ମୁହଁ ଖୋଲିଲେ ତପସ୍ୱିନୀ, କହିଲେ ଟଙ୍କା ଦରକାର ନାହିଁ ମୋର ସ୍ୱାମୀ ଦରକାର….

ତପସ୍ୱିନୀ ଏବଂ ସୁମିତ ବିବାଦ ବିଷୟରେ ସମସ୍ତେ ଜାଣିଥିବେ । ସବୁବେଳେ ସେମାନଙ୍କ ବିଷୟରେ ଚର୍ଚ୍ଚା ହେଉଥାଏ । ତେବେ ବହୁ ଚର୍ଚ୍ଚା ପରେ ବର୍ତ୍ତମାନ ତାଙ୍କ ବିବାଦରେ ପୂର୍ଣଛେଦ ପଡିଛି । କିନ୍ତୁ ସମ୍ପୂର୍ଣ୍ଣ ପୂର୍ଣଛେଦ ପଡିଛି ବୋଲି ଆମେ କହିପାରିବା ନାହିଁ । କାରଣ ଏବେ ବି ଅନେକ କଥା ରହିଛି ଯେଉଁଥିପାଇଁ ବିବାଦ ଜୋର ଧରିଛି । ତେବେ ଅନେକ ଚେଷ୍ଟା ପରେ ମଧ୍ୟ ତପସ୍ୱିନୀ ତାଙ୍କୁ ସ୍ୱାମୀଙ୍କୁ ପାଇ ପାରିଲେ ନାହିଁ । ବହୁ ଆଲୋଚନା, ଅନେକ ଥର କୋର୍ଟର ଦ୍ୱାରସ୍ଥ, ଅନେକ ପାଟିତୁଣ୍ଡ ପରେ ମଧ୍ୟ ସୁମିତଙ୍କୁ ନିଜର କରିପାରିଲେ ନାହିଁ ତପସ୍ୱିନୀ ।

ତେବେ ବର୍ତ୍ତମାନ କଣ କରିବେ ତପସ୍ୱିନୀ , ଏ ନେଇ ସମସ୍ତେ ଚିନ୍ତାରେ ଥିଲେ । କଣ କେବେ ମଧ୍ୟ ତପସ୍ୱିନୀ ଏବଂ ସୁମିତ ଏକାଠି ହୋଇପାରିବେ ନାହିଁ । ଆଉ କଣ ତପସ୍ୱିନୀ ତାଙ୍କ ପ୍ରେମକୁ ଫେରାଇ ପାରିବେ ନାହିଁ । ସବୁଦିନ କଣ ତପସ୍ୱିନୀ ଏକୁଟିଆ ହୋଇ ରହିଯିବେ । ତେବେ ପରିଶେଷରେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା । ଆଉ ହାଇକୋର୍ଟ ଏହି ମାମଲାର ଶୁଣାଣି ମଧ୍ୟ କରିଥିଲେ । ତେବେ ଏହି ଶୁଣାଣି ପରେ ତପସ୍ୱିନୀ ଅଲଗା ହୋଇ ଯାଇଥିଲେ ନିଜ ସ୍ୱାମୀଙ୍କ ଠାରୁ । ଯାହାଙ୍କୁ ନେଇ ସେ ଏତେ ସ୍ବପ୍ନ ଦେଖିଥିଲେ , ଯାହାଙ୍କ ସହ ସେ ସାରା ଜୀବନ ବିତାଇବେ ବୋଲି ଭାବିଥିଲେ , ସେ ହିଁ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

ତେବେ ହାଇକୋର୍ଟର ନିର୍ଦ୍ଦେଶ ମୁତାବିକ , ପ୍ରତିମାସରେ ଡାକ୍ତର ସୁମିତ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଯୋଗାଇ ଦେବେ ବୋଲି ଆଦେଶ ଦେଇଥିଲେ । ତେବେ ତପସ୍ୱିନୀଙ୍କ କହିବା ଅନୁଯାୟୀ , ୧୭ ହଜାର ଟଙ୍କା ନେବା ପାଇଁ ସେ ପ୍ରଥମେ କୋର୍ଟକୁ ଆସି ପାରିନଥିଲେ । ତେବେ ଫେବ୍ରୁଆରୀ ୧୦ ତାରିଖରେ ସେ କୋର୍ଟକୁ ଟଙ୍କା ନେବା ପାଇଁ ଆସିଥିଲେ । ହାଇକୋର୍ଟର ନିର୍ଦ୍ଦେଶ ଜାନୁଆରୀ ୪ ତାରିଖରେ ହୋଇଥିଲା କି ସୁମିତ ତପସ୍ୱିନୀଙ୍କର ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଯୋଗାଇଦେବେ । ଆଉ ଜାନୁଆରୀ ୧୦ ତାରିଖରେ ହିଁ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାର ଥିଲା ।

ତେବେ କୌଣସି ଅସୁବିଧା ପାଇଁ ସୁମିତ ଜାନୁଆରୀ ୧୦ ତାରିଖରେ ୧୭ ହଜାର ଟଙ୍କା ଦେଇ ପାରିନଥିଲେ ଆଉ ଫେବୃଆରୀ ୧୦ ତାରିଖରେ ୧୭ ହଜାର ଟଙ୍କା ଦେଇଥିଲେ । ତେବେ ତପସ୍ୱିନୀଙ୍କର କହିବା ଅନୁଯାୟୀ , ତାଙ୍କ ପାଇଁ ଟଙ୍କା କୌଣସି ଗୁରୁତ୍ୱ ରଖେନାହିଁ । ତାଙ୍କ ପାଇଁ କେବଳ ତାଙ୍କ ସ୍ୱାମୀ ହିଁ ଗୁରୁତ୍ୱ ଅଟନ୍ତି ।

ସେ ପ୍ରଥମରୁ ମଧ୍ୟ ଏହି କଥା କହି ଆସିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ପାଇଁ ସବୁକିଛି ଅଟନ୍ତି । ତାଙ୍କୁ ଟଙ୍କା ମିଳୁ କି ନ ମିଳୁ ଏଥିରେ ତାଙ୍କର କିଛି କହିବାର ନାହିଁ । କିନ୍ତୁ ତାଙ୍କୁ ତାଙ୍କ ସ୍ୱାମୀ ମିଳି ଯାଆନ୍ତୁ ବୋଲି କହିଛନ୍ତି । ତେବେ ଦେଖାଯାଉ ଏ ମାମଲା କେବେ ଶେଷ ହେଉଛି ।

Leave a Reply

Your email address will not be published. Required fields are marked *