ସପ୍ତାହକୁ ମାତ୍ର ୫ ଘଣ୍ଟା କାମ କରି ମାସକୁ ଗୋଟିଏ କୋଟିରୁ ମଧ୍ୟ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବ୍ୟକ୍ତି , ଜାଣନ୍ତୁ କିପରି

ସମସ୍ତେ ଟଙ୍କା ରୋଜଗାର କରିବାକୁ ବହୁତ ଭଲ ପାଇଥାନ୍ତି । ଏ ଦୁନିଆଁର ପ୍ରତ୍ୟେକ ମଣିଷ ଭିନ୍ନ ଭିନ୍ନ ଉପାୟରେ ଟଙ୍କା ରୋଜଗାର କରିଥାନ୍ତି । ତେବେ ସମସ୍ତଙ୍କର ଗୋଟିଏ ହିଁ ଲକ୍ଷ୍ୟ ରହିଥାଏ , ଆଉ ତାହା ହେଉଛି ଟଙ୍କା କମାଇବା । ତେବେ ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା ଅତ୍ୟନ୍ତ ସହଜ ହୋଇଗଲାଣି । ଆଉ ଏହାର ମାଧ୍ୟମ ହେଉଛି ସୋସିଆଲ ମିଡିଆ । ଏହା ମାଧ୍ୟମରେ ସାରା ବିଶ୍ୱର ଅନେକ ବ୍ୟକ୍ତି ଟଙ୍କା କମାଇବାରେ ଲାଗି ପଡ଼ିଛନ୍ତି ଆଉ ମାସକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହା ସାହାଯ୍ୟରେ ଅନେକ ବ୍ୟକ୍ତି ଗରିବରୁ ଧନୀ ପାଲଟି ଯାଉଛନ୍ତି । ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି । ତେବେ ପୁଣିଥରେ ଏଭଳି ବ୍ୟକ୍ତିଙ୍କ କଥା ସାମ୍ନାକୁ ଆସିଛି , ଯିଏ ଆଜିକାର ସମୟରେ ମାତ୍ର ୫ ଘଣ୍ଟା କାମ କରି ମାସକୁ ଏକ କୋଟିରୁ ମଧ୍ୟ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

ବାସ୍ତବରେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗ୍ରାହମ କୋଚରେନ ।ସେ ଦ ରେକର୍ଡ଼ିଂ ରିଭଲ୍ୟୁଶନର ସଂସ୍ଥାପକ ଅଟନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ସେ ଦିନକୁ ମାତ୍ର ୫ ଘଣ୍ଟା କାମ କରି ମାସକୁ ଏକ କୋଟି ୨୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ଗ୍ରାହମ କୋଚରେନ ସଙ୍ଗୀତ ପ୍ରତି ଅତ୍ୟନ୍ତ ରୁଚି ରଖୁଥିଲେ । ଆଉ ସେ ଜଣେ ସଙ୍ଗୀତକାର ହେବାକୁ ଚାହୁଁଥିଲେ । ତେବେ ଏଥିପାଇଁ ସେ ବେସରକାରୀ ସଂସ୍ଥାରେ ସକାଳ ୯ଟା ରୁ ଦିନ ୫ଟା ପର୍ଯ୍ୟନ୍ତ କାମ କରୁଥିଲେ । ତେବେ ୨୦୦୯ ମସିହାରେ ଗ୍ରାହମଙ୍କର ଚାକିରୀ ଯାଇ ସାରିଥିଲା । ଆଉ ତାପରେ ସେ ପୁରାପୁରି ପ୍ରଯୋଜନା ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ସେହି ସମୟରେ ଗ୍ରାହମ ଏବଂ ତାଙ୍କର ଫୋଟଗ୍ରାଫର ପତ୍ନୀ ମା ବାପା ହୋଇ ସାରିଥିଲେ । ତେବେ ସେହି ସମୟରେ ସେମାନେ ଫ୍ରିଲାନ୍ସ କାମ କରୁଥିଲେ ଏବଂ ସେମାନେ ଅତ୍ୟନ୍ତ ଆର୍ଥିକ ସଙ୍କଟ ଦେଇ ଗତି ମଧ୍ୟ କରୁଥିଲେ ।

ତେବେ ସେମାନେ ମ୍ୟୁଜିକ ବ୍ଲଗ ଆରମ୍ଭ କରିଥିଲେ । ଆଉ ଯାହାର ନାମ ସେମାନେ ରେକର୍ଡ଼ିଂ ରିଭଲ୍ୟୁସନ ରଖିଥିଲେ । ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାର ଥିଲା । ତେବେ ଅନଲାଇନ ବ୍ୟବସାୟ କିପରି କରାଯିବ , ତାହା ଶିଖିବା ପାଇଁ ଗ୍ରାହମକୁ ବହୁତ ସମୟ ଲାଗିଥିଲା ଆଉ ବର୍ତ୍ତମାନ ସମୟରେ ସେ ସେଥିରୁ ହିଁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏଥିରୁ ମାସିକ ୩୦ ଲକ୍ଷରୁ ମଧ୍ୟ ଅଧିକ ଟଙ୍କା ରୋଜଗାର ହୋଇଛି । ସେ ଅନଲାଇନ କୋଚିଂରୁ ୯୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଆଉ ସେଥିରେ ସେ ଲୋକମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ଗ୍ରାହମଙ୍କର କହିବା ଅନୁଯାୟୀ , ସେ ୩୮ ବର୍ଷ ବୟସରେ ଗୋଟିଏ ସପ୍ତାହରେ ମାତ୍ର ୫ ଘଣ୍ଟା କାମ କରନ୍ତି ଆଉ ବାକି ସମୟ ପରିବାର ସହ ବିତାଇଥାନ୍ତି ।

ଗ୍ରାହମଙ୍କର କହିବା ଅନୁଯାୟୀ , ସେ ଦୁଇଟି ବ୍ଲଗ ଚ୍ୟାନେଲ ଏବଂ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ ଆଉ ପ୍ରାରମ୍ଭରେ ସ୍ପୋନସରସିପ ମାଧ୍ୟମରେ ସେ ୧୫ ରୁ ୭୫ ହଜାର ଟଙ୍କା ରୋଜଗାର କରୁଥିଲେ । ଆଉ ସେହି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସେ ଲୋକମାନଙ୍କୁ ଆକର୍ଷିତ କରିବା ଆରମ୍ଭ କରିଥିଲେ । ସେ ୨୦୧୦ ମସିହାରେ ଡିଜିଟାଲ ପ୍ରଯୋଜନା ଆରମ୍ଭ କରିଥିଲେ । ଏଥିରେ ଇ-ବୁକ ଏବଂ ଅନଲାଇନ କୋର୍ସ ଶାମିଲ ଥିଲା । ତେବେ ସେହି ସମୟରେ ସେ ୱେବସାଇଟକୁ ବିକ୍ରି କରିଥିଲେ ଆଉ ସେଥିରୁ ପ୍ରଥମଥର ୩୪୦୦ ଟଙ୍କା ରୋଜଗାର କରିଥିଲେ ।

ସେ ମାଗଣା ଇ-ବୁକ ମଧ୍ୟ ଦେଉଥିଲେ ଆଉ ସେତେବେଳେ ତାଙ୍କର ୫୦୦ ସବକ୍ରାଇବାର ଥିଲେ । ସେ ଅନେକ ଅନଲାଇନ କୋର୍ସ ମଧ୍ୟ ବିକ୍ରି କରୁଛନ୍ତି , ଯାହା ୫ ରୁ ୩୦ ହଜାର ମଧ୍ୟରେ ଅଟେ । ଅକ୍ଟୋବର ୨୦୧୮ ରୁ ଡିସେମ୍ବର ୨୦୧୯ ମଧ୍ୟରେ ସେ ୭୬ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ୨୦୨୧ ରୁ ସେ ଏଥିରୁ ଦୁରେଇ ଯାଇ ଦ ରେକର୍ଡ଼ିଂ ରିଭଲ୍ୟୁସନରୁ ୩୦ ଲକ୍ଷ ରୋଜଗାର କଲେ । ସେ ଅନ୍ୟ ଏକ ବ୍ୟବସାୟରେ ଲୋକମାନଙ୍କୁ ପାଠ ପଢ଼ାନ୍ତି ଆଉ ୬ ମାସ ମଧ୍ୟରେ ସେ ସେଥିରୁ ୯୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

Leave a Reply

Your email address will not be published. Required fields are marked *