ଆସିଲା ସରକାରଙ୍କ ନୂଆ ନିୟମ, ଏବେ ସ୍କୁଲରେ ପାଳନ ହେବ ୪ଦିନ ‘ନୋ ବ୍ୟାଗ ଡେ’

ସାଧାରଣତଃ କେତେକ ପିଲାଙ୍କ ଘର ସ୍କୁଲ ପାଖରେ ହେଇଥିବା ବେଳେ କେତେକ ପିଲାଙ୍କ ଘର ସ୍କୁଲ ଠାରୁ ବହୁତ୍ ଦୂରରେ ସେଥିପାଇଁ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଯିବା ଆସିବା ଠାରୁ ଆରମ୍ଭ କରି ଓଜନିଆ ବ୍ୟାଗ ବୋହିବା ଏକ ବଡ଼ ସମସ୍ୟା ।

ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀର ଛୋଟ ଛୋଟ ପିଲାମାନେ ଓଜନିଆ ବ୍ୟାଗ ନେଇ ବହୁତ କଷ୍ଟ ଅନୁଭବ କରୁଛନ୍ତି। ଆଜିକାଲି ପାଠ ପଢ଼ିବା ଠାରୁ ବ୍ୟାଗ ବୋହିବା ପିଲାଙ୍କ ପାଇଁ ବୋଝ ପାଲଟି ଗଲାଣି। ସେଥିପାଇଁ ବ୍ୟାଗ ଓଜନ କେମିତି କମ୍ କରିହେବ ସରକାର ଏକ ନୂଆ ନିୟମ ଆଣିଛନ୍ତି। ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କ ତରଫରୁ ସ୍କୁଲ ବ୍ୟାଗର ଓଜନ ନର୍ଦ୍ଧାରଣ କରାଯାଇଛି

ସୂଚନା ଅନୁସାରେ ୨୦୧୯ରେ କର୍ଣ୍ଣାଟକ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି ନିୟମ ଲାଗୁ ହେଇଥିଲା କିନ୍ତୁ ଏତେ କଡ଼ାକଡ଼ି ଭାବରେ ନିୟମ ଲଗୁହେଇ ନଥିଲା। ଏବେ ଖରାର ପ୍ରକୋପ ଏବଂ ବ୍ୟାଗର ଓଜନକୁ ଦୃଷ୍ଟିରେ ରଖି ସରକାର ଏହି ନିୟମକୁ କଡ଼ାକଡ଼ି କରିବାକୁ କହିଛନ୍ତି। ଏହି ନିୟମ ଅନୁସାରେ ପିଲାମାନେ ସପ୍ତାହରେ ଗୋଟେ ଦିନ ବ୍ୟାଗ ନ ନେଇ ସ୍କୁଲକୁ ଯିବେ।

ଗାଇଡଲାଇନ ଅନୁସାରେ, ବ୍ୟାଗର ସର୍ବାଧିକ ଓଜନ ପିଲାର ଓଜନର ୧୫ ପ୍ରତିଶତରୁ କମ୍ ହେବା ଆବଶ୍ୟକ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କର ବ୍ୟାଗର ଓଜନ ୧.୫ ରୁ ୨ କେଜି, ତୃତୀୟ ରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ବ୍ୟାଗର ଓଜନ ୨ ରୁ ୩ କେଜି, ପଞ୍ଚମ ରୁ ସପ୍ତମ ଶ୍ରେଣୀର ପିଲାଙ୍କ ବ୍ୟାଗ ର ଓଜନ ୩ ରୁ ୪ କେଜି ଏବଂ ନବମ ରୁ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୪ ରୁ ୫ କେଜି ହେବା ଆବଶ୍ୟକ। ‘ନୋ ବ୍ୟାଗ ଡେ’ ପାଳନ କରାଯିବା ପାଇ ସରକାର ସବୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *