ଏଥର ଖଣ୍ଡଗିରି ଚମକିବ ,ତା ସହ ମୋ ଜାନୁ ଅନୁଭବ ମଧ୍ୟ ଚମକିବେ:ରାଣୀ ପଣ୍ଡା

ବହୁଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା । ଘରେ ଘରେ ତାଙ୍କର ରହିଛି ପରିଚୟ । ସମସ୍ତେ ତାଙ୍କୁ ଜାଣିଛନ୍ତି । ଅନେକ ଲୋକ ତାଙ୍କୁ ଭଲ ପାଇବା ଦେଇଥାନ୍ତି ତ ଆଉ କିଏ ତାଙ୍କୁ ଘୃଣା ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କ କାମ ବିଷୟରେ କହିବାକୁ ଗଲେ , ଦୁଃଖୀ ଦରିଦ୍ର ମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଥାନ୍ତି ଆଉ ସବୁବେଳେ ତାଙ୍କ ଦୁଃଖ ସୁଖର ସାଥି ପାଲଟି ଯାଇଛନ୍ତି । ସବୁ ପରିସ୍ଥିତିରେ ତାଙ୍କ ସାଥିରେ ଛିଡା ହୋଇଥାନ୍ତି । ତେଣୁ ତାଙ୍କୁ ଗରିବ ମାନଙ୍କର ମସିହା ମଧ୍ୟ କୁହାଯାଏ । ଅନ୍ୟ ପକ୍ଷରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ବର୍ତ୍ତମାନ ମଧ୍ୟ ଏପରି କିଛି କଥା ସେ କହି ଦେଇଛନ୍ତି , ଯାହାକୁ ନେଇ ତାଙ୍କର ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସମୟରେ ସେ ଏପରି ଜଣେ ବ୍ୟକ୍ତିଙ୍କ ପଛରେ ପଡ଼ି ଯାଇଛନ୍ତି , ଯାହାଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ସେ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ବର୍ତ୍ତମାନ ରାଣୀ ପଣ୍ଡା ତାଙ୍କ ଉପରେ ଟାର୍ଗେଟ କରି କହିଛନ୍ତି କି , ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତାଙ୍କ ଛାଡ଼ପତ୍ର ପରେ ସେ ତାଙ୍କୁ ବିବାହ କରିବେ । ସେ ହେଉଛନ୍ତି ତାଙ୍କ ଜାନୁ । ।

ଅନ୍ୟ ପକ୍ଷରେ ନିକଟରେ ପାଖେଇ ଆସୁଛି ଖଣ୍ଡଗିରି ଯାତ୍ରା । ଯେଉଁଥିରେ ରାଣୀ ପଣ୍ଡା ନିଜର ଜଲୱା ଦେଖାଇବେ । ଛଅ ରାତି ଯାତ୍ରାରେ ରାଣୀ ପଣ୍ଡାଙ୍କର ଅଭିନୟ ଗୋଟିଏ ରାତି ରହିଛି । ଯେଉଁଥିରେ ସେ ନିଜେ ଚମକିବେ ଆଉ ସମସ୍ତଙ୍କୁ ଚମକାଇବେ ବୋଲି କହିଛନ୍ତି । ସମସ୍ତଙ୍କୁ ଖୁସି ଆଣି ଦେବେ । ବର୍ତ୍ତମାନ ସମୟରେ ସେ ଆଉ ବିବାଦରେ ନାହାଁନ୍ତି । ବର୍ତ୍ତମାନ ସମୟରେ ସେ ଅତ୍ୟନ୍ତ ଖୁସି ଅଛନ୍ତି । ଲୋକେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି ଆଉ ଏଥର ମଧ୍ୟ ଲୋକେ ତାଙ୍କ ଅଭିନୟକୁ ଅନେକ ପସନ୍ଦ କରିବେ ବୋଲି ସେ ଗ୍ୟାରେଣ୍ଟି ଦେଇ କହିଛନ୍ତି ଆଉ ଅନେକ ଲୋକ ତାଙ୍କ ଅଭିନୟ ଦେଖିବାକୁ ଆସିବେ ବୋଲି କହିଛନ୍ତି ।

ଅନୁଭବ ମହାନ୍ତିଙ୍କ ବିଷୟରେ ସେ କହିଛନ୍ତି କି , ଅନୁଭବ ମହାନ୍ତି ତାଙ୍କ ଜାନୁ ଅଟନ୍ତି । ତେଣୁ ସେ ସବୁବେଳେ ଚମକିବେ । ତେବେ ରାଣୀ ପଣ୍ଡା ଏହା କହିଛନ୍ତି କି , ପ୍ରକୃତ କଥା ହେଲା ଅନୁଭବ ଜଣେ ଭଲ ମଣିଷ । ଆଉ ତାଙ୍କୁ ସେ ବହୁତ ସମ୍ମାନ କରିଥାନ୍ତି , ତାଙ୍କ ହୃଦୟରେ ଅନୁଭବ ମହାନ୍ତିଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଜାଗା ରହିଛି । ଜଣେ ସୁନ୍ଦର ମଣିଷ । ତେଣୁ ତାଙ୍କ ପାଇଁ ଆଉ କିଛି ନାହିଁ । ବାସ୍ ସମ୍ମାନର ସହିତ ସେ କେବଳ ଏମିତି କହି ଦେଇଥାନ୍ତି ବୋଲି କହିଛନ୍ତି । ଆଉ ଏଥର ତାଙ୍କର ସ୍ବପ୍ନ ଅନୁଭବ ମହାନ୍ତି ଆଉ ସେ ବିଗବସ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *