ମୁଁ ଶୌଚ ବେଳେ ପଛପଟୁ ଝାମ୍ପିଲା କୁମ୍ଭୀର ହେଲେ କିନ୍ତୁ ମାରି ପାରିଲା ନାହିଁ

କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାକୁ ଭଗବାନ ବଞ୍ଚାଇବେ ତାକୁ ମାରିବ ବା କିଏ । ହଁ ଆଜ୍ଞା ଆଜି କୁମ୍ଭୀର ମୁହଁରୁ ଖସି ଆସିଥିବା ଯୁବକ ଏପରି କିଛି କହୁଛନ୍ତି । ଆଉ ଦୁଇ ସେକେଣ୍ଡ ବିଳମ୍ବ ହେଇଥିଲେ କୁମ୍ଭୀର ପାଟିରେ ଯାଇଥାନ୍ତା ଆଉ ଜଣଙ୍କ ଜୀବନ । କାରଣ କୁମ୍ଭୀର ଲୁଚି ଲୁଚି ଆସି ଯୁବକଙ୍କୁ ପଛରୁ ଝାମ୍ପ ମାରିଥିଲା । ହେଲେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ କୁମ୍ଭୀରକୁ ଚକମା ଦେଇ କୁମ୍ଭୀର ମୁହଁରୁ ଖସି ଚାଲି ଆସିଥିଲେ । ଆଉ ଏହା ପରେ ସେ ଯେଉଁ ଛାତି ଥରା ଲୋମ ଟାଙ୍କୁରା ଘଟଣା ବର୍ଣ୍ଣନା କରିଥିଲେ ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା ।

ଆଜି ସକାଳୁ ସକାଳୁ ଯୁବକ ଜଣଙ୍କ ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ । ଆଉ ଶୌଚ ହେବା ସମୟରେ କୁମ୍ଭୀର ତାଙ୍କ ପଛ ପଟୁ ଝାମ୍ପ ମାରିଥିଲା ହେଲେ ଏହି ସମୟରେ ଯୁବକ ଜଣଙ୍କ ଦୌଡ଼ି କୁମ୍ଭୀର ପାଟିରୁ ଖସି ଆସିଥିଲେ । କୁମ୍ଭୀର ଯୁବକଙ୍କୁ ତାଙ୍କ ପାଟିରେ କାମୁଡି ଧରିବା ପୂର୍ବରୁ କୁମ୍ଭୀର ପାଟିରୁ ଯୁବକ ଖସି ଯିବାରେ ସଫଳ ହୋଇଥିଲେ । ଏହା ପରେ ଯୁବକ ଜଣଙ୍କ ଚିତ୍କାର କରିବାକୁ ଲାଗିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଧାଇଁ ଆସିଲା ବେଳକୁ କୁମ୍ଭୀର ମଝି ନଇକୁ ଚାଲି ଯାଇଥିଲା ।

ଏହି ଘଟଣା ହେଉଛି ଯାଜପୁର ବରୀ ଅଞ୍ଚଳର । ନିକଟରେ ଯାଜପୁର ବରୀ ଅଞ୍ଚଳରେ କୁମ୍ଭୀର ଜଣେ ମହିଳାଙ୍କୁ ଆକ୍ରମଣ କରି ନଦୀ ଭିତରେ ଅତି ନିର୍ମମ ଭାବରେ ଖାଇବା ପରେ ଏବେ ବି କୁମ୍ଭୀର ଖୋଜୁଛି ମଣିଷ ମାଂସ । ଆଉ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଭୟ ଓ ଆତଙ୍କ । କାରଣ କୁମ୍ଭୀର ମଣିଷଙ୍କ ଭିତରେ ହେଉଛି ଛକା ପାଞ୍ଝା । ନଦୀକୁ ଲୋକେ ଯିବା ପାଇଁ ଭୟ କରୁଥିବା ବେଳେ କେବଳ ଯାଜପୁର ନୁହେ ପଟ୍ଟାମୁଣ୍ଡାଇ, ଆଳୀ,ଭଦ୍ରକ ଏହି ଅଞ୍ଚଳର ଲୋକଙ୍କ ଆଖିରୁ ହଜି ଯାଇଛି ନିଦ । କେବେ କେଉଁଠୀକୁ କୁମ୍ଭୀର ମାଂସ ଖାଇବାକୁ ଚାଲି ଯାଉଛି ତାହା କହି ହେବ ନାହିଁ ।

ତେବେ ମହିଳାଙ୍କୁ ମାରି ଖାଇବା ପରେ ଲୋକେ ଯେତିକି ଭୟଭୀତ ଅବସ୍ଥାରେ ଥିଲେ । ପୁଣି ଥରେ କୁମ୍ଭୀର ଆଉ ଜଣେ ଯୁବକଙ୍କୁ ମାରିଦେବାକୁ ଝାମ୍ପ ଦେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ସମସ୍ତେ । ତେବେ ଯୁବକ ଜଣଙ୍କ ସିନା ଆଜି କୁମ୍ଭୀର ମୁହଁରୁ ବର୍ତ୍ତି ଯିବାରେ ସଫଳ ହୋଇଛନ୍ତି । ହେଲେ କେତେବେଳେ କେଉଁ ଅଘଟଣ ଘଟିବ ତାହା କହି ହେବ ନାହିଁ । କାରଣ କୁମ୍ଭୀର ମଣିଷ ଲଢେ଼ଇ ଭିତରେ ସବୁବେଳେ କୁମ୍ଭୀର ବାଜି ମାରୁଥିବା ବେଳେ । ଏବେ ନଦୀ କୁଳିଆ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି କୁମ୍ଭୀର ।

Leave a Reply

Your email address will not be published. Required fields are marked *