ତୃତୀୟ ବିଶ୍ୱଯୁଦ୍ଧ ହେବ ଦ୍ୱିତୀୟ ମହାଭାରତ ! ଋଷର କୁଟନଦୀ କୂଳରେ ହେବ ଯୁଦ୍ଧ , ଜନ୍ମ ହୋଇ ସାରିଛନ୍ତି ଅଶ୍ୱତ୍ଥାମା , ଭୁରିଶ୍ରବା ଏବଂ ଏକଲବ୍ୟ :-

ମାଳିକା ବଚନ ଧୀରେ ଧୀରେ ସତ ହେବାକୁ ନେଇ ବର୍ତ୍ତମାନ ଅନେକ କିଛି ଘଟଣା ବର୍ଣନା କରାଯାଉଛି । ମାଳିକା ରେ ଏପରି ବି ବର୍ଣ୍ଣିତ ହୋଇଛି ଯେ ତୃତୀୟ ବିଶ୍ୱଯୁଦ୍ଧ ଭାବରେ ପୁଣିଥରେ ମହାଭାରତ ଯୁ-ଦ୍ଧ ହେବ ଏବଂ ତାହା ପୁଣି ଋଷ ର କୁଟନଦୀ କୂଳରେ । ଯୋଦ୍ଧା ମାନଙ୍କ ଜନ୍ମ ମଧ୍ୟ ହୋଇ ସାରିଛି । ସମୟ ଆସିଲେ ଏହି ଯୋଦ୍ଧା ମାନେ ନିଜ ବାସ୍ତବ ରୂପକୁ ଆସିବେ ଏବଂ ବିନାଶକାରୀ ଶକ୍ତି ବିରୋଧରେ ଯୁଦ୍ଧ କରିବେ ଯାହାଦ୍ୱାରା ପୁଣିଥରେ ପ୍ରଳୟ ଆସିବ । ତେବେ ଏହିସବୁ କଥା ସତ ହେବ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି ।

ତେବେ ମାଳିକା ରେ ବର୍ଣ୍ଣିତ ହୋଇଥିବା ସେହି ବାକ୍ୟରେ ଏହା ବର୍ଣନା କରାଯାଇଛି ଯେ ଋଷ ର କୁଟନଦୀ କୂଳରେ ମହାଭାରତ ଯୁଦ୍ଧ ହେବ ଏବଂ ସେଠାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁକ୍କାୟିତ ଭାବରେ ଅଛି ଯାହାକୁ ଯୋଦ୍ଧା ମାନେ ବ୍ୟବହାର କରିବେ । ତେବେ ଋଷ ର ଏହି ୪୦୮ କିଲୋମିଟର ୧୨୫୦୦ ବରଂ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ସେଠାରେ ଏକ ଅମୋଘ ଶକ୍ତି ରହିଛି ଏବଂ ସମୟ ଆସିଲେ ତାହା ବିନାଶ କରିବ । ଯଦି ମଳିକାର ଏହି କଥା ସତ ହୁଏ ତେବେ ସେହିଠାରେ ହିଁ ମହାଭାରତ ଯୁଦ୍ଧ ହେବ ବୋଲି କୁହାଯାଇଛି ।

ତେବେ ସେଠାରେ ମହା ଅସ୍ତ୍ର ଥିବାର ମଧ୍ୟ କୁହାଯାଇଛି । ମହାଭାରତ ସମୟରେ ଅଶ୍ୱତ୍ଥାମା ଯେତେବେଳେ ମହାଅସ୍ତ୍ର ପ୍ରୟୋଗ କରିଥିଲେ । ସେତେବେଳେ ଶ୍ରୀକୃଷ୍ଣ ତାହାକୁ ଅଟକାଇ ଥିଲେ । ତେବେ ତାପରେ ସେହି ମହା ଶସ୍ତ୍ର କେଉଁଠି ଅଛି କେହି ଜାଣି ନାହାଁନ୍ତି । ଏହାସହିତ ପାଣ୍ଡବଙ୍କର ଅସ୍ତ୍ର ମଧ୍ୟ ବିରାଟ ଦେଶରେ ଲୁଚି ରହିଛି ଦେଶ ମଧ୍ୟରେ ଏବଂ ତାହା ଶମୀ ବୃକ୍ଷ ପାଖରେ ରହିଛି । ତେବେ ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ସେହି ବିରାଟ ରାଜା ଙ୍କ ଦେଶରେ ଥିଲେ । ତାଙ୍କ ସହିତ ଦ୍ରୌପଦୀ ମଧ୍ୟ ଥିଲେ ।

ବିରାଟ ଦେଶର କିଛି ସ୍ଥାନକୁ ବର୍ତ୍ତମାନ ରାଜସ୍ଥାନ ସହିତ ତୁଳନା କରାଯାଉଥିବା ବେଳେ ଅନ୍ୟ କିଛି ସ୍ଥାନକୁ ଜାମ୍ମୁକାଶ୍ମୀର ର ଅଖନୁର ସହିତ ତୁଳନା କରାଯାଏ । ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗାଣ୍ଡିବ ରୁ ଏକ କଳା ବାହାର କରି ନେଇଥିଲେ ଯାହାଦ୍ୱାରା ଅର୍ଜୁନ ଗାଣ୍ଡିବାକୁ ହାତରେ ଉଠାଇ ନପାରି ମୁଣ୍ଡରେ ବୋହି ନେଇଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେହି ମହା ଅସ୍ତ୍ର କୁଆଡ଼େ ଗଲା ।

ତେବେ ମାଳିକା ର ବର୍ଣ୍ଣନା ଅନୁଯାୟୀ ସମସ୍ତ ଯୋଦ୍ଧା ବର୍ତ୍ତମାନ ଜନ୍ମ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଶ୍ୱତ୍ଥାମା ଜର୍ମାନୀ ରେ ଜନ୍ମ ହୋଇଥିବା କଥା ବର୍ଣନା କରାଯାଇଛି । ଏପରି କୁହାଯାଇଛି ଯେ ଅଶ୍ୱତ୍ଥାମା ଙ୍କ ପାଖରେ ଏପରି ବଳ ଥିଲା ଯିଏକି ଯେ କୌଣସି ଯୋଦ୍ଧା ଙ୍କୁ ସମୀପ ଯୁଦ୍ଧ କିମ୍ବା ଦୂର ଯୁଦ୍ଧରେ ଟକ୍କର ଦେଇ ପାରୁଥିଲେ ।

ଏହା ସହିତ ଭୁରିଶ୍ରବା ଚୀନ ରେ ଜନ୍ମଗ୍ରହଣ କରିଥିବା କଥା କୁହାଯାଇଛି । ଏବଂ ଅଭିମନ୍ୟୁ ବାଳବୀର ବେଲାଲ ସେନ କୁ ଧରି ଆସିବେ ବୋଲି କୁହାଯାଇଛି । ଅର୍ଥାତ ଏହା ଜଣା ଯାଉଛି ଯେ ପାପ ଏବଂ ପୁଣ୍ୟର ଏକ ବିରାଟକାୟ ଲଢ଼େଇ ହେବ । ଏହା ସହିତ ଜଣା ଯାଉଛି ଯେ ଅନେକ ଭକ୍ତଙ୍କର ଜନ୍ମ ହୋଇଛି ଏପରିକି ଆମେରିକା ଏବଂ ଋଷ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଭକ୍ତଙ୍କର ଜନ୍ମ ହୋଇଛି ।

Leave a Reply

Your email address will not be published. Required fields are marked *