ମହିଳା ମାନଙ୍କର ବଡ଼ଥିଲେ ଏହି ଅଙ୍ଗ ହୋଇଥାନ୍ତି ଭାଗ୍ୟଶାଳୀ…

ବନ୍ଧୁମାନେ ଆଗ କାଳରୁ ମହିଳା ମାନଙ୍କ ପ୍ରତ୍ୟେକ ଟି କାର୍ଯ୍ୟ ଉପରେ ଶା-ସ୍ତ୍ରରେ ଅନେକ ନୀତି ନିୟମ ମାନ ବର୍ଣ୍ଣିତ ଅଛି। ଏପରି କୁହାଯାଏ କି ମହିଳା ମାନଙ୍କୁ ବୁଝିବା ବଡ଼ କଠିନ ହୋଇଥାଏ। ଯାହାକୁ ସ୍ୱୟଂ ବ୍ରହ୍ନ୍ମା ମଧ୍ୟ ବୁଝି ପାରି ନଥିଲେ। ପ୍ରାଚୀନ କାଳରୁ ଅନେକ ବିଦ୍ୱାନ ନାରୀ ମାନଙ୍କ ଉପରେ ଅନେକ ଗ୍ରନ୍ଥ ରଚନା କରାଯାଇଛି। ସେମାନେ ମଧ୍ୟ ନାରୀ ମାନଙ୍କୁ ଜାଣି ପାରିନାହାଁନ୍ତି। ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ରୂପେ ମାନ୍ୟତା ଦିଆ ଯାଇଛି।

ଘରର ସମସ୍ତ ପରିବେଶ ସେହି ଘରର ମହିଳା ମାନଙ୍କର ଆଚାର ବ୍ୟବହାର ଉପରେ ନିର୍ଭର କରେ। ମହିଳା ମାନେ ଘରକୁ ସଜାଡି ବି ଥାଆନ୍ତି ଏବଂ ବିଗାଡି ମଧ୍ୟ ଥାଆନ୍ତି। ସ୍ତ୍ରୀ ମାନଙ୍କ ଲକ୍ଷଣ ଘରକୁ ଲକ୍ଷ୍ମୀଙ୍କୁ ଡାକି ଥାଆନ୍ତି ତ କେତେ ସବୁ ଲକ୍ଷଣ ଘରୁ ଲକ୍ଷ୍ମୀ ଛାଡି ମଧ୍ୟ ପଳାନ୍ତି। ଏପରି ଏକ ପ୍ରାଚୀନ ଗ୍ରନ୍ଥ ଯାହାର ନାମ ସାମୁଦ୍ରିକ ଗ୍ରନ୍ଥ ବୋଲି କୁହାଯାଏ।

ମନୁଷ୍ୟର ସ୍ଵଭାବ ତାହାର ଚରିତ୍ର ଉପରେ ବର୍ଣ୍ଣିତ ହୋଇଥାଏ। ଏହି ଗ୍ରନ୍ଥରେ ଭାଗ୍ୟଶାଳୀ ସ୍ତ୍ରୀଙ୍କର ଶାରୀରିକ ଲକ୍ଷଣ ଉପରେ ବର୍ଣ୍ଣିତ ଅଛି।

୧. ସମୁଦ୍ରଶାସ୍ତ୍ର ଅନୁଯାୟୀ ଯେଉଁ ପୁରୁଷର ମୁହଁ ତାର ମାର ମୁହଁ ସହିତ ସମାନ ହୋଇଥାଏ ଏବଂ କୌଣସି ସ୍ତ୍ରୀର ମୁହଁ ଯଦି ତାର ପିତାଙ୍କ ସଦୃଶ ମିଶିଥାଏ। ତେବେ ସେହି ସ୍ତ୍ରୀ ବହୁତ୍ ଭାଗ୍ୟଶାଳି ହୋଇଥାଏ। ଏଭଳି ସ୍ତ୍ରୀ ପରିବାରକୁ ସର୍ବଦା ଯୋଡ଼ି କରି ରଖିଥାଏ।

୨. ଯେଉଁ ସ୍ତ୍ରୀର ଜିଭ ଲମ୍ବା ଏବଂ ଲାଲ ରଙ୍ଗର ହୋଇଥାଏ ଓ ମଧୁର ବାଣୀ କହିଥାଏ। ଏହି ଭଳି ସ୍ତ୍ରୀ ସ୍ଵଭାବ ବହୁତ୍ ସୌଭାଗ୍ୟ ଶାଳୀ ମାନାଯାଏ। ଏହି ଭଳି ସ୍ତ୍ରୀ ଘରକୁ ସୁଖ ସମୃଦ୍ଧି ଏବଂ ବୈଭବ ଆଣି ଥାଏ।

୩. କଳା ଜିଭ ଥିବା ମହିଳା ଦୁର୍ଭାଗ୍ୟଶାଳୀ ବା ଧନହିନ ହୋଇଥାନ୍ତି। ଯେଉଁ ସ୍ତ୍ରୀର ନାକ ଲମ୍ବା ଏବଂ ନାକର ଅଗ୍ରଭାଗରେ କଳାଯାଇ ଥାଏ। ତେବେ ଏହା ବହୁତ୍ ଶୁଭ ହୋଇଥାଏ। ନାକର କୌଣସି ଜାଗାରେ କଲାଯାଇ ଥିଲେ ତାହା ବହୁତ୍ ସୌଭାଗ୍ୟ ଶାଳୀମାନା ଯାଇଥାଏ।

୪. ଯେଉଁ ସ୍ତ୍ରୀର ମୁହଁ ଅଧିକ ଗୋଲ ଅବା ଚମକ୍ ଦାର ହୋଇଥାଏ। ସେହି ସ୍ତ୍ରୀ ଅଧିକ ସୌଭାଗ୍ୟ ଶାଳୀ ହୋଇଥାଏ। ଯେଉଁ ପୁରୁଷର ମୁହଁ ସ୍ତ୍ରୀର ମୁଖ ଭଳି ହୋଇଥାଏ। ସେ ସନ୍ତାନ ହିନ ହୋଇଥାଏ।

୫. ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ହୋଇଥାଏ ସେ ବହୁ ଭାଗ୍ୟବାନ ହୋଇଥାଏ। ଛୋଟ ଆଙ୍ଗୁଳି ଥିବା ମହିଳା ଅନେକଙ୍କ ପାଇଁ ଭାଗ୍ୟବାନ ମାନା ଯାଇଥାଏ। ଏମାନଙ୍କୁ ନିଜ ଜୀବନରେ କେବଳ ଦୁଃଖ ଏବଂ କଷ୍ଟ ମିଳିଥାଏ।

୬. ଯେଉଁ ସ୍ତ୍ରୀର କାନ ଦ୍ଵିତୀୟ ଚନ୍ଦ୍ର ପରି ହୋଇଥାଏ ଏବଂ ଲୋମ ହିନ ହୋଇଥାଏ। ସେ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଶାଳୀମାନା ଯାଇଥାଏ। ଏହି ଭଳି ମହିଳା ବିନମ୍ର ସ୍ୱଭାବର ମଧ୍ୟ ହୋଇଥାଏ।

୭. ଯେଉଁ ସ୍ତ୍ରୀର ଓଠ ଲାଲ ହୋଇଥାଏ ଏବଂ ସତେଜ ହୋଇଥାଏ ଓ ମୁଣ୍ଡ ଗୋଲ ରହିଥାଏ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏମାନଙ୍କୁ ବିବାହ କରିଥିବା ପୁରୁଷ ଉନ୍ନତି କରିଥାନ୍ତି। ଯେଉଁ ପୁରୁଷର ମୁଖ ମୋଟା ହୋଇଥାଏ ସେ ଭଲ ସ୍ୱଭାବର ହୋଇଥାନ୍ତି। ଛୋଟ ଏବଂ ପତଳା ମୁଖ ଥିବା ପୁରୁଷଙ୍କୁ ଧୋକା ବାଜ୍ ସ୍ୱଭାବର ବୋଲି ମାନା ଯାଇଛି।

୮. ଲମ୍ବା କେଶ ଥିବା ମହିଳା ମାନଙ୍କୁ ଶୁଭ ମାନା ଯାଇଥାଏ କାରଣ ପ୍ରାଚୀନ କାଳରୁ ଦେବା ଦେବୀ ମାନଙ୍କର ରୂପ ଘନ କେଶ ଓ କଳା କେଶ ହୋଇଥାଏ।

୯. ଯେଉଁ ମହିଳାଙ୍କ ଗୋଡର ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ ତାଙ୍କୁ ଜୀବନରେ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯେଉଁ ମହିଳାଙ୍କ ଗୋଡ଼ ଆଙ୍ଗୁଠି ଛୋଟ ହୋଇଥାଏ। ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

୧୦. ଯେଉଁ ସ୍ତ୍ରୀର ଆଖି ମୃଗ ଭଳି ଏବଂ ଆଖି ଧଳା ଭଳି ହୋଇଥାଏ। ସେମାନେ ଅତ୍ୟନ୍ତ ଭାଗ୍ୟସାଳି ହୋଇଥାନ୍ତି।

୧୧. ଯେଉଁ ମହିଳାଙ୍କ ପାଦର ଗୋଇଠି ଗୋଲାକାର ହୋଇଥାଏ। ସେହି ଭଳି ମହିଳା ସୁଖ ଶାନ୍ତିରେ ରହିଥାଏ। ଏହି ଗୁଣ କାରଣରୁ ତାର ପରିବାରକୁ ଲାଭ ହୋଇଥାଏ। ଏମାନଙ୍କ ଆଚରଣରୁ ପରିବାର ବି ଖୁସିରେ ରହିଥାଏ। ଏହା ଥିଲା ମହିଳା ମାନଙ୍କ ବିଷୟରେ କିଛି ଜଣା ଅଜଣା କଥା।

Leave a Reply

Your email address will not be published. Required fields are marked *