ମୋ ଜୀବନ ବଞ୍ଚାଇ ମତେ ପ୍ରେଗନେଣ୍ଟ କରିଦେଲା….

ସେ ଦିନ ମୁଁ ଯେତେବେଳେ ଜୀବନ ହାରିଦେବାକୁ ଚିନ୍ତା କରିଥିଲି ସେତେବେଳେ ସେ ମୋ ହାତ ଧରି ଜୀବନ ଜୀଇଁବାକୁ ବାଧ୍ୟ କରିଥିଲେ । ସେ ଦିନ ଯେତେବେଳେ ମୁଁ ମୋ ସ୍ୱାମୀଙ୍କ ଅସହ୍ୟ ଯନ୍ତ୍ରଣା ସହି ନପାରି ମୋ ସ୍ୱାମୀଙ୍କ ପାଖରୁ ମୁକ୍ତ ହେବା ପାଇଁ ଘରୁ ଗୋଡ଼ କାଢ଼ିଥିଲି ସେ ମୋ ପାଦରେ ପାଦ ମିଶାଇ ବାକି ଜୀବନ ମୋ ସାଥିରେ ଚାଲିବେ ବୋଲି କଥା ଦେଇଥିଲେ ।

ହେଲେ ଆଜି ସେ ମତେ ମୋ ପ୍ରଥମ ସ୍ୱାମୀଙ୍କ ଭଳି ନିର୍ଯ୍ୟାତନା ଦେଉଛନ୍ତି ଜଣେ ମତେ ଶାରୀରିକ ନିର୍ଯ୍ୟାତନା ଦେଉଥିବା ବେଳେ ଆଉ ଜଣେ ମତେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ମୋ ଜୀବନ ଯେମିତି ଧୀରେ ଧୀରେ ଦୁର୍ବିସହ ହୋଇ ପଡ଼ିଲାଣି । ଏମିତି କିଛି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା ଜଣଙ୍କ । ଆଉ କାନ୍ଦି କାନ୍ଦି କହୁଛନ୍ତି ସେ ଦିନ ଯେତେବେଳେ ମୋ ସ୍ୱାମୀ ମତେ ଅଧା ବାଟରେ ଛାଡି ଚାଲିଗଲା ସେତେବେଳେ ଏହି ମଣିଷ ଟା ଆସି ମତେ ବୁଝାଇ ଥିଲା । ଆଉ କହିଥିଲା ତୁମେ ଜୀବନ ହାରିବାକୁ କାହିଁକି ଯାଉଛ ମୁଁ ଅଛି ଚିନ୍ତା କରନି ।

ମୁଁ ତୁମ ଦୁଃଖକୁ ଦୁରେଇ ଦେବି ମୁଁ ତୁମ ଉଜୁଡି ଯାଇଥିବା ସଂସାରକୁ ଆଉ ଥରେ ସଜାଡି ଦେବି । ଏମିତି କିଛି କହି ମହିଳାଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିଲେ ଯୁବକ ଜଣଙ୍କ । ଆଉ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢିଉଠିଥିଲା । ଆଉ ଯୁବକ ଜଣଙ୍କ ମହିଳା ଙ୍କ ବିଶ୍ୱାସ ଜିତିବା ସହିତ ମହିଳାଙ୍କ ନିକଟତର ହେବାକୁ କହିଥିଲେ ତୁମ ସ୍ୱାମୀ ଛାଡି ଚାଲିଗଲେ କଣ ହେଲା ମୁଁ ତୁମର ସାହାରା ହେବି । ତୁମ ସୁଖରେ ଦୁଃଖରେ ହସରେ କାନ୍ଦରେ ସବୁବେଳେ ତୁମ ସାଥିରେ ରହିବି ।

ଆଉ ଏପରି କିଛି କହି ମହିଳାଙ୍କ ଜୀବନ ବଞ୍ଚାଇବା ବେଳେ ମହିଳାଙ୍କ ବିଶ୍ୱାସ ଜିତି ଯୁବକ ଜଣଙ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଯେତେବେଳେ ଇଚ୍ଛା କଲେ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଦେହ ସୁଖ ପାଇବା ପାଇଁ ଅନେକ ଚେଷ୍ଟା କଲେ । ମହିଳାଙ୍କୁ ଯେତେବେଳେ ଚାହିଁଲେ ଉପଭୋଗ କରିଲେ ଆଉ ଶେଷରେ ଯେତେବେଳେ ମହିଳା ଜଣଙ୍କ ଗର୍ଭବତୀ ହେଲେ ସେତେବେଳେ ମହିଳା ଜାଣିବାକୁ ପାଇଲେ ଯେ ସେହି ଯୁବକଙ୍କର ଆଉ ଏକ ସ୍ତ୍ରୀ ଅଛନ୍ତି । ଏହା ଜାଣିବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ମହିଳା ଯେତେବେଳେ ଜାଣିଥିଲେ ତାଙ୍କ ସହିତ ଏ ଯୁବକ ମଧ୍ୟ ବିଶ୍ୱାସ ଘାତକ କରିଛନ୍ତି । ସେତେବେଳେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଉ ଦୁଃଖରେ କଣ କରିବେ ଭାବିହେଉଥିଲେ । କାରଣ ମହିଳା ଜଣଙ୍କ କେବେ ଭାବିନଥିଲେ ତାଙ୍କୁ ଦିନେ ପଛରୁ ଡାକି ତାଙ୍କ ମନରେ ଏକ ନୂତନ ଆଶା ସୃଷ୍ଟି କରି ସାରିବା ପରେ ଯୁବକ ଜଣଙ୍କ ତାଙ୍କ ସାଥିରେ ଏପରି କିଛି କାଣ୍ଡ ଭିଆଇବେ ବୋଲି ।

ଏବେ ମହିଳାଙ୍କ ପେଟରେ ଏକ କୁନି ଛୁଆ ଥିବା ବେଳେ ମହିଳାଙ୍କର ଆଗରୁ ମଧ୍ୟ ଏକ ସନ୍ତାନ ଥିଲେ । ଏବେ ମହିଳାଙ୍କ କହିବା କଥା ସେ ଯିବେ କୁଆଡେ ରହିବେ କେଉଁଠି । ପ୍ରଥମ ସ୍ୱାମୀ ଅଧା ରାସ୍ତାରେ ଧୋକା ଦେଲା ଆଉ ଯାହା ସହ ବାକି ଜୀବନ କାଟି ଦେବେ ବୋଲି ଭାବିଥିଲେ ସେ ବି ଅଧା ବାଟରୁ ତାଙ୍କ ବିଶ୍ୱାସରେ ବିଷ ଦେଇଦେଲା ।

ହଁ ବନ୍ଧୁଗଣ ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅଧିନସ୍ଥ ଲକ୍ଷ୍ମଣନାଥ ଗ୍ରାମରେ । ଏହି ଗ୍ରାମରେ ଜଣେ ପୁରୁଷ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ନିଜର ଇଛାକୁ ପୁରଣ କରିବା ପରେ ମହିଳାଙ୍କୁ ଧୋକା ଦେଇଛନ୍ତି । ଯାହାକୁ ନେଇ ମହିଳା ଜଣଙ୍କ ଏବେ କାନ୍ଦୁଥିବା ବେଳେ ନ୍ୟାୟ ପାଇଁ ଗୁହାରି ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ କେବେ ମିଳୁଛି ନ୍ୟାୟ ।

Leave a Reply

Your email address will not be published. Required fields are marked *