ଏହି କାରଣରୁ ବୁଡ଼ିଲା ଟାଇଟନ । ଯେଉଁଠି ଜୀବନ ଗଲା 5 କୋଟିପତିଙ୍କର

ମିଳିଲା ନିଖୋଜ ହୋଇଥିବା ଟାଇଟନର ସନ୍ଧାନ । ଆଉ ବର୍ତ୍ତମାନ ଆମେରିକା ଏହା ସ୍ପଷ୍ଟ କରିଛି ଯେ ସେଥିରେ ପାଞ୍ଚ ଜଣ କୋଟିପତିଙ୍କର ଜୀବନ ଯାଇଛି । ଯେଉଁ ବିଷୟରେ ବର୍ତ୍ତମାନ କିଛି ଲୋକ ଏହା କହୁଛନ୍ତି ଯେ କୁଆଡ଼େ ଟାଇଟନିକର ଭୂତ ଟାଇଟନକୁ ବୁଡ଼ାଇ ଦେଲା ।

ତେବେ କହିରଖିବୁ ଯେ ଟାଇଟନିକର ଭଗ୍ନାଂଶ ଦେଖିବା ପାଇଁ ବୁଡ଼ାଜାହାଜ ଟାଇଟନ ଯାଇଥିଲା । ଯାହାକି ଉତ୍ତର ଆଟଲାଣ୍ଟିକରେ ବୁଡ଼ି ଯାଇଥିବା ଜାଣିବାକୁ ମିଳିଛି । ସୂଚନା ରହିଛି ଯେ କୁଆଡ଼େ ଟାଇଟନିକ ଜାହାଜ ଯେଉଁ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ଯାଇଥିଲା , ଠିକ ସେହି ସ୍ଥାନରେ ହିଁ ଏହି ଟାଇଟନ ବୁଡ଼ାଜାହାଜ ବୁଡ଼ି ଯାଇଛି ।

ସେହି ଦୁର୍ଘଟଣାରେ ପାଖାପାଖି ୧୫୦୦ ଲୋକଙ୍କ ଜୀବନ ଯାଇଥିଲା ଆଉ ଏହି ଦୁର୍ଘଟଣାରେ ୫ ଜଣ ଲୋକଙ୍କର ଜୀବନ ଚାଲି ଯାଇଛି । କହିରଖିବୁ ଯେ ଜୁନ ୧୮ ତାରିଖରୁ ଟାଇଟନ ବୁଡ଼ା ଜାହାଜ ନିଖୋଜ ଥିଲା । ଏହାପରେ ଆମେରିକୀୟ କୋଷ୍ଟ ଗାର୍ଡ କହିଛି ଯେ ଟାଇଟନିକ ଯେଉଁ ସ୍ଥାନରେ ବୁଡ଼ି ଯାଇଥିଲା ସେହି ସ୍ଥାନରେ ହିଁ ଏକ ବୁଡ଼ା ଜାହାଜର ଭଗ୍ନ ଅଂଶ ମିଳିଛି ।

ଯେଉଁଥିରେ ମୃତ୍ୟୁ ବରଣ କରିଥିବା ପାଞ୍ଚ ଜଣ ବ୍ୟକ୍ତି ସମସ୍ତେ ହିଁ କୋଟିପତି ଥିଲେ । ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ବୁଡ଼ା ଜାହାଜର ଏହି ଭଗ୍ନ ଅଂଶକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସୂଚନା ଅନୁଯାୟୀ ଏହି ପାଞ୍ଚ ଜଣ ବ୍ୟକ୍ତି ୨ କୋଟି ଲେଖାଏଁ ଟଙ୍କା ଦେଇ ଟାଇଟନିକର ଭଗ୍ନାଂଶ ଦେଖିବା ପାଇଁ ।

ଅନେକ ବର୍ଷ ତଳେ ଅର୍ଥାତ ୧୯୧୨ ରେ ଆଟଲାଣ୍ଟିକ ମହାସାଗରରେ ସବୁଠାରୁ ବଡ଼ ଜାହାଜ ଟାଇଟନିକ ଜାହାଜ ବୁଡ଼ି ଯାଇଥିଲା । ଆଉ ବର୍ତ୍ତମାନ ସେହି ସ୍ଥାନରେ ଆଉ ଏକ ବୁଡ଼ା ଜାହାଜ ବୁଡ଼ି ଯାଇଛି । ତେବେ ସେହି ବୁଡ଼ା ଜାହାଜରେ ୯୦ ଘଣ୍ଟା ପାଇଁ ଅମ୍ଳଜାନ ଥିବା କୁହାଯାଉଛି । କିନ୍ତୁ ତାହାକୁ ଖୋଜିବା ପାଇଁ ୯୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା ।

କହିବାକୁ ଗଲେ ପୂର୍ବ ଦୁଃଖଦ ଘଟଣା ଭଳି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଯେ ସେହି ସ୍ଥାନରେ ଦୁଇ ଦୁଇଟି ଘଟଣା କିଭଳି ଏବଂ କେଉଁ କାରଣରୁ ଘଟିଲା । ପୁଣି ଟାଇଟନିକ ଜାହାଜର ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସନ୍ଦେହରେ ରହିଛି । ଆଉ ବର୍ତ୍ତମାନ ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *