ମୁଁହ ମାଡି ପଡିଗଲେ ମହାପ୍ରଭୁ, ମୁଣ୍ଡରୁ ଖସିପଡିଲା ଚିତା…

ଅଘଟଣ ପରେ ଅଘଟଣ ଘଟୁଛି । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ବାନା ଉପରେ ଚିଲ ବସିଲା । ସୁଭଦ୍ରାଙ୍କ ରଥ ଦେବ ଦଳନ ଫାଟିବା ଚିତ୍ର ସାମ୍ନାକୁ ଆସିଲା । ଆଉ ଏବେ ଓଡ଼ିଶା ବାସୀଙ୍କ ପ୍ରାଣ । ଚାରି କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଜଗନ୍ନାଥ ମୁହଁ ମାଡ଼ି ପଡ଼ି ଯାଇଛନ୍ତି । ପୁଣି କେଉଁ ବିପଦ ମାଡ଼ି ଆସୁଛି । ମହାପ୍ରଭୁ ପଡ଼ିବା ପଛରେ ରହିଛି କେଉଁ ସଙ୍କେତ । କାହିଁକି ପଡିଗଲେ ମହାପ୍ରଭୁ ଜଗନ୍ନାଥ । ଏହି ଘଟଣା ଏବେ ଭକ୍ତଙ୍କ ମନରେ ଭୟ ସୃଷ୍ଟି କରୁଛି । ସେ ଜଗତର ରକ୍ଷା କର୍ତ୍ତା ହେଲେ ସେ ନିଜେ ମୁଁହ ମାଡ଼ି ତଳେ ପଡି ଯାଇଛନ୍ତି । ଯାହାକୁ ଭକ୍ତ ଶୁଣିବା ପରେ ବ୍ୟାକୁଳ ହୋଇ ଉଠୁଛି ।

ଆଡ଼ପ ପହଣ୍ଡି ସମୟରେ ମହାପ୍ରଭୁ ତଳେ ମୁଁହ ମାଡି ପଡ଼ି ଯାଇଥିଲେ । କେବଳ ଏତିକି ନୁହେଁ ତାଙ୍କ ମୁଣ୍ଡରେ ପିନ୍ଧିଥିବା ଚିତା ମଧ୍ୟ ତଳେ ପଡିଯାଇଥିଲା । ଆଡ଼ପ ପହଣ୍ଡି ସମୟରେ ଏଭଳି ଗୁରୁତର ଘଟଣା ଘଟିଛି । ଯାହାକୁ ନେଇ ଭକ୍ତଙ୍କ ମନରେ ନା ନା ପ୍ରଶ୍ନ ଉଙ୍କି ମାରୁଛି ।

କାହିଁକି ଏପରି ଘଟିଲା କଣ ରହିଛି ଏହା ପଛରେ । ଗତକାଲି ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ କାହିଁକି ବାରମ୍ବାର ଶ୍ରୀମନ୍ଦିରରୁ ଏଭଳି ଅନେକ ଘଟଣା ଘଟି ଚାଲିଛି । ଆଗକୁ ଓଡ଼ିଶା ଉପରେ ପଡ଼ିବ ନାହିଁ ତ କିଛି ବଡ ବିପତ୍ତି ଏ ପ୍ରଶ୍ନ ଏବେ ମନକୁ ଆସୁଛି । ଗତକାଲି ଯେତେବେଳେ ପହଣ୍ଡି ଚାଲିଥିଲା ମହାପ୍ରଭୁ ଡାହାଣ ଆଡ଼କୁ ପଡ଼ି ଯାଇଥିଲେ ।

ତେବେ କୁହାଯାଉଛି କି ମହାପ୍ରଭୁଙ୍କ ନୀତି କାନ୍ତିରେ ସବୁବେଳେ ଅବହେଳା ହେଉଥିବାରୁ ଏଭଳି ଅଘଟଣ ମାନ ଘଟି ଚାଲିଛି । ଏହି ଘଟଣା ଭକ୍ତଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରୁଥିବା ବେଳେ କେହି କେହି ଏଥି ପାଇଁ ସେବକଙ୍କୁ ମଧ୍ୟ ଦାୟୀ କରୁଛନ୍ତି । ତେବେ ଭଉଣୀ ସୁଭଦ୍ରା ଓ ବଡ ଭାଇ ଜଗନ୍ନାଥଙ୍କ ପହଣ୍ଡି ସୁରୁଖୁରୁରେ ଶେଷ ହୋଇଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବେଳେ ଏହି ଅଘଟଣ ଘଟିଯାଇଥିଲା । ତେବେ ସେଠାରେ ଉପସ୍ଥିତି ଥିବା ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ପୂର୍ବରୁ ଏପରି ଅଘଟଣ କେବେ ବି ଘଟି ନଥିଲା । ହେଲେ ଚଳିତ ବର୍ଷ ଏମିତି କାହିକି ହେଲା ତାହା କାହାକୁ ବି ଜଣା ନାହିଁ ।

କେହି କେହି କହୁଛନ୍ତି କି ଜଗା ରାଗିଛି ତେଣୁ ଏଭଳି ଅଘଟଣ ଘଟିଗଲା । ଆଉ କେହି କେହି କହୁଛନ୍ତି ଜଗା ପଡ଼ିଯାଇ ବିପଦ ଆସୁଥିବାର ସଂକେତ ଦେଲା । ଆଉ ଭକ୍ତ ମାନେ କହୁଛନ୍ତି ଜଗା ରାଗିଛି ବୋଧେ ହୁଏ ତା ନୀତି କାନ୍ତିରେ କିଛି ବିଘ୍ନ ଘଟିଛି । ହେଲେ ଏହି ଘଟଣା ଜଗାର ସମସ୍ତ ଭକ୍ତଙ୍କୁ ଦୁଃଖୀ କରାଇ ଦେଇଛି । ସମସ୍ତେ ହାତ ଜୋଡି ମହାପ୍ରଭୁଙ୍କୁ କ୍ଷମା ପାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *