ମୋ ସ୍ତ୍ରୀ କାହା ସହ ପଳେଇଛି, ବିବାହିତା ମହିଳା ନିଜ ଛୋଟ ପୁଅକୁ ଛାଡି ଆଉ କାହା ସହ ପଳେଇଛି….

କୁହାଯାଉଥିଲା କଳିଯୁଗରେ ଅତ୍ୟନ୍ତ ଅଘଟଣ ଘଟିବାକୁ ଯାଉଛି । ତେବେ ସେ ସବୁ କଥା ସତ ହୋଇ ହୋଇ ଯାଉଛି। ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ସାମ୍ନାକୁ ଆସୁଛି, ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ତେବେ ପ୍ରତିଦିନର ଖବରକାଗଜ ପୃଷ୍ଠାରେ ଆମେ ନିଶ୍ଚିତ ଭାବରେ ଏଭଳି କିଛି ନା କିଛି ଖବର ପାଇବା , ଯାହା ଆମକୁ ଆଶ୍ଚର୍ଯ୍ୟଚକିତ କରିଦେବ । ଆହୁରିମଧ୍ୟ ସୋସିଆଲ ମିଡିଆରେ ଅନେକ ଖବର ସାମ୍ନାକୁ ଆସୁଅଛି, ଯାହା ଚାରିଆଡ଼େ ହଇଚଇ ସୃଷ୍ଟି କରିଦେଉଛି । ତେବେ ପ୍ରାୟତଃ କିଛି ଦିନ ହେବ, ଓଡ଼ିଶାରେ ଏଭଳି ଘଟଣା ଘଟୁଅଛି, ଯାହା ଅତ୍ୟନ୍ତ ଭୟାନକ ଅଟେ । ତେବେ ପୁଣିଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଅଛି , ଆସନ୍ତୁ ସେ ବିଷୟରେ ଜାଣିନେବା ।

ଆମେ ସମସ୍ତେ ଜାଣିଥିବା ଯେ , ବିବାହ ପରେ ଅନେକ ପୁରୁଷ କିମ୍ବା ମହିଳା ପରକୀୟାପ୍ରୀତିରେ ପଡି ଯାଇଥାନ୍ତି । ତେବେ ତାହା ଯେକୌଣସି କାରଣ ହେଉ ନା କାହିଁକି , ଏମିତି କିଛି କାରଣ ରହିଥାଏ ଯେଉଁଥିପାଇଁ ସେମାନେ ଅନ୍ୟମାନଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି । ପୁଣିଥରେ ଏଭଳି ଏକ ଖବର ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଅଛି । ସୂଚନା ଅନୁଯାୟୀ , ପ୍ରବୀଣ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରର ପଞ୍ଚସଖା ନଗରରେ ବାସ କରନ୍ତି ଆଉ ସେ କିଛି ବର୍ଷ ତଳେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ତେବେ ପ୍ରବୀଣଙ୍କର କହିବା ଅନୁଯାୟୀ , ଗତବର୍ଷ ଜାନୁଆରୀ ୯ ତାରିଖରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ଆଉ ସେହି ସମୟରେ ତାଙ୍କ ସ୍ତ୍ରୀ କାହା ସହ ମୋବାଇଲରେ ଚାଟିଂ କରିବାରେ ବ୍ୟସ୍ତ ରହିଥିଲେ ।

ତେବେ ତାଙ୍କ ପତ୍ନୀ କେବେ ମଧ୍ୟ କାହାକୁ ଧ୍ୟାନ ଦିଅନ୍ତି ନାହିଁ । ସଦାବେଳେ ଫୋନରେ ଚାଟିଂ କରିବାରେ ବ୍ୟସ୍ତ ରହିଥାନ୍ତି । ବିବାହ ପର ଠାରୁ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ସେମାନେ ପରସ୍ପର ଠାରୁ ଅଲଗା ହୋଇ ରହିଥାନ୍ତି । ସ୍ତ୍ରୀ କେତେବେଳେ କେତେବେଳେ ରାଗି ଯାଇ ନିଜ ବାପ ଘରକୁ ଚାଲି ଯାଆନ୍ତି । ତେବେ ସ୍ୱାମୀ କହିଛନ୍ତି ଯେ , ମନୋଜ କୁମାର ଦାସ ନାମକ ଜଣେ ବ୍ୟକ୍ତି ଯିଏକି ବ୍ରିଟାନିଆରେ ଚାକିରୀ କରନ୍ତି , ତାଙ୍କୁ ହିଁ ତାଙ୍କ ପତ୍ନୀ ଭଲ ପାଉଛନ୍ତି । ତେବେ ପତ୍ନୀ ଜଣକ ବାପ ଘରେ ଯାଇ ରହିବା ପରେ ଦୀର୍ଘ ଦେଢ଼ ମାସ ପରେ ସେ ଯାଇ ତାଙ୍କୁ ଘରକୁ ନେଇ ଆସିଥିଲେ । ତଥାପି ତାଙ୍କ ପତ୍ନୀ କେବେ ମଧ୍ୟ ଖୁସିରେ ରହୁନଥିଲେ । ତାଙ୍କ ପାଇଁ ଯେତେ ଯାହା କଲେ ବି ସେ କେବେ ଖୁସି ହୋଇ ପାରୁନଥିଲେ ।

ତେବେ ପରେ ଯାଇ ପ୍ରବୀଣଙ୍କ ପତ୍ନୀ ମହିଳା ଥାନାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଥିଲେ । ଆଉ ତାପରେ ମହିଳା ଥାନାରୁ ତାଙ୍କୁ ଡକରା ଆସିଥିଲା । ତେବେ ସେଠାରେ ସବୁ ସମସ୍ୟାର ସମାଧାନ ହୋଇଥିଲା । କିନ୍ତୁ ପତ୍ନୀ ତାଙ୍କୁ ଛାଡପତ୍ର ଦେବେ ନାହିଁ ବୋଲି କହିଥିଲେ । ତେବେ ସୂଚନା ଅନୁଯାୟୀ , ତାଙ୍କ ପତ୍ନୀ ଏକ ବେସରକାରୀ ଅଫିସରେ କିଛି ଦିନ ହେବ ଚାକିରୀ ମଧ୍ୟ କରୁଥିଲେ । ଏହାର କିଛି ଦିନ ପରେ ପ୍ରବୀଣଙ୍କର ଶାଶୁ ତାଙ୍କୁ ଫୋନ କରି ଘରକୁ ଡାକିଥିଲେ ଆଉ ସେ ସେଠାକୁ ଯିବାପରେ ଶୁଣିବାକୁ ପାଇଥିଲେ କି ତାଙ୍କ ପତ୍ନୀ କାହା ସହ ପଳେଇଛି ।

ଏହାପରେ ସେ ବ୍ୟସ୍ତ ହୋଇ ପଡ଼ିଥିଲେ ଆଉ ଜାଣିବାକୁ ପାଇଥିଲେ ଯେଉଁ କମ୍ପାନୀରେ ସେ ଚାକିରୀ କରୁଥିଲେ , ତାର ମାଲିକ ସହ ତାଙ୍କ ପତ୍ନୀ ପଳାଇଛନ୍ତି । ଏହା ମଧ୍ୟରେ ତାଙ୍କ ପୁଅ କହିଛି କି , ସେ ତାଙ୍କ ମାଆଙ୍କୁ ବିଷ ରଖିଥିବାର ଦେଖିଛି , ସେ ବୋଧ ହୁଏ ବିଷ ଦେଇ କାହାକୁ ମାରିବାର ଯୋଜନା କରୁଥିଲେ । ଆହୁରିମଧ୍ୟ ତାଙ୍କ ମାଆ ନାଲି ଲେହେଙ୍ଗା ପିନ୍ଧି ଅନ୍ୟ ପୁରୁଷ ଠାରୁ ସିନ୍ଦୁର ପିନ୍ଧୁଥିବାର ସେ ଦେଖିଛି । ତେବେ ବର୍ତ୍ତମାନ ସମୟରେ ପ୍ରବୀଣ ଥାନାରେ ଏତଲା ଦେଇଛନ୍ତି ଏବଂ ତାଙ୍କ ପୁଅକୁ ନିଜ ପାଖରେ ରଖି ଭଲ ଭାବରେ ଲାଳନପାଳନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *