ନୂଆ ବୁଲେଟ୍‌ କିଣି ଖୁସିରେ ପୂଜା କରିବା ପାଇଁ ଯାଇଥିଲେ ମନ୍ଦିର, ହଠାତ୍‌ ରୟାଲ୍ ଏନଫିଲ୍ଡରେ ଲାଗିଗଲା ନିଆଁ:- ଦେଖନ୍ତୁ ଭିଡିଓ

ଆପଣ ନିଶ୍ଚିନ୍ତ ଭାବରେ ଇଲେକ୍ଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଘଟଣା ବିଷୟରେ ଜାଣିଥିବେ କିମ୍ବା ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ, ତାହା ଶୁଣି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ରାସ୍ତାରେ ଇ-ସ୍କୁଟର ଅପେକ୍ଷା ଅନେକ ମାତ୍ରାରେ ରୟାଲ ଏନ୍‌ଫିଲ୍ଡ ଦେଖିବାକୁ ମିଳିଥାଏ । ତେବେ ଏଥିମଧ୍ୟରେ କର୍ଣ୍ଣାଟକର ମୈସୁର ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ କୌଣସି ଶସ୍ତା ଗାଡ଼ି ନୁହେଁ ବରଂ ଏକ ଦାମୀ ବୁଲେଟରେ ନିଆଁ ଲାଗିଛି ।

ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି ନିଜର ନୂତନ ବୁଲେଟ ପୂଜା କରାଇବାକୁ ମନ୍ଦିର ଗଲେ । ମନ୍ଦିର ବାହାରେ ବୁଲେଟ୍‌କୁ ରଖିଦେଇ ସେ ଭିତରକୁ ଗଲେ । ଆଉ ଏହାର ମାତ୍ର କିଛି ସେକେଣ୍ଡ ପରେ ବୁଲେଟ୍‌ରେ ନିଆଁ ଲାଗିଗଲା । କେବଳ ନିଆଁ ଲାଗି ନ ଥିଲା ବରଂ ଏହା ବମ୍‌ ପରି ଶଦ୍ଦ କରି ଫାଟିଲା ।

ମୈସୁର ଅଞ୍ଚଳର ରବିଚନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜର ନୂଆ ବୁଲେଟ୍‌କୁ ପୂଜା କରିବା ପାଇଁ ଅନନ୍ତପୁରର ପ୍ରସିଦ୍ଧ କାସାପୁରମ୍‌ ଆଞ୍ଜନେୟ ସ୍ୱାମୀ ମନ୍ଦିର ଯାଇଥିଲେ । ସେଠାରେ ସେ ମନ୍ଦିର ବାହାରେ ରାସ୍ତା କଡ଼ରେ ଗାଡ଼ି ରଖି ଭିତରେ ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏହି ଘଟଣା ଘଟିଲା ।

ବୁଲେଟ୍‌ରେ ନିଆଁ ଲାଗିବା ପରେ ଏଥିରୁ ନିର୍ଗତ ଧୂଆଁ ବେଲୁନ ପରି ବହୁ ଉପରକୁ ଉଠିଲା । ପାର୍କିଂରେ ଥିବା ଅନ୍ୟ ବାଇକ୍‌ଗୁଡ଼ିକରେ ମଧ୍ୟ ନିଆଁ ଲାଗିଗଲା । ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେତେଣେ ଧାଇଁଲେ । ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *