ହାର୍ନିୟାର ଚିକିତ୍ସା କରିବା ପାଇଁ ଯାଇଥିଲେ ବ୍ୟକ୍ତି ଜଣଙ୍କ, ପରୀକ୍ଷାରେ ବାହାରିଲା ମହିଳାଙ୍କ ପ୍ରାଇଭେଟ ପାର୍ଟ

କଣ କୈାଣସି ପୁରୁଷ ଭିତରେ ମଧ୍ୟ ମହିଳାଙ୍କ ପରି ଭଜାଇନା, ୟୁଟ୍ରସ ଏବଂ ଫେଲୋପିୟନ ଟ୍ୟୁବ ରହିପାରେ। ଆପଣ ବୋଧହୁଏ କହିବେ କି ଏମିତି ହୋଇ ପାରିବ ନାହିଁ, କିନ୍ତୁ ଏମିତି ହିଁ ଗୋଟିଏ ଦୁର୍ଲଭ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ଯାହା ବିଷୟରେ ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଡେଲି ଷ୍ଟାରର ରିପୋର୍ଟ ମୁତାବକ କୋସୋବୋରେ ରହୁଥିବା ୬୭ବର୍ଷର ଜଣେ ବ୍ୟକ୍ତିଙ୍କୁ ପାଖାପାଖି ୧୦ବର୍ଷ ପୂର୍ବରୁ ନିଜ ପ୍ରାଇଭେଟ ପାର୍ଟ ପାଖରେ ଗଣ୍ଠି ହେବା ବିଷୟରେ ଜଣା ପଡିଥିଲା।ସେ ଯେତେବେଳେ ଶୋଉଥିଲେ ତ ଗଣ୍ଠି ବିଲକୁଲ ମଧ୍ୟ ଦେଖା ଯାଉନଥିଲା। ହେଲେ କାଶିବା କିମ୍ବା ଛିଡ଼ା ହେବାଦ୍ବାରା ତାଙ୍କୁ ସେହି ଗଣ୍ଠି ଦେଖା ଯାଉଥିଲା।

ପ୍ରାଥମିକ ପରୀକ୍ଷାରେ ଡାକ୍ତର କହିଥିଲେ ହର୍ନିୟା

ସେ ଯେତେବେଳେ ଡାକ୍ତରଙ୍କୁ ଗଣ୍ଠି ବିଷୟରେ ଜଣାଇଥିଲେ ତ ପରୀକ୍ଷା ପରେ ସେ ତାଙ୍କୁ ହର୍ନିୟା ବୋଲି କହିଥିଲେ ଏବଂ ଚିକିତ୍ସା ଆରମ୍ଭ କରି ଔଷଧ ଦେଇଥିଲେ। ହେଲେ ଠିକ ହେବା ପରିବର୍ତ୍ତେ ତାଙ୍କ ସମସ୍ୟା ଧିରେଧିରେ ବଢ଼ିବାକୁ ଲାଗିଥିଲା। ଏହାପରେ ସେହି ବ୍ୟକ୍ତି ଜଣଙ୍କ ଚିକିତ୍ସା ପାଇଁ ଅନ୍ୟ ଗୋଟିଏ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କର ବିସ୍ତାର ଭାବରେ ପରୀକ୍ଷା କରିଥିଲେ ତ ସେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ବ୍ୟକ୍ତିଜଣଙ୍କ ଠାରେ ଦେଖା ଯାଇଥିଲା ଭଜାଇନା ଏବଂ ଅନ୍ୟ ପାର୍ଟ

ବାସ୍ତବରେ ସେହି ବ୍ୟକ୍ତି ଜଣଙ୍କ ପ୍ରାଇଭେଟ ପାର୍ଟ ପାଖରେ ଆଂଶିକ ଭାବରେ ଭଜାଇନା ହୋଇ ଯାଇଥିଲା। ଏତିକି ନୁହେଁ, ସେହି ବ୍ୟକ୍ତି ଜଣଙ୍କ ଭିତରେ ଫେଲୋପିୟନ ଟ୍ୟୁବ, ଅଣ୍ଡାଶୟ, ୟୁଟ୍ରସ ଏବଂ କର୍ଭିକ୍ସ ମଧ୍ୟ ରହିଥିଲା। ପରୀକ୍ଷାରୁ ଜଣାପଡିଥିଲା କି ତାଙ୍କର ଏକ ଟେଷ୍ଟିକଲ ମଧ୍ୟ ନିଖୋଜ ହୋଇ ଯାଇଛି। ରିପୋର୍ଟ ମୁତାବକ ବର୍ତ୍ତମାନ ଡାକ୍ତର ସେହି ବ୍ୟକ୍ତି ଜଣଙ୍କ ସର୍ଜରୀର ଯୋଜନା କରୁଛନ୍ତି।

ଦୁର୍ଲ୍ଲଭ ଘଟଣା ଦେଖି ଡାକ୍ତର ମଧ୍ୟ ହୋଇ ଯାଇଛନ୍ତି ଆଶ୍ଚର୍ଯ୍ୟ

ରିପୋର୍ଟ ମୁତାବକ କୈାଣସି ପୁରୁଷଙ୍କ ଠାରେ ମହିଳାଙ୍କ ପରି ଭଜାଇନା ବିକଶିତ ହୋଇଯିବା ଦୁର୍ଲ୍ଲଭ ସ୍ଥିତି ଅଟେ। ମେଡିକାଲ ଇତିହାସରେ ଆଜି ପର୍ଯ୍ୟନ୍ତ ପାଖାପାଖି ୨୦୦ ଲୋକଙ୍କ ଠାରେ ହିଁ ଏମିତି ଘଟଣା ଦେଖା ଯାଇଛି। ଯେଉଁ ପୁରୁଷ ମାନଙ୍କ ଠାରେ ଏହି ପ୍ରକାରର ସ୍ଥିତି ହୋଇଥାଏ, ସାଧାରଣ ଭାବରେ ସେମାନଙ୍କୁ ଏହା ବିଷୟରେ ପ୍ରଥମରୁ ହିଁ ଜଣା ପଡିନଥାଏ। ହେଲେ ଗଭୀର ପରୀକ୍ଷା ପରେ ଏହି ପ୍ରକାରର ଘଟଣା ଧରା ପଡ଼ିଥାଏ।

Leave a Reply

Your email address will not be published. Required fields are marked *