ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ବିଜେଡିର ନୂଆ ଯୋଜନା।

ଅପରାଜିତାଙ୍କୁ ହରାଇବାକୁ ଜବରଦସ୍ତ ପ୍ଲାନ୍। ଭୁବନେଶ୍ୱରରେ ନୂଆ ପ୍ରାର୍ଥୀଙ୍କୁ ଓହ୍ଲାଇବ ବିଜେଡ଼ି। ଶ୍ରୀମୟୀଙ୍କ ବଦଳରେ ଆଉ ଜଣେ ହେବେ ପ୍ରାର୍ଥୀ। ହଁ ଦର୍ଶକ ବନ୍ଧୁ ଭୁବନେଶ୍ୱର ଲୋକସଭା ଆସନ ଉଭୟ ବିଜେଡ଼ି ଓ ବିଜେପିର ଫୋକସରେ ରହିଛି । ଏମିତିକି ରାଜ୍ୟରେ ଯେଉଁ ନିର୍ବାଚନୀ ମେଣ୍ଟର ଚର୍ଚ୍ଚା ହେଉଥିଲା ତାହା ନ ହେବା ପଛରେ ବି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବା ପୂର୍ବରୁ ଚର୍ଚ୍ଚା ହୋଇଛି। କାରଣ ଆସନ ଭାଗବଣ୍ଟା ମଧ୍ୟରେ ଯେଉଁ କିଛି ଆସନକୁ ନିଜ ପାଖରେ ରଖିବାକୁ ଦୁଇ ଦଳ ଅଡ଼ି ବସିଥିଲେ ବୋଲି କୁହା ଯାଉଥିଲା । ତାହା ଭିତରୁ ଭୁବନେଶ୍ୱର ପ୍ରମୁଖ ବୋଲି ମଧ୍ୟ ପୂର୍ବରୁ ଆଲୋଚନା ହୋଇଛି

ତେଣୁ ସ୍ଵାଭାବିକ ଭାବେ ରାଜଧାନୀରେ ରହୁଥିବା ଭୁବନେଶ୍ୱର ଲୋକସଭା ଆସନ ଉପରେ ଶାସକ ଏବଂ ବିରୋଧୀ ଦଳର ସ୍ଵତନ୍ତ୍ର ନଜର ରହିଛି। ତେବେ ସେ ଯାହା ବି ହେଉ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏଥର ପୁଣି ଥରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି। ଯାହା ବିଜେଡ଼ିର ମୁଣ୍ତ ବ୍ୟଥାକୁ ବଢ଼େଇ ଦେଇଛି ବୋଲି କୁହା ଯାଉଛି। କାରଣ ଗତଥର ଅର୍ଥାତ୍ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅରୁବ ପଟ୍ଟନାୟକଙ୍କୁ ହରାଇ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅପରାଜିତା। ଗତ ନିର୍ବାଚନରେ ଉଭୟ ଦଳ ଏହି ଆସନରେ ନୂଆ ଚେହେରାଙ୍କୁ ପ୍ରଥମ ଥର ପାଇଁ ସାମ୍ନାକୁ ଆଣିଥିଲେ।

ବିଜେଡ଼ି ପୂର୍ବତନ ଆଇ.ଏ.ଏସ୍. ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଚେକ୍ ଦେବା ପାଇଁ ପୂର୍ବତନ ଆଇ.ପି.ଏସ୍. ଅରୁବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର୍ ହୋଇଥିଲେ ମଧ୍ୟ ଅରୁବଙ୍କ ଉପରେ ଅପରାଜିତା ଭାରି ପଡ଼ିଥିଲେ। ବିଜେଡ଼ି ପ୍ରାର୍ଥୀ ଅରୁବ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଅପରାଜିତା ଷଡ଼ଙ୍ଗୀ ।

ଅରୁବଙ୍କ ସପକ୍ଷରେ ୪,୬୩,୧୫୨ ଭୋଟ ପଡ଼ିଥିବା ବେଳେ ୪,୮୬,୯୯୧ ଭୋଟ ପାଇ ବିଜୟୀ ହୋଇଥିଲେ ଅପରାଜିତା। ଆଉ ସାଂସଦ ହେବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ। ତେବେ ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ସାମ୍ନାକୁ ଆଣିଥିଲା ବିଜେଡ଼ି। ତେଣୁ ଏଠାରେ ଅପରାଜିତାଙ୍କୁ ଚାଲେଞ୍ଜ ଦେବା ପାଇଁ ଜଣେ ନୂଆ ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିବା ପାଇଁ ପ୍ରସ୍ତୁତି କରୁଥିବା କୁହା ଯାଉଛି।

Leave a Reply

Your email address will not be published. Required fields are marked *