଅବା ରବିବାର ଦିନ ସମ୍ଭୋଗ କରିବା ଅନୁଚିତ୍। ଏହା ଜୀବନରେ ସମସ୍ୟା ଆଣିଥାଏ। ରୁଟି ବନେଇବା ପରେ ଗରମ ତାୱାରେ ପାଣି ଢ଼ାଳିବା ଅନୁଚିତ୍ କାରଣ ଏହା ଦ୍ଵାରା ରାହୁ ଦୋଷ ବଢ଼ିଥାଏ। ଏହା ଦ୍ଵାରା ଘରେ ଝଗଡ଼ା ବଢିଯାଏ ଓ ଧନର ହାନି ହୁଏ। ଏହା ସହିତ ବେଲଣା ପେଡିକୁ ସବୁବେଳେ ସଫା ରଖିବା ଉଚିତ୍।

ରୋଷେଇ ଘରେ ପଡିଥିବା ଅଳିଆ ଡବାକୁ ସଫା କରିଦେବା ଉଚିତ୍। ତୁଳସୀ ଗଛ ପାଖରେ ଓଦା କପଡା ଶୁଖେଇବା ଅନୁଚିତ୍। ଘରର ମନ୍ଦିର ସବୁବେଳେ ସଫା ରଖିବା ଉଚିତ୍। ମନ୍ଦିର ଭିତରେ ଗୋଟିଏରୁ ଅଧିକା ମୂର୍ତ୍ତି ରଖିବା ଅନୁଚିତ୍ ଯାହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଖରାପ ହୋଇଥାଏ। ସୂର୍ଯ୍ୟସ୍ତ ସମୟରେ ଖାଇବା ଅବା ଶୋଇବା ଅବା ଧନ ଦେବା ଅନୁଚିତ୍। ଏହି ସମୟରେ କ୍ରୋଧ କରିବା ଅବା କାନ୍ଦିବା ଅନୁଚିତ୍। ଏପରି ହେଲେ ଘରେ ଅକାଳ ମୃତ୍ୟୁ ବିପଦ ପଡି ଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ବାମୀ ସ୍ତ୍ରୀଙ୍କୁ ରାତି ସମୟରେ ଝଗଡ଼ା ଲାଗିବା ଅନୁଚିତ୍। ଯେଉଁଠାରେ ସ୍ତ୍ରୀ କାନ୍ଦେ ସେଠାରେ ଭଗବାନଙ୍କ ବାସ ହୁଏ ନାହିଁ। ଆଲମାରିରେ ଚିରା ଫଟା ନୋଟ୍ ରଖନ୍ତୁ ନାହିଁ। ବିଲେଇ ରଡ଼ି କରିବା ହେଉଛି ଘରେ ଖରାପ କଥା ବୋଲି ମାନା ଯାଏ। ଘରେ ବାଦୁଡ଼ି ଆସି ରହିବା ମଧ୍ୟ ବିପଦକୁ ଡାକିବା ସହ ସମାନ ଓ ଅଶାନ୍ତି ମଧ୍ୟ ବଢ଼ିଥାଏ। ଘରକୁ କାଉ ଆସିବା ଅବା ବୋବେଇବା ମଧ୍ୟ ଖରାପ ହୋଇଥାଏ। ସ୍ତ୍ରୀକୁ ସବୁବେଳେ ଏକାଦଶୀ ଏବଂ ଅନ୍ୟାନ୍ୟ ବ୍ରତ ରଖିବା ଉଚିତ୍। ଏହା ଦ୍ଵାରା ଘରେ ଇଶ୍ଵର ବାସ କରିବା ସହ ଘରେ ସୁଖ ଶାନ୍ତି ରହିଥାଏ।

Leave a Reply

Your email address will not be published. Required fields are marked *