ପେଟ୍ରୋଲ ପମ୍ପ ଖୋଲି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ଖାଲି ଜାଗା ଥିବା ଦରକାର…

ବର୍ତ୍ତମାନ ସବୁ ବ୍ୟବସାୟ ଠାରୁ ଅଧିକ ଲାଭ ହେଉଥିବା ବ୍ୟବସାୟ ହେଉଛି ପେଟ୍ରୋଲ ପମ୍ପ । ତେଣୁ ପ୍ରାୟତଃ ଲୋକ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି । ଏହାଦ୍ବାରା ମାସକୁ ବେଶ ଭଲ ରୋଜଗାର ମଧ୍ୟ ହୋଇଥାଏ । କିନ୍ତୁ ଯେକୌଣସି କମ୍ପାନୀର ପେଟ୍ରୋଲ ପମ୍ପ ଖୋଲିବା ପାଇଁ କିଛି ଜରୁରୀ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

ପ୍ରତ୍ୟେକ ଦିନ ଏହି ପେଟ୍ରୋଲ ପମ୍ପ ଖୋଲିବା ସମ୍ବନ୍ଧିତ ଅନେକ ବିଜ୍ଞାପନ ଖବରକାଗଜରେ ଆପଣ ଦେଖୁଥିବେ । ଅନେକ କମ୍ପାନୀ ଯେପରିକି Essar , HP , BHARAT PETROL PUMP , Relance ଭଳି ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ବିଜ୍ଞାପନ ବାହାର କରିଥାଏ । ଆପଣ ବି ଚାହିଁଲେ ଏଥିପାଇଁ ଆବେଦନ କରି ପାରିବେ । ମାତ୍ର ଏଥିପାଇଁ କିଛି ବିଶେଷ କଥା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।

୧ . ପ୍ରଥମତଃ ଆପଣଙ୍କ ବୟସ ୨୧ – ୫୫ ବର୍ଷ ହୋଇଥିବା ନିହାତି ଆବଶ୍ୟକ ଏବଂ ଅତିକମରେ ୧୦ ଶ୍ରେଣୀ ଯୋଗ୍ୟତା ରହିବା ଆବଶ୍ୟକ । ୨ . ଏହାବ୍ୟତୀତ ଯେଉଁ ସମ୍ପତ୍ତିରେ ଆପଣ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି ତାହାର ସମ୍ପୂର୍ଣ୍ଣ କାଗଜପତ୍ର ଥିବା ନିହାତି ଆବଶ୍ୟକ । ପୁଣି ଯଦି ତାହା ଆପଣଙ୍କର ନିଜ ଜମି ନୁହେଁ ତେବେ ଜମି ମାଲିକ ଠାରୁ NOC ଆଣି ପାରିବେ । କିନ୍ତୁ ଯଦି ଆପଣଙ୍କ ଜମି ହୋଇଥିବା ସତ୍ତ୍ୱେ ଗ୍ରୀନ ବେଲ୍ଟ ଅଛି ତେବେ ଏଥିପାଇଁ ଆପଣ ଆବେଦନ କରି ପାରିବେ ନାହିଁ ।

୩ . ତୃତୀୟତଃ ସେହି ସ୍ଥାନରେ ପାଣି ଏବଂ ବିଜୁଳି ସୁବିଧା ଭଲ ରହିବା ଆବଶ୍ୟକ । ୪ . ଆପଣ ଚାହିଁଲେ ଲିଜରେ ମଧ୍ୟ ଜମି ନେଇ ଆବେଦନ କରି ପାରିବେ । ମାତ୍ର ସେଥିପାଇଁ ଲିଜ ଏଗ୍ରିମେଣ୍ଟ ହେବା ଆବଶ୍ୟକ । ୫ . ପୁଣି ଯଦି ଆପଣଙ୍କ ଘରର ଅନ୍ୟ କୌଣସି ସଦସ୍ୟଙ୍କ ନାମରେ ଜମି ଅଛି ତେବେବି ଆପଣ ଏଥିପାଇଁ ଆବେଦନ କରିପାରିବେ ।

୬ . ତେଣୁ ଏସବୁ ସୁବିଧା ରହିଥିଲେ ଆପଣ ଯେକୌଣସି କମ୍ପାନୀର ବିଜ୍ଞାପନ ଦେଖି ଆବେଦନ କରି ପାରିବେ । ଏବଂ ଜାଣି ରଖନ୍ତୁ ଯେ ଯଦି ଆପଣଙ୍କ ଆବେଦନକୁ ମଞ୍ଜୁରୀ ମିଳେ ତେବେ ଆପଣଙ୍କୁ ସର୍ବପ୍ରଥମେ ସିକ୍ୟୁରୀଟି ବାବଦକୁ ୨୫ ଲକ୍ଷ ଟଙ୍କା ରାଶି ଦେବାକୁ ପଡ଼ିବ ।

୭ . ଆବେଦନ ପାଇଁ ଆପଣ ସର୍ବପ୍ରଥମେ ଅନଲାଇନରେ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଯେପରିକି ହିନ୍ଦୁସ୍ତାନ ପେଟ୍ରୋଲିୟମର ଲିଙ୍କ ହେଉଛି www.hpetrol..in/land ଏହି ଲିଙ୍କରେ ଆବେଦନ କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *