ମୋ ଭେଣେଇ ତାଙ୍କ ଭାଉଜ ସହ ସମ୍ପର୍କ ରଖୁଥିବା ସମୟରେ ମୋ ଭଉଣୀ ଦେଖି ଦେବାରୁ ମାରିଦେଲେ…

ଯୌତୁକ ନିର୍ଯାତନା ଯେ କେତେ ନିରୀହ ଜୀବନ ନେଲାଣି ତାହା ଅନୁମାନ ବାହାରେ ଅଟେ । ଯୌତୁକ ନିର୍ଯାତନା ପରେ ପୁଣି ଅନୈତିକ ସମ୍ପର୍କ ମଧ୍ୟ ଅନେକ ଜୀବନ ନେଲାଣି । ପ୍ରତ୍ୟକ ଦିନ ନ୍ୟୁଜ ଏବଂ ସୋସିଆଲ ମିଡିଆରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳୁଛି ।

ବର୍ତ୍ତମାନ ସମୟରେ ଏହିଭଳି ଏକ ଘଟଣା ନେଇ ଜଣେ ଭାଇ ନିଜ ଭଉଣୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଥାନାର ଦ୍ୱାରସ୍ଥ ହୋଇଛି । କହିରଖିବୁ ଯେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ବେଗୁନିଆ ଗାଁରେ ଜଣେ ମହିଳା ୭ ମାସ ତଳେ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିଲା । ଏମିତିକି ମାର୍ଚ୍ଚ ୮ ତାରିଖ ଦିନ ତାଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା ।

ତେବେ ଏହି ଘଟଣା ପରେ ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ ହେଁ ତାଙ୍କ ଏଫଆଇଆରକୁ ଖୁବ ବିଳମ୍ବରେ ନେବା ସତ୍ତ୍ୱେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ମହିଳାଙ୍କ ହତ୍ୟାକୁ ବର୍ତ୍ତମାନ ସୁଦ୍ଧା ଏକ ମାସ ବିତିବାକୁ ଆସିଲାଣି ତଥାପି ପୋଲିସ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ବର୍ତ୍ତମାନ ମହିଳାଙ୍କ ଭାଇ ମହିଳା କମିଶନକୁ ଗୁହାରୀ ପାଇଁ ଆସିଛନ୍ତି । ତେବେ ମହିଳାଙ୍କ ଭାଇଙ୍କ କହିବା କଥା ଯେ ତାଙ୍କ ଭଉଣୀ ବନିତା ବେହରାଙ୍କ ବିବାହ ଜୁଲାଇ ମାସରେ ସଞ୍ଜୟ ସାହୁ ନାମକ ଜଣେ ଯୁବକଙ୍କ ସହିତ ହୋଇଥିଲା । ତେବେ ସେ କହିଛନ୍ତି ଯେ ପ୍ରଥମେ ବିବାହ ବିନା ଯୌତୁକରେ କରିବେ ବୋଲି ପୁଅ ଘର ଲୋକେ କହିଥିଲେ ।

ମାତ୍ର ନିର୍ବନ୍ଧ ଦିନ କୁଆଡ଼େ ହଠାତ ତିନି ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଯାହାକୁ ନେଇ ପରିବାର ଲୋକ ଅସନ୍ତୁଷ୍ଟ ହୋଇଥିଲେ ବି ସୁଦ୍ଧା ପଇସା ଯୋଗାଡ଼ କରି ଦେଇଥିଲେ । କିନ୍ତୁ ତଥାପି ବିବାହର କିଛିଦିନ ପରେ ଶାଶୁ ଘର ଲୋକେ ପୁଣିଥରେ ଟଙ୍କା ପାଇଁ ତାଙ୍କ ଉପରେ ମାନସିକ ନିର୍ଯାତନା ଆରମ୍ଭ କରିଦେଲେ । ତେବେ ଖାଲି ସେତିକି ନୁହେଁ ତାଙ୍କ ସ୍ୱାମୀଙ୍କର କୁଆଡ଼େ ତାଙ୍କ ଭାଉଜ ସହିତ ଖରାପ ସମ୍ପର୍କ ଥିଲା ।

ଯେଉଁ କାରଣରୁ ମହିଳା ଜଣକ ଅନେକ ଥର ବିରୋଧ ମଧ୍ୟ କରିଥିଲେ । ମହିଳା ଜଣକ ନିଜ ଭାଇକୁ କଲରେ ଅନେକ କଥା ଜଣାଇବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ଫୋନରେ କଥା ହେବାକୁ ଦେଉ ନଥିଲେ ଶାଶୁ ଘରେ ଲୋକେ । ପୁଣି ଖାଲି ସେତିକି ନୁହେଁ ଯଦି ସେ ଘରେ କୁହନ୍ତି ତେବେ ସେମାନେ କୁଆଡ଼େ ଆତ୍ମହତ୍ୟା କରିଦେବେ ବୋଲି କହି ଇମୋସନାଲ ବ୍ଲାକମେଲ କରୁଥିଲେ ।

ମାତ୍ର ଭାଉଜ ସହିତ ଖରାପ ସମ୍ପର୍କ ରଖିବାର ଦେଖିବା ତାଙ୍କ ପାଇଁ ସବୁଠାରୁ ବଡ଼ ଭୁଲ ବୋଧହୁଏ । ଯାହାକୁ ବିରୋଧ କରିଥିଲେ ମହିଳା ଏବଂ ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ମହିଳାଙ୍କ ଭାଇ । ମହିଳାଙ୍କ ପରିବାର ଲୋକେ ଅନେକ ଥର ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ପଇସା ପଠାଉଥିଲେ । ତଥାପି ତାଙ୍କ ଭଉଣୀଙ୍କ ଜୀବନ ନେଇ ଯାଇଥିଲେ ଶାଶୁ ଘର ଲୋକେ ।

ହତ୍ୟା କରାଯାଇଥିବା ଦିନ କିଭଳି ଭାଇ ଅନେକ ଥର କଲ କରିବା ସତ୍ତ୍ୱେବି ସଞ୍ଜୟ କଲ ଇଗନୋର କରିଥିଲେ ତାହା ମଧ୍ୟ ଜଣାଇଥିଲେ ଭାଇ । ତଥାପି ଖନ୍ତାପଡ଼ା ଥାନାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ମହିଳା କମିଶନଙ୍କୁ ଗୁହାରି କରିଛନ୍ତି ଭାଇ । ତେବେ ଦେଖିବାକୁ ବାକି ରହିଲା ଯେ ମହିଳାଙ୍କୁ ନ୍ୟାୟ କେବେ ମିଳୁଛି ।

Leave a Reply

Your email address will not be published. Required fields are marked *