ପ୍ରେମ କରି ବାହା ହେବା ପଡ଼ିଲା ମହଙ୍ଗା , ସ୍ତ୍ରୀ ଯାଇ ପରପୁରୁଷ ସହିତ ହୋଟେଲ ରୁମ୍ ରେ କାଟୁଛି ରାତି, ଧାରିଦେଲା ସ୍ୱାମୀ…..

ପ୍ରେମ କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଆଜିକାର ସମୟରେ କେହି କାହା ଠାରୁ କମ୍ ନୁହଁନ୍ତି । ଧୋକା ଦେଇ ଚାଲି ଯାଇଥାନ୍ତି ଆଉ ଶେଷରେ କେହି ଜଣେ ତାଙ୍କ ପାଇଁ ନିଜ ଜୀବନକୁ ବର୍ବାଦ କରି ଦେଇଥାନ୍ତି। ଏମିତି ଏକ ପରିସ୍ଥିତି ଆସିଥାଏ , ଯେତେବେଳେ କିଛି ଜଣ ମଣିଷ ନିଜ ଜୀବନ ଶେଷ କରିଦେବାକୁ ଠିକ୍ ଭାବି ନେଇଥାନ୍ତି । ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଏପରି ପରିସ୍ଥିତିରେ କେହି ଜଣେ ଆଉ ଜଣଙ୍କ ଉପରେ କିପରି ବା ଭରସା କରିପାରିବ ।

ତେବେ ଏହାକୁ ନେଇ ପୁଣିଥରେ ଏକ କଥା ସାମ୍ନାକୁ ଆସିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହା କୌଣସି ପ୍ରେମିକ ପ୍ରେମିକାଙ୍କ କାହାଣୀ ନୁହେଁ । ଏ କାହାଣୀ ହେଉଛି ଜଣେ ବିବାହିତା ମହିଳା ଆଉ ପୁରୁଷଙ୍କର । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ପ୍ରେମ କରି ବିବାହ କରିଥିଲେ କିନ୍ତୁ ଶେଷରେ ତାର ପରିଣାମ ଏହା ଭୋଗିବାକୁ ପଡ଼ିଲା । ତେବେ ସୂଚନା ଅନୁଯାୟୀ , ବଳରାମ ଜେନା ନାମକ ଜଣେ ଯୁବକ କିଛି ବର୍ଷ ପୂର୍ବରୁ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ ।

ଉଭୟଙ୍କ ସୁନାର ସଂସାର ଚାଲିଥିଲା ଆଉ ଦୁହିଁଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ତେବେ ଧିରେ ଧୀରେ ବଳରାମଙ୍କ ସ୍ତ୍ରୀଙ୍କର ଆଉ ଜଣେ ପାଖ ପଡ଼ିଶା ଘରର ଯୁବକଙ୍କ ସହିତ ଭଲ ପାଇବା ଗଢ଼ି ଉଠିଥିଲା । ଏହାକୁ ଅନେକ ଥର ବଳରାମ ମଧ୍ୟ ଲକ୍ଷ୍ୟ କରିଥିଲେ ଆଉ ତାଙ୍କ ସ୍ତ୍ରୀ ଆଉ ପ୍ରେମିକଙ୍କୁ ମଧ୍ୟ ଏପରି କାମ କରିବାକୁ ମନା କରିଥିଲେ । ତେବେ ହଠାତ୍ କିଛି ଦିନ ଆଗରୁ ବଳରାମ ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଉଠିଲା । ଆଉ ଯାହା ପରେ ତିନି ଦିନ ଧରି ଘରୁ କୁଆଡେ ଗାଏବ ହୋଇ ଯାଇଥିଲେ ସେ । ପରିବାର ଲୋକ ଅନେକ ଖୋଜାଖୋଜି ମଧ୍ୟ କରିଥିଲେ ।

ତେବେ ଏହାପରେ ସେମାନଙ୍କ ସନ୍ଦେହ ସେହି ପଡ଼ିଶା ଘର ଯୁବକଙ୍କ ଉପରେ ବଢିଥିଲା ଆଉ ସେମାନେ ତାଙ୍କ ପିଛା କରିଥିଲେ । ଆଉ ଶେଷରେ ଭୁବନେଶ୍ଵରର ଏକ ହୋଟେଲ ଭିତରୁ ଯୁବକଙ୍କ ସହିତ ନିଜ ସ୍ତ୍ରୀଙ୍କୁ ଧରିଥିଲେ ବଳରାମ । ଯାହା ପରେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି , ବଳରାମ କଣ କରିବେ । ତେବେ ତାଙ୍କ କହିବା ଅନୁଯାୟୀ , ବାପା ମାଆ ଯାହା କହିବେ ତାହା ହିଁ ସେ କରିବେ । ତେବେ ଯୁବକ ଆଉ ଯୁବତୀ ଦୁହିଁଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରି ନେଇଛି ।

Leave a Reply

Your email address will not be published. Required fields are marked *