କୁକୁରମାନେ କାହିଁକି କା-ନ୍ଦ-ନ୍ତି? କ’ଣ ସେମାନଙ୍କୁ ଭୂତ ଦେଖାଯାଏ, ଜାଣନ୍ତୁ ପ୍ରକୃତ ସତ।

ପୃଥିବୀର ଅଧିକାଂଶ ଲୋକମାନେ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି କାରଣ କୁକୁର ଗୋଟେ ବିଶ୍ଵସ୍ତ ପ୍ରାଣୀ। ଯେତେବେଳେ କିଏ ଧୋକା ଦିଅ ସେତେବେଳେ ମଣିଷ ପ୍ରଥମେ କୁକୁର କଥା ଭାବେ। ଆଜିକାଲି ଲୋକଙ୍କ ଠାରୁ କୁକୁର ବହୁତ୍ ବିଶ୍ଵସ୍ତ।କୁକୁର କେବେବି ତା ମାଲିକ କୁ ଧୋକା ଦିଅ ନାହିଁ। କ’ଣ ଆପଣ ଜାଣିଛନ୍ତି କୁକୁରମାନେ କାନ୍ଦନ୍ତି କାହିଁକି? ଆସନ୍ତୁ ଜାଣିବା ଏ ବିଷୟରେ।

ଏ ଦୁନିଆରେ କୁକୁରକୁ ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ବୋଲି କୁହାଯାଏ। ନିଜ ଲୋକ ଆପଣଙ୍କୁ ଧୋକା ଦେଇ ପାରନ୍ତି କିନ୍ତୁ ଆପଣଙ୍କ କୁକୁର ମଲା ପର୍ଯ୍ୟନ୍ତ କେବେବି ଧୋକା ଦେବ ନାହିଁ। ସେଥିପାଇଁ ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି। କୁକୁର ପରି ବିଲେଇ ମଧ୍ୟ ଘରେ ରୁହେ କିନ୍ତୁ ବିଲେଇ କେବେ ବିଶ୍ଵସ୍ତ ହେଇ ପାରିବନି। ଯଦି ବିଶ୍ଵାସ ହଉନି ତେବେ ତୁମେ ପ୍ରମାଣ କରି ଦେଖି ପାରିବ। ଯଦି ଗୋଟେ ଦିନ କୁକୁରକୁ ଖାଇବାକୁ ଦେଇଥିବେ ସେ ସାରା ଜୀବନ ଆପଣଙ୍କୁ ସାହାଯ୍ୟ କରିବ। କିନ୍ତୁ ଆପଣ ବିଲେଇ କୁ ଗୋଟେ ଦିନ ଖାଇବାକୁ ଦେଇ ତା ପର ଦିନ ଟିକେ ପାଟି କରନ୍ତି ତେବେ ସେ ଆପଣଙ୍କୁ କାମୁଡି ଦେଇପାରେ। ସେଥିପାଇଁ କୁହାଯାଏ କୁକୁର ମଣିଷର ପ୍ରକୃତ ବନ୍ଧୁ।

ଆପଣ କେବେ ଭାବିଛନ୍ତି କୁକୁରମାନେ ରାତିରେ କାହିଁକି ଭୁକନ୍ତି। ରାତିରେ କୁକୁର କାନ୍ଦିଲେ କିଛି ଅଶୁଭ ହୁଏ ବୋଲି କାହିଁକି କୁହାଯାଏ। କୁକୁର କାନ୍ଦିଲେ ଗାଆଁରେ କାହାର ମୃତ୍ୟୁ ହେବ ବୋଲି ବୟସ୍କ ଲୋକମାନେ କୁହନ୍ତି। ଆଉ କେତେଜଣ କୁହନ୍ତିକି କୁକୁର ଭୂତ ଏବଂ ପିଶାଚମାନଙ୍କୁ ଦେଖିପାରେ ଏବଂ ତାଙ୍କ ପାଖାପାଖିରେ ହେବାକୁ ଯାଉଥିବା ଅସୁବିଧା କଥା ଆଗୁଆ ଜାଣି ପାରନ୍ତି।

ଯଦି ଆପଣ ରାତିରେ କୌଣସି କୁକୁରକୁ କାନ୍ଦିବାର ଦେଖିଥିବେ ତେବେ ସେଠାରେ ଭୂତ ଅଛି ବୋଲି ଲୋକମାନେ କୁହନ୍ତି। ହେଇପାରେ ଏସବୁ କଥା ସତ କିନ୍ତୁ ଆମେ ଯଦି ବୈଜ୍ଞାନିକ ଦୃଷ୍ଟି କୋଣରୁ ଭାବିବା ତେବେ ଏମିତି କିଛି ହେଇ ନଥାଏ। କୁକୁରକୁ ନେଇ ବୈଜ୍ଞାନିକମାନେ ଅନେକ ପ୍ରକାରର ପରୀକ୍ଷା କରିଛନ୍ତି। ବୈଜ୍ଞାନିକ ଭାଷାରେ କୁକୁର କାନ୍ଦିବାକୁ ହାଉଲ୍ କୁହାଯାଏ। ପ୍ରାୟତଃ କୁକୁରମାନେ ଗଧିଆ ପ୍ରଜାତିର ହେଇଥାନ୍ତି। ସେଥିପାଇଁ କୁକୁରମାନେ ଗଧିଆ ପରି ଦେଖା ଯାଆନ୍ତି। ଯେମିତି ଗଧିଆ ଅନ୍ୟ ଗଧିଆମାନଙ୍କୁ ସଂକେତ ଦେବା ପାଇଁ ଭୁକନ୍ତି ସେମିତି କୁକୁରମାନେ ଅନ୍ୟ ମାନଙ୍କୁ ସଂକେତ ପଠାନ୍ତି। ଆପଣମାନେ ଦେଖିଥିବେ ଗାଆଁର ସବୁ ଗଳିରେ କୁକୁର ରୁହନ୍ତି। କୁକୁରମାନେ ଯେଉଁ ଗଳିରେ ରୁହନ୍ତି ତାକୁ ନିଜ ଘର ଭାବି ଦିଅନ୍ତି। କୁକୁରମାନେ ସବୁବେଳେ ଦଳ ଦଳ ହେଇ ରହିବାକୁ ଭଲ ପାଆନ୍ତି। ଯେତେବେଳେ ଅନ୍ୟ ଦଳର କୁକୁର ଆସେ ସେତେବେଳେ କୁକୁରମାନେ ସେଇ ନୂଆ କୁକୁର ବିଷୟରେ ନିଜ ସାଥିମାନଙ୍କୁ ଜଣାଇବା ପାଇଁ ଜୋରେ ଜୋରେ ଭୁକନ୍ତି।

କୁକୁରମାନେ ନିଜର ଦୁଃଖ,କଷ୍ଟ ଏବଂ ରାଗ ଦେଖାଇବା ପାଇଁ କାନ୍ଦନ୍ତି। କୁକୁରମାନଙ୍କୁ ଅଧିକ ଶଦ୍ଦ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେ ଭୁକିକି ଶଦ୍ଦ ନ କରିବାକୁ କୁହନ୍ତି। ଯଦି କେହି ଅଜଣା ଲୋକ ତାଙ୍କ ଗଳିରେ ପଶେ ସେମାନେ ଭୁକିକି ଅନ୍ୟ କୁକୁରମାନଙ୍କୁ ଜଣେଇ ଦିଅନ୍ତି ଯାହାଦ୍ୱାରା ତାଙ୍କ ଗଳିର ଲୋକମାଙ୍କର କେହି ଅସୁବିଧା ନକରୁ। ସେଥିପାଇଁ ମଣିଷ ଠାରୁ ଅଧିକ ବିଶ୍ଵସ୍ତ କୁକୁର ହେଇଥାଏ।

Leave a Reply

Your email address will not be published. Required fields are marked *