ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା:- ଆସିଲା ନୂଆ ଯୋଜନା, ଏହି କାର୍ଯ୍ୟ କରନ୍ତୁ ତେବେ ବ୍ୟାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଆସିବ। ଜାଣନ୍ତୁ କିପରି ପାଇବେ ଏହି ସୁବିଧା…

କେନ୍ଦ୍ରସରକାର ଗରିବ ଏବଂ ମୂଲିଆ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗେଇ ଦେବା ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଯାହାଫଳରେ ଗରିବ ଏବଂ ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି। ତେବେ ଆପଣମାନେ ସମସ୍ତେ କେନ୍ଦ୍ରସରକାରଙ୍କ ପ୍ରଦତ୍ତ ନୂଆ ଯୋଜନ ବିଷୟରେ ଭଲ ଭାବରେ ଜାଣିଥିବେ। ମୂଲିଆ ମାନଙ୍କ ପାଇଁ ଇ ଶ୍ରମ କାର୍ଡ ମାଧ୍ୟମରେ କେନ୍ଦ୍ରସରକାର ସହାୟତା ପ୍ରଦାନ କରିବେ ବୋଲି ଏହାକୁ ଲାଗୁ କରିଥିଲେ।ଏହି ଯୋଜନା ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯିବ।

ତେବେ କେନ୍ଦ୍ରସରକାର ଆଉ ଏକ ନୂଆ ଯୋଜନା ଆଣିଛନ୍ତି ଯାହାକି ଏହି ମହାମାରୀ ସମୟରେ ଗରିବ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭ ପ୍ରଦ ଅଟେ। ତାହା ହେଉଛି ପିଏମ ସ୍ବନିଧି ଯୋଜନା। ଏହି ଯୋଜନା ଅଧୀନରେ ଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟ କୁ ଯିବ। ତେବେ ଆସନ୍ତୁ ଜାଣିବା ଏଥିରେ କଣ କରିବାକୁ ପଡିବ।

କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନ ମାନ ବାହାର କରିଛନ୍ତି। ସେଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା, ଅସଙ୍ଗଠିତ ଶ୍ରମିକ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ। ତେବେ ଯୋଜନାରେ ରାସ୍ତା କଡରେ ବିକ୍ରି କରୁଥିବା ଜିନିଷ, ଫେରିବାଲା ଏବଂ ନିର୍ମାଣ ଶ୍ରମିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଏହି ଯୋଜନାର ଫାଇଦା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବୁଲା ବେପାରୀ ଲାଭ ଉଠେଇ ପାରିବେ।

ତେବେ ଯଦି ସେମାନଙ୍କ ଟଙ୍କା ଆବଶ୍ୟକତା ହୋଇଥାଏ ତେବେ ସେମାନେ ଋଣ ଆକାରରେ ୧୦ ଟଙ୍କା ତାଙ୍କ ଆକାଉଣ୍ଟ କୁ ପଠା ଯାଇଥାଏ। ଯେହେତୁ ଏହି ରାଶିକୁ ଋଣ ଆକାରରେ ପ୍ରଦାନ କରାଯାଉଛି ତେବେ ଉପଭୋକ୍ତା ଜଣଙ୍କୁ ସଠିକ ସମୟରେ ଟଙ୍କା ଫେରସ୍ତ କରିବାକୁ ପଡିଥାଏ। ଯଦି ହିତାଧିକାରୀ ଜଣକ ସଠିକ ସମୟରେ ଟଙ୍କା ପୈଠ କରି ଦିଅନ୍ତି ତେବେ ତାଙ୍କୁ ସବସିଡ ମଧ୍ୟ ମିଳିବ।

ତେବେ ଏହି ଯୋଜନାକୁ ସେହିମାନେ ଉପଭୋଗ କରି ପାରିବେ ଯେଉଁମାନଙ୍କ ଆଧାର ସହ ମୋବାଇଲ ନମ୍ବର ଲିଙ୍କ ହୋଇଥିବ। ଏହି ଯୋଜନାର ଶେଷ ତାରିଖ ହେଉଛି ୨୦୨୨ ମାର୍ଚ୍ଚ ମାସ। ତେବେ ଯେଉଁମାନେ ଇଚ୍ଛୁକ ଏହି ଯୋଜନା ପ୍ରତି ତେବେ ସେମାନେ ଉପଭୋଗ କରି ପାରିବେ।

Leave a Reply

Your email address will not be published. Required fields are marked *