୧୪ ବର୍ଷ କାଳ ମିତା ଠାରୁ ଖାଲି ଶାରିରୀକ ସୁଖ ନେଇ ନେଇ ଶେଷରେ ଧରା ପଡ଼ିଲା ପୋଲିସ୍ ହାତରେ….

ଢେଙ୍କାନାଳ ଜିଲ୍ଲାର କଙ୍କଡ଼ା ହାଡ଼ ଅଞ୍ଚଳର ସ୍ରିବସ୍ୟ ଦୀର୍ଘ ୧୫ ବର୍ଷ ହେଲା ମିତାଙ୍କୁ ଭଲ ପାଉଥିଲେ। କିଛି ଦିନ ଭଲ ପାଇବା ପରେ ମିତାଙ୍କ ଘର ଲୋକ ତାଙ୍କ ବାହାଘର କଙ୍କଡ଼ା ହାଡ଼ ଡ଼ଙ୍ଗା ପାଳ ଗାଆଁ ରେ ଜଣେ ପୁଅ ସହିତ କରିଦେଲେ। କିନ୍ତୁ ସ୍ରିବସ୍ୟ ମିତାଙ୍କୁ ଭୁଲି ପାରି ନଥିଲେ। ସେ ସବୁବେଳେ କାନ୍ଦି କାନ୍ଦି ମିତାଙ୍କୁ କୁହନ୍ତି ତାଙ୍କ ସ୍ବାମୀଙ୍କୁ ଛାଡ଼ି ପୁଣି ଆଉ ଥରେ ଫେରି ଆସିବାକୁ। ସେ ମିତା ବିନା ବଞ୍ଚି ପାରିବେନି ବୋଲି ସବୁଦିନ କୁହନ୍ତି। ସ୍ରିବସ୍ୟ ମୀତଙ୍କୁ ଆଉ ଥରେ ବାହା ହେଇ ଖୁସିରେ ରଖିବେ ବୋଲି ଅନେକ ଥର ପ୍ରତିଶ୍ରୁତି ମଧ୍ୟ ଦେଲେ।

ସ୍ରିବସ୍ୟଙ୍କ କଥାମାନି ମିତା ସ୍ବାମୀଙ୍କୁ ଛାଡି ଚାଲିଆସିଲେ। ଦୁହେଁ ମିଶି ସବୁ ରାଜ୍ୟ ବୁଲିଲେ। ମିଶିକି ରହିଲେ ଏବଂ ମିଶିକି କାମ କଲେ। ଦୁହିଁଙ୍କ ଭିତରେ ବହୁତ୍ ଥର ଶାରିରୀକ ସଂପର୍କ ମଧ୍ୟ ହେଇଛି। ସ୍ରିବସ୍ୟ ୧୪ ବର୍ଷ ପର୍ଯ୍ୟନ୍ତ ମିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ତାପରେ ସ୍ରିବସ୍ୟ ମିତଙ୍କୁ କହିଥିଲେ ଗାଆଁ କୁ ଫେରିଲେ ଦୁହେଁ ବିବାହ କରିବେ।

କିନ୍ତୁ ଗାଆଁକୁ ଫେରିବା ବାଟରେ ସେ ଭୁବନେଶ୍ୱର ରେଲୱେ ଷ୍ଟେସନ ରେ ମିତାଙ୍କୁ ଏକା ଛାଡି କୁଆଡେ ପଳେଇଲେ। ମିତା ଷ୍ଟେସନରୁ ଏକା ଏକା ନିଜ ଘରକୁ ନ ଯାଇ ସିଧା ନିଜ ଅଧିକାର ଦାବି କରି ସ୍ରିବସ୍ୟଙ୍କ ଘର ଆଗରେ ବସିଲେ। କିନ୍ତୁ ସ୍ରିବସ୍ୟଙ୍କ ବାପା ତାଙ୍କୁ ଗାଳି ଗୁଲଜ କରି ଘର ଆଗରୁ ବାହାର କରିଦେଲେ। ତା’ପରେ ମିତା କଙ୍କଡ଼ା ହାଡ଼ ଥାନାରେ ସ୍ରିବସ୍ୟ ଏବଂ ତାଙ୍କ ବାପାଙ୍କ ନା ରେ ଅଭିଯୋଗ କଲେ।

ଏ ଘଟଣାକୁ ବହୁତ୍ ଦିନ ବିତିଗଲା କିନ୍ତୁ ପୋଲିସ୍ ସ୍ରିବସ୍ୟଙ୍କୁ ଖୋଜି ପାଇଲେନି। କିନ୍ତୁ ଆଉ କିଛି ଦିନ ଯିବାପରେ ମିତା ଜାଣିବାକୁ ପାଇଲେ ଯେ ସ୍ରିବସ୍ୟ ମହାରାଷ୍ଟ୍ରରେ ଗୋଟେ ଘରୋଇ କମ୍ପାନୀରେ କାମ କରୁଛନ୍ତି। ତାପରେ ସେ ସତରେ ସେଠି ଅଛନ୍ତି କି ନାହିଁ ଦେଖିବା ପାଇଁ ମିତା ଟଙ୍କା ଖର୍ଚ୍ଚ କରି ମହାରାଷ୍ଟ୍ର ଗଲେ।

ଆଉ ସେଠି ଥାଇ ସେ ପୋଲିସ୍ ଅଫିସରଙ୍କୁ ଫୋନ୍ କରି ସବୁ କହିଲେ। ପୋଲିସ୍ ଅଧିକାରୀଙ୍କ କଥା ଅନୁସାରେ ମିତା ସ୍ରିବସ୍ୟଙ୍କୁ ଅନ୍ୟ ସବୁ କଥାରେ ବ୍ୟସ୍ତ ରଖିଲେ ସେଇ ସମୟ ଭିତରେ ପୋଲିସ୍ ସ୍ରିବସ୍ୟଙ୍କୁ ମହାରାଷ୍ଟ୍ରରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *