ନବ ଦାସଙ୍କ ଦେହରେ ବାଜିଥିବା ଗୁ-ଳି ଗଲା କୁଆଡେ ? ନବଙ୍କ ଛାତିକୁ ନୁହେଁ ମୁଣ୍ଡକୁ ଗୁ-ଳିକରିବାର ଯୋଜନା ଥିଲା ।

ଚାହୁଁ ଚାହୁଁ ନବ ଦାସଙ୍କ ମୃତ୍ୟୁକୁ ପୁରି ଗଲାଣି 6 ଦିନ । ହେଲେ ମିଳୁନି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭାବ ଶାଳୀ ନେତାଙ୍କ ଦେହରେ ବାଜିଥିବା ଗୁଳି। ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ହୋଇଗଲା କି ଗାଏବ । କାରଣ ମୃତ୍ୟୁକୁ 6 ଦିନ ପୁରି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ମନ୍ତ୍ରୀଙ୍କ ଜୀବନ ନେଇଥିବା ଗୁ-ଳି । ଆଉ ଏପଟେ ମନ୍ତ୍ରୀଙ୍କ ହ-ତ୍ୟାକାରୀ ନବ ଦାସ ଦେଇଛି ଏକ ଚାଞ୍ଚଲ୍ୟ କର ବୟାନ ।

ଅଭିଯୁକ୍ତ ଗୋପାଳ କହିଛି ନବଙ୍କ ଛାତିକୁ ନୁହେଁ ବଂର ନବଙ୍କ ମୁଣ୍ଡକୁ ଗୁଳି କରିବାକୁ ସେ ଯୋଜନା କରିଥିଲା । ଆଉ ଏଥିପାଇଁ କୁଆଡେ ଗୋପାଳ ସୁଯୋଗକୁ ଅପେକ୍ଷା କରି ରହିଥିଲା । ନବକୁ ଅତି ପାଖରୁ ପାଇବା କ୍ଷଣି ଅତି ପାଖରୁ ଗୋପାଳ ଗୁଳିକରିଥିଲା । ଆଉ ସେପେଟ ଫାୟାରିଂ ଟ୍ରେନିଙ୍ଗରେ ଗୋପାଳ ଭଲ ଲକ୍ଷ ଭେଦ କରିପାରୁଥିବା ନେଇ ସୂଚନା ମଧ୍ୟ ମିଳିଛି । ହେଲେ ଏବେ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହରେ ବାଜିଥିବା ଗୁ-ଳି ଏବେ କେଉଁଠି ରହିଛି ।

ସେପଟେ ଲୋକଙ୍କ ମନରେ ବି ଅନେକ ପ୍ରଶ୍ନ ଉଙ୍କି ମାରୁଛି । କି ତଦନ୍ତର ଦିଗ ପରିବର୍ତ୍ତନ କରିବାକୁ ହେଉଛି କି ମାଷ୍ଟର ପ୍ଲାନ । କାରଣ ପାଞ୍ଚ ଦିନ ପୁରି ଗଲାଣି କାହିଁକି ମିଳୁନି ଗୁଳିର ସନ୍ଧାନ । ସେପଟେ ଗୋପାଳ ନିଜ ପାଖରେ ରଖିଥିବା ସମସ୍ତ ପ୍ରମାଣ ଧୀରେ ଧୀରେ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ । ଶୀତ ରାତିରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କରୁଛି ନାକେଦମ ।

ଅଭିଯୁକ୍ତ ଚତୁର ଗୋପାଳ ପ୍ରମାଣ ନଷ୍ଟ କରିବାକୁ ଏମିତି ବୁଦ୍ଧି ଆପଣେଇ ନେଉଛି ଯାହା ସମସ୍ତଙ୍କ ଚିନ୍ତାର ବାହାରେ । କାରଣ ଏଇ ଦିନକ ପୂର୍ବରୁ ଗୋପାଳ ଝାଡା ଯିବ କହି ଯେଉଁ ଭଳି ନିଜ ପାଖରେ ଥିବା ୧୫ ପୃଷ୍ଠା ବିଶିଷ୍ଟ କାଗଜକୁ ପାଇଖାନା ଟାଙ୍କିରେ ପକାଇ ଦେଇଥିଲା । ଆଉ ତା ପରେ ଏହାକୁ ନେଇ ଯେତେବେଳେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସନ୍ଦେହ ହୋଇଥିଲା ସେତେବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ରାତି ସାରା ଲାଇଟ ଲଗାଇ ରାତି ଅନିଦ୍ରା ହୋଇ ପାଇଖାନା ଟାଙ୍କିକୁ ଘାଣ୍ଟିବାରେ ଲାଗି ପଡ଼ିଥିଲେ ଆଉ ସେହି ସମୟରେ କୁଆଡେ ପାଇଖାନା ଟାଙ୍କି ରୁ ମିଳିଥିଲା ଗୋପାଳ ଟାଙ୍କିରେ ପକାଇ ଥିବା ସେହି ୧୫ ପୃଷ୍ଠା ବିସିଷ୍ଟ କାଗଜ ।

ହେଲେ କିନ୍ତୁ ସେହି କାଗଜ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ହାତରେ ଲାଗିଥିବା ବେଳେ ସେଥିରେ କଣ ଲେଖା ହୋଇଛି ତାହା ସାମ୍ନାକୁ ଆସିନି । ଅନ୍ୟପଟେ ଯାହା ଲୋକେ ଆଲୋଚନା କରୁଛନ୍ତି କି ନବ ଦାସଙ୍କ ହତ୍ୟାକାରୀ ଗୋପାଳ କୁଆଡେ ନବ ଦାସଙ୍କୁ ହ-ତ୍ୟା କରିବାକୁ ବହୁ ଆଗରୁ ରଚିଥିଲା ଷ-ଡଯନ୍ତ୍ର । ଆଉ ହାତରେ ହ-ତ୍ୟାର ବ୍ଲୁ ପ୍ରିଣ୍ଟ ଧରି ବୁଲୁଥିଲା ଗୋପାଳ ଦାସ । ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର । କୁହାଯାଉଛି କି ପ୍ରଥମେ ୧୫ ଓ ପରେ ପାଂଚ ଖଣ୍ଡ କାଗଜ ଖଣ୍ଡ ମିଳିଛି । ଏହି କାଗଜ ଗୁଡିକ ଝାରସୁଗୁଡା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଛି ।

ତେବେ ନବ ଦାସଙ୍କୁ ହ-ତ୍ୟାକାରୀ ଗୋପାଳକୁ ନେଇ ବର୍ତ୍ତମାନ ନା ନା ଲୋକେ ନା ନା ମତ ଦେଉଥିବା ବେଳେ କିଏ କହୁଛି ଗୋପାଳ ପ୍ରତିଶୋଧ ପରାୟଣ ହୋଇ ରଚିଥିଲା ଏପରି ହତ୍ୟାକାଣ୍ଡ ଆଉ କିଏ କହୁଛି । ଗୋପାଳ ପୂର୍ବରୁ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ପ୍ରସ୍ତୁତ କରିଥିଲା ଯୋଜନା । ତେବେ ଏତେ ସବୁ ଭିତରେ କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସବ । ଗୋପାଳ କାହିଁକି ନବ ଦାସଙ୍କୁ ହ-ତ୍ୟା କରିଥିଲା। ହ-ତ୍ୟାକାଣ୍ଡ ପଛରେ ରହିଥିଲା କଣ ଗୁମର । ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *