ଆସୁଛି ଆଉ ଏକ ବାତ୍ୟା, ମାର୍ଚ୍ଚ ୨୦ ରେ ଛୁଇଁବ ଏ ସ୍ଥଳଭାଗ :-

ଗତ କିଛି ମାସ ହେବ ପଶ୍ଚିମା ବାୟୁ ପ୍ରଭାବରୁ ବର୍ଷା ହେଉଥିଲା । କିନ୍ତୁ ଚଳିତ ମାସ ଏକ ବାତ୍ୟା ହେବାକୁ ନେଇ ପରିପାଗ ବିଭାଗ ତରଫରୁ ଆଶଙ୍କା କରାଯାଇଛି । ତେବେ ସୂଚନା ଅନୁଯାୟୀ ଏହି ବାତ୍ୟା ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ନେଇ ସୂଚନା ରହିଛି । ଆଜିକାର ଲେଖାରେ ଆମେ ଏହି ବାତ୍ୟା ସମ୍ବନ୍ଧିତ କିଛି ଜରୁରୀ ସୂଚନା ଆପଣଙ୍କୁ ଦେବାକୁ ଯାଉଛୁ ।

ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ନେଇ ଏହି ଆଶଙ୍କା କରାଯାଉଛି ଯେ ଏହା କ୍ରମଶଃ ବାତ୍ୟାର ରୂପ ନେଇପାରେ । କିନ୍ତୁ ଏହା ନିଶ୍ଚିତ ଭାବରେ ଯେ ବାତ୍ୟାର ରୂପ ନେବ ତାହା ବର୍ତ୍ତମାନ ର ପାଣିପାଗ କୁ ନଜରରେ ରଖି ଅନୁମାନ କରିବା ସମ୍ଭବ ନୁହେଁ । ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ପୂର୍ବ ରେକର୍ଡ଼ ଅନୁଯାୟୀ ବିଗତ ବର୍ଷ ମାନଙ୍କରେ ମାର୍ଚ୍ଚ ମାସରେ କୌଣସି ଘୁର୍ଣ୍ଣିଝଡ଼ ଭାରତ କିମ୍ବା ଓଡ଼ିଶା କୁ ଛୁଇଁବାର ସୂଚନା ନାହିଁ । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୨୦ ରେ ଲଘୁଚାପ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଏବଂ ଏହା ଭାରତକୁ ସ୍ପର୍ଶ କରିବ ବୋଲି ମଧ୍ୟ କହିଛନ୍ତି । ତସହିତ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ସପ୍ତମ ବାତ୍ୟା ହେବ ବୋଲି ସୂଚନା ରହିଛି ।

ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଲଘୁଚାପ ର ଦିଗ ବାରମ୍ବାର ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ଏହା ଭାରତ ଛୁଇଁବାର କୌଣସି ନିର୍ଦିଷ୍ଟ ସୂଚନା ନାହିଁ । ୧୯୦୧ ମସିହା ଠାରୁ ଏହା ସପ୍ତମ ମାର୍ଚ୍ଚ ମାସରେ ଆସୁଥିବା ବାତ୍ୟା ଅଟେ । ଡ଼ା. ପଶୁପାଳକ ଙ୍କ ଅନୁଧ୍ୟାନ ଅନୁଯାୟୀ ଏହା ଭାରତ ଛୁଇଁବାର ସମ୍ଭାବନା ନଥିବା କଥା ମଧ୍ୟ ପ୍ରକାଶ ପାଇଛି । ହୁଏତ ପରବର୍ତ୍ତୀ ସମୟରେ ଏହା ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତ ଦିଗରେ ମୁହାଁଇ ପାରେ ବୋଲି ଅନୁମାନ କରାଯାଇଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ଉଷ୍ମତା ବୃଦ୍ଧି ହେବାରେ ଲାଗିଛି । ପୁଣି ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ମଧ୍ୟ ଅନୁମାନ କରାଯାଇଛି । ତେବେ ଆଗାମୀ ୩ ଦିନରେ ବଲାଙ୍ଗୀର , ଝାରସୁଗୁଡା , ମାଲକାନଗିରି , ବୌଦ୍ଧ , ଅନୁଗୁଳ ଓ ସୋନପୁର ରେ କରାଯାଇଥିବା ଗ୍ରୀଷ୍ମ ଆକଳନ ଅନୁଯାୟୀ ୧୦ ଦିନ ପୂର୍ବରୁ ତାପମାତ୍ରା କମ ଥିବା ଏବଂ ୧୬ ତାରିଖ ସୁଦ୍ଧା ଆଉ ୨ କିମ୍ବା ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଅନୁମାନ କରାଯାଉଛି ।

ପୁଣି ୧୭ ତାରିଖରେ ବଙ୍ଗୋପସାଗରୀୟ ପବନ ବୋହିବା କାରଣରୁ ୪ ଡିଗ୍ରୀ ତାପମାତ୍ରା କମିବ ଏବଂ ତାହା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାକୁ ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଗ୍ରୀଷ୍ମ ପ୍ରବାହ ସୂଚନା ଅନୁଯାୟୀ ଏହା ମଧ୍ୟ କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ମାନଙ୍କରେ ତାପମାତ୍ରା ବୃଦ୍ଧି ହେବ ଏବଂ ଏନେଇ ସୋନପୁର , ବୌଦ୍ଧ , ନୟାଗଡ଼ , ଅନୁଗୁଳ ଏବଂ ଖୋର୍ଦ୍ଧା ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *