ଡିପ୍ରେସନରେ ଥିବା ସମୟରେ ଖୁବ ସପୋର୍ଟ କରିଥିଲେ ସ୍ତ୍ରୀ ……

ଅଜବ ସଞ୍ଜୁର ଗଜବ ଲୋଭ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିଜିତ ଦାସଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଖାଲି ଯେ ସେ ନିଜର ଏହି ଫିଲ୍ମ ପାଇଁ ପରିଚିତ ତାହା ନୁହେଁ ଏକାଧିକ ଚରିତ୍ରରେ ସିରିଏଲ ଏବଂ ଫିଲ୍ମରେ ମଧ୍ୟ ସେ କାମ କରି ସାରିଛନ୍ତି ।

କିନ୍ତୁ ଏହା ମଧ୍ୟରେ ତାଙ୍କୁ ଲୋକେ ବୋଡି ବିଲ୍ଡର ଭାବରେ ମଧ୍ୟ ଜାଣିଛନ୍ତି । କିନ୍ତୁ କୌଣସି ଏକ ସମୟ ଥିଲା ସେତେବେଳେ ଅଭିଜିତ ନିଜ କ୍ୟାରିଅରକୁ ଶେଷ ହୋଇ ଯାଉଥିବାର ଅନୁଭବ କରୁଥିଲେ । ନିଜର ସେହି ଅଭିଜ୍ଞତାକୁ ସେ ସମଗ୍ର ଗଣମାଧ୍ୟମ ସାମ୍ନାରେ ଜଣାଇଛନ୍ତି । କିଭଳି ତାଙ୍କ ଦୁଃଖ ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ସାଥ ଦେଇଥିଲେ ଏବଂ ତାଙ୍କୁ ସପୋର୍ଟ କରିଥିଲେ ।

କହି ରଖିବୁ ଯେ ଅଭିଜିତ ଦାସ ପ୍ରଥମତଃ ବୋଡି ବିଲ୍ଡିଂଗରେ କାମ କରୁଥିଲେ ମାତ୍ର କିଛି ଦିନ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆସିବାକୁ ଆଗ୍ରହୀ ହେଲେ । ଏହାପରେ ସେ ତରଙ୍ଗରେ ପ୍ରସାରିତ ଏକ ରିୟାଲଟି ଶୋ ” ମିଠା ମିଠା ଯୋଡ଼ି ” ରେ ପ୍ରଥମ କରି ଇଣ୍ଡଷ୍ଟ୍ରିରେ ପାଦ ଦେବା ଉଦ୍ଦେଶ୍ୟରେ ଆସିଲେ ଏବଂ ସେଠାରେ ମଧ୍ୟ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ରହିଲେ । କିନ୍ତୁ ସେଠାରେ ତାଙ୍କୁ କିଛି ସୁଯୋଗ ନମିଳିବାରୁ ସେ ନିଜକୁ ସେହି ଠାରୁ ଦୂରେଇ ନେଇଥିଲେ ଏବଂ ବୋଡି ବିଲ୍ଡିଂଗରେ ମନ ବଳାଇଲେ । ବୋଡି ବିଲ୍ଡିଂଗରେ ମଧ୍ୟ ସେ ମିଷ୍ଟର ଇଣ୍ଡିଆ , ମିଷ୍ଟର ଓଡ଼ିଶା ଗୋଲଡ଼ ମେଡାଲର ଅଧିକାରୀ ହୋଇଥିଲେ ।

ଏହାପରେ ସେ ପ୍ରଥମ ମ୍ୟୁଜିକ ଭିଡ଼ିଓ ସେ ସୁସ୍ମିତା ସହିତ କରିଥିଲେ । ଏହାବ୍ୟତୀତ ସେ ଅନେକ ହିନ୍ଦୀ ମ୍ୟୁଜିକ ଭିଡ଼ିଓ ମଧ୍ୟ କରିଛନ୍ତି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିଜିତ ଅଜୟ ସଞ୍ଜୁର ଗଜବ ଲୋଭ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ସେଠାରୁ ମଧ୍ୟ ସେ ଖୁବ ଭଲ ଅଭିଜ୍ଞତା ହାସଲ କରିଥିଲେ ।

ପୁଣି ମୂଷା ମୋର ରଜନିକାନ୍ତ ଫିଲ୍ମ ଯାହାକି କୋଭିଡ ସମୟରେ ରିଲିଜ ହୋଇଥିଲା ଏବଂ ଏବଂ ଟିଆରପିରେ ୧୧.୮ ଥିଲା ସେଥିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମ ଯାହାକି ବକ୍ସଅଫିସରେ ହିଟ ମଧ୍ୟ ହୋଇଥିଲା । ତରଙ୍ଗରୁ ଝିଅ ମୋର ନୂଆ ବୋହୂ ରେ ମୁଖ୍ୟ ଚରିତ୍ରରେ ଶିବ ନାମରେ । ଅଭିନୟରେ ନିଜକୁ ସେ ଭଲ ଭାବାରେ ଯୋଡ଼ିବା ସମୟରେ ହିଁ ତାଙ୍କର ଏକ ବଡ଼ ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣା କାରଣରୁ ତାଙ୍କୁ ଏକ ମାସ ବେଡ଼ ରେଷ୍ଟରେ ରହିବାକୁ ପଡିଥିଲା । ପୁଣି ସେହି ସମୟରେ ନିଶା କାରଣରୁ ତାଙ୍କୁ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ଏମିତିକି ଡାକ୍ତର ମଧ୍ୟ କହି ଦେଇଥିଲେ ଯେ ତାଙ୍କ ପାଖରେ ଏକ ମାତ୍ର କେଇଟା ମାସ ରହିଛି । ମାତ୍ର ସେହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ତାଙ୍କ କଷ୍ଟ ସମୟରେ ଖୁବ ସପୋର୍ଟ କରିଥିଲେ । ଯେଉଁ କାରଣରୁ ସେସବୁ ଅଭ୍ୟାସକୁ ଅଭିଜିତ ଧୀରେ ଧୀରେ ଛାଡ଼ି ଦେବାରେ ସମର୍ଥ ହୋଇଥିଲେ ।

ଏହାପରେ ଅଭିଜିତ ସାର୍ଥକରେ ପ୍ରସାରିତ ସରଗ ପୂରରୁ ଆସିଛି ପ୍ରିୟା ଏବଂ ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ସିରିଏଲରେ କାମ କରିଥିଲେ । ତେବେ ସେ ନିଜର ଏସବୁ ଏଚିଭମେଣ୍ଟ ପାଇଁ ନିଜ ସାଇକାଟ୍ରିସ୍ଟ ଅମୃତ ପରଯୋଶୀ ଏବଂ ନିଜ ସ୍ତ୍ରୀ ଯିଏକି ଜଣେ ମେକଅପ ଆର୍ଟିସ୍ଟ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *