ଶ୍ରୀମୟୀ ମିଶ୍ରଙ୍କୁ ନେଇ କାହିଁକି ଏମିତି କଥା କହିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବୁଲି ବୁଲି କୁଆଡେ ହଜିଗଲେ ଶ୍ରୀମୟୀ। ମିଶୁ ମିଶୁ ଘଣ୍ଟାକରେ ପାଇଗଲେ ମନ୍ମଥ। ଅପରାଜିତା ମାରିଲେ ସୋଲେ ଡାଇଲଗ। ଜୋ ଡରଗେୟା ବୋ ମର୍ଗେୟା।ଆଜ୍ଞା ହଁ ବନ୍ଧୁଗଣ ଆଗାମୀ ନିର୍ବାଚନରେ ରାଜଧାନୀ ବାସୀ ଦେଖିବେ ବଡ଼ ଲଢେଇ। ଭୁବନେଶ୍ୱର ଲୋକସଭା ଆସନରେ ହେବ ବିଗ ଫାଇଟ। ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ। ବିଜେପି ଗତ ରବିବାର ଠାରୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡି ଗତ କାଲି କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କରିଛି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଗତ କିଛି ମାସ ହେବ ବିଜେଡି ଓଟିଡିସିର ପୂର୍ବତନ ଅଦଖ୍ୟା ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିଲେ।ଗତ ଅକ୍ଟୋବର ନଭେମ୍ବର ମାସରୁ ଶ୍ରୀମୟୀଙ୍କୁ ଦଳ ଆଗକୁ ଆଣିବା ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲାଉଥିଲା। ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପର୍ଯ୍ୟନ୍ତ ବିଜେଡି ନେତା ମାନେ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ କହିବା ଶୁଣିବାକୁ ମିଳୁଥିଲା।

ଏପରିକି ଅପରାଜିତା ଯେତେବେଳେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ସେତେବେଳେ ଶ୍ରୀମୟୀ ମିଶ୍ର ହିଁ ବିଜେଡି ପକ୍ଷରୁ ତାଙ୍କୁ ପାଲଟା ଜବାବ ଦେଉଥିଲେ। ମୋଟାମୋଟି ଭାବେ ପ୍ରାୟ ୨ ମାସ ହେବ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ଆସୁଥିଲା। ତେଣୁ ଶ୍ରୀମୟୀ ହିଁ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକର ଦେବେ ବୋଲି ସମସ୍ତେ ଭାବୁଥିଲେ ହେଲେ ହଠାତ କିଛି ବଦଳି ଗଲା।

ଗତକାଲି ମନ୍ମଥ ରାଉତରାୟ ବିଜେଡିର ମିଶି ଥିଲେ। କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଲିଙ୍ଗରାଜ ମନ୍ଦିର ପାଖରୁ ନିଜ ସମର୍ଥକ ମାନଙ୍କ ସହ ଏକ ରାଲିରେ ଶଙ୍ଖ ଭବନକୁ ଆସିଥିଲେ। ଦିନ ସାଢେ ୧୧ ଟାରେ ଶଙ୍ଖ ଭବନରେ ବିଧିବଧ ଭାବେ ବିଜେଡିର ଯୋଗ ଦେବା ପରେ ନବୀନ ନିବାସକୁ ଯାଇ ଦଳୀୟ ସୁପ୍ରିମଙ୍କୁ ଭେଟିଥିଲେ। ଆଉ ଏହାର ମାତ୍ର ୧ ରୁ ୨ ଘଣ୍ଟା ଭିତରେ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଯେଉଁଥିରେ ଦଳ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଥିବା ସ୍ପଷ୍ଟ ହୋଇଥିଲା। ହେଲେ ଏହାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଅପରାଜିତା।

ହିନ୍ଦୀ ଚଳଚିତ୍ର ଫିଲ୍ମର ବ୍ଲକ ମାଷ୍ଟର ସୋଲେର ଡାଇଲଗ ମାରିକହିଛନ୍ତି କି ଗୋବର ସିଂ କହେକେ ଗେୟା ଜୋ ଡରଗେୟା ଵୋ ମର୍ଗେୟା। ହଠାତ ଅପରାଜିତାଙ୍କ କହିବା କଥା ହେଲା ବିଜେଡି କୁଆଡେ ତାଙ୍କୁ ଡରିଯାଇଛି। ଯେଉଁଥିପାଇଁ ଯାହାଙ୍କୁ ପ୍ରାର୍ଥୀ କରିବାର ଥିଲା ତାଙ୍କୁ ନକରି ଆଉ ଜଣଙ୍କୁ ପ୍ରାର୍ଥୀ କରିଛି। ଖାଲି ସେତିକି ନୁହେଁ ଅପରାଜିତା ତାଙ୍କ ବୟାନରେ ମହିଳା କାର୍ଡ ମଧ୍ୟ ଖେଳିଛନ୍ତି। ସେ କହିଛନ୍ତି କି ଜଣେ ଭଦ୍ର ମହିଳାଙ୍କୁ ଉପସ୍ଥାପିତ କରାଯାଉଥିଲା ହେଲେ ତାଙ୍କ ବଦଳରେ ଆଉ ଜଣଙ୍କୁ ଦିଆଯିବା ଉଚିତ କି?

ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରୁପ ପଟନାୟକଙ୍କୁ ୨୩ ହଜାର ୮୩୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଅପରାଜିତା। ଅରୁପ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ପାଇଥିବା ବେଳେ ୪ ଲକ୍ଷ ୮୬ ହଜାର ୯୫୧ ଭୋଟ ପାଇ ଅପରାଜିତା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ହେଲେ ଏଥର ମନ୍ମଥ ରାଉତରାୟଙ୍କ ଭଳି ନୂଆ ମୁହଁକୁ ଶାସକ ଦଳ ସାମ୍ନାକୁ ଆଣିଥିବା ବେଳେ ସେ ଅପରାଜିତାଙ୍କୁ କିଭଳି ଚେକ ଦେଉଛନ୍ତି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *