ମୋ ନିନ୍ଦା କେବେ ବି ହେବାକୁ ଦେବିନି, ଯେତେ ଇଛା ସେତେ ମିଛ କହିବି…

ଧୋକେବାଜ ବୋହୂ ମାମଲା ବର୍ତ୍ତମାନ ଭିନ୍ନ ଭିନ୍ନ ରହସ୍ୟ ସହିତ ନଜରକୁ ଆସୁଛି । ଆଉ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରୁଛି । ଧୋକା ତ ଦେଲା ଦେଲା , ଚୋରି ବି କଲା ଆଉ ଶେଷରେ ସମସ୍ତଙ୍କ ନାମରେ ମିଛ ଆରୋ-ପ ବି ଲଗାଇଲା । ବର୍ତ୍ତମାନ ସମୟରେ ଧୋକେବାଜ ବୋହୂ ନନ୍ଦିନୀକୁ ନେଇ କିଛି ରହସ୍ୟ ଜାଣିବାକୁ ମିଳିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ ୧୨ ତାରିଖରେ ବିବାହ ହୋଇଥିଲା ବଳରାମ ଏବଂ ନନ୍ଦିନୀର । ଆଉ ୧୩ ତାରିଖରେ ଘରୁ ପଳାଇଥିଲା ନନ୍ଦିନୀ । ତାହା ପୁଣି ମନ୍ଦିର ଯିବା ବାହାନାରେ । ପରେ ଧୋକେବାଜ ବୋହୂ , ଚୋରଣୀ ବୋହୂ ଏବଂ ଭିଣୋଇ କଥା ଉଠିବା ପରେ ପୁଣିଥରେ କ୍ୟାମେରା ସାମ୍ନାକୁ ଆସି ନିଜ ମତ ଦେଇଥିଲେ ନନ୍ଦିନୀ । ଏପଟେ କୁହାଯାଉଛି ଯେ ନନ୍ଦିନୀଙ୍କ ସବୁ କଥା ମିଛ । ତାହାର କାରଣ ମଧ୍ୟ ରହିଛି ।

ବିବାହର ପରଦିନ ଘରୁ ଗହଣା ନେଇ ଫେରାର ହୋଇଥିଲେ ନନ୍ଦିନୀ । ଆଉ କିଛିଦିନ ଧରି କାହା ନଜରକୁ ବି ଆସି ନଥିଲେ । କିନ୍ତୁ ହଠାତ ଦିନେ ଆସି ” ସ୍ୱାମୀ ଓଲାଟା , ଭାତ ଆଚାର , କଥା କହିଲେ ପାଟି ଲାଗେ , ମା ଯାହା କହେ ତାହା କରେ ” ଏମିତି ଅନେକ ମିଥ୍ୟା ପ୍ରବଚନ ବଖାଣି ଥିଲେ । ଆଉ ଏବେ ଯେତେବେଳେ ଧୀରେ ଧୀରେ ସବୁ ସତ ସାମ୍ନାକୁ ଆସୁଛି ସେତେବେଳେ ଲୁଚି ରହିଛନ୍ତି ନନ୍ଦିନୀ । ବୋଧହୁଏ ଯିଏ ଯାହା କହୁ ତାଙ୍କର ବା କଣ ହେବ ?

ବିବାହ ପୂର୍ବରୁ ପିତା ନଥିଲେ , କିନ୍ତୁ ଠିକ ବିବାହ ଗୋଟିଏ ଦିନ ଆଗରୁ ପିତା ବି ଆସିଗଲେ ଆଉ ମା ବି । ପୁଣି ସେ ଭିଣୋଇ ନୁହଁନ୍ତି ତ , ଭଉଣୀର ସାଙ୍ଗ । ଏମିତି ଅନେକ ମିଛ କଥା କହି ଲୋକଙ୍କୁ ବୋକା ବନାଉଥିବା ଝିଅ ନନ୍ଦିନୀ । ବିବାହ ପୂର୍ବରୁ ହ୍ଵାଟସ ଏପ ଚାଟିଂରେ ଗପୁଥିଲେ ପ୍ରେମ ଗପ । କିନ୍ତୁ ବିବାହ ପରେ କୁଆଡ଼େ କହୁଛନ୍ତି ତାଙ୍କୁ ଜାଣି ନଥିଲେ । ଏପରି ହଜାରେ ମିଛ କହିବେ ବରଂ ନିଜର ନିନ୍ଦା ହେବାକୁ ଦେବେ ନାହିଁ । ଏ ହେଉଛି ନନ୍ଦିନୀଙ୍କ ନିରୀହ ମୁଖା ପଛରେ ଅସଲ ରୂପ ।

ତେବେ ଯାହାହେଉ ବର୍ତ୍ତମାନ ଏହା ଦେଖିବାକୁ ବାକି ଯେ ପୋଲିସ କେତେ ଶୀଘ୍ର ଘଟଣାର ସତ୍ୟାସତ୍ୟ ପର୍ଦାଫାସ କରି ନନ୍ଦିନୀକୁ ଗିର-ଫ କରୁଛି ।

Leave a Reply

Your email address will not be published. Required fields are marked *