ଓଡିଶାରୁ ୨୧ ଜଣ ଯୁବତୀଙ୍କୁ ସାଙ୍ଗରେ ଟ୍ରେନରେ ନେଇଯାଉଥିବା ବେଳେ ମାଡିବସିଲା ଶ୍ରମ ବିଭାଗ।

୨୧ ଜଣ ଯୁବତୀ ଟ୍ରେନରେ ଚାଲାଣ ହେଉଥିଲେ। ଓଡିଶାରୁ ଆନ୍ଧ୍ରକୁ ହେଉଥିଲା ଯୁବତୀ ଚାଲାଣ। ଶ୍ରମ ବିଭାଗ ଖବର ପାଇ ଷ୍ଟେସନରେ ପହଂଚିଗଲେ। ଆଉ ଶ୍ରମ ବିଭାଗକୁ ଦେଖି ଡରରେ ଛାନିଆ ହୋଇଗଲା ଦଲାଲ।ହଁ ଆଜ୍ଞା ଓଡିଶାରୁ ଆନ୍ଧ୍ରକୁ ହେଉଥିଲା ଯୁବତୀ ମାନଙ୍କ ଚାଲାଣ। ଗୋଟିଏ କି ଦୁଇ ଜଣ ନୁହେଁ ପୁରା ୨୧ ଜଣ ଯୁବତୀଙ୍କୁ ଚାଲାଣ କରୁଥିଲା ଦଲାଲ। ଯଦି ଆଉ କିଛି ସମୟ ଡେରି ହୋଇଥାନ୍ତା ତାହେଲେ ବାଲେଶ୍ଵର ଷ୍ଟେସନରୁ ଟ୍ରେନ ଛାଡି ଦେଇଥାନ୍ତା। ଆଉ ସମସ୍ତେ ଯୁବତୀ ମାନେ ଆନ୍ଧ୍ରରେ ପହଁଚି ଯାଇଥାନ୍ତେ। ହେଲେ ଏମିତି ହେବା ପୂର୍ବରୁ ଶ୍ରମ ବିଭାଗ ପହଁଚିଗଲା। ଏବେ ୨୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଶ୍ରମ ବିଭାଗ।

ସୂଚନା ମୁତାବକ ଜଣେ ଦଲାଲ ଓଡିଶା ରୁ ଆନ୍ଧ୍ରକୁ ଚାଲାଣ କରୁଥିଲା ଯୁବତୀ। ଏହି ଯୁବତୀ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ବାଲେଶ୍ଵର ରେଲୱେ ଷ୍ଟେସନକୁ ଆଣିଥିଲେ। ବାଲେଶ୍ଵରରୁ ଆନ୍ଧ୍ରକୁ ଯାଉଥିବା ଟ୍ରେନରେ ଏହି ଯୁବତୀ ମାନେ ଯାଇଥାନ୍ତେ। ଏ ନେଇ କେହିଜଣେ ସମାଜସେବୀ ମୟୁରଭଞ୍ଜ ଶ୍ରମ ବିଭାଗକୁ ଖବର ଦେଇଥିଲେ। ଏହା ପରେ ସଙ୍ଗେ ସଙ୍ଗେ ମୟୁରଭଞ୍ଜ ଶ୍ରମ ବିଭାଗ ବାଲେଶ୍ଵର ଶ୍ରମ ବିଭାଗ କୁ ଖୁଣ୍ଟା ପୋଲିସ ସହାୟତାରେ ଏହି ଯୁବତୀ ମାନଙ୍କୁ ବାଲେଶ୍ଵର ରେଲୱେ ଷ୍ଟେସନରୁ ଉଦ୍ଧାର ହୋଇଛି। ଏବେ ସବୁ ଯୁବତୀ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଆଉ ସେମାନଙ୍କୁ ବାରିପଦାକୁ ପଠା ଯାଇଛି।

ତେବେ ମୟୁରଭଞ୍ଜ ଶ୍ରମ ବିଭାଗ କହିଛନ୍ତି କି ଯୁବତୀ ମାନେ କୁଆଡେ ଆନ୍ଧ୍ରକୁ ଯାଉଥିଲେ ଏକ ସୂତା କୋଳରେ କାମ କରିବା ପାଇଁ। ଜଣେ ଦଲାଲ ଏହି ୨୧ ଜଣ ଯୁବତୀଙ୍କୁ ନେଇକି ଯାଉଥିଲେ। ହେଲେ ଏହି ଦଲାଲଙ୍କ ପାଖରେ ଲାଇସେନ୍ସ ନଥିବାରୁ ତାଙ୍କୁ ତଦନ୍ତ ପରିସର ଭିତରକୁ ଅଣାଯିବ। ଆଉ ଏହି ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଶ୍ରମ ଅଧିକାରୀ। ତେବେ ଏହି ଘଟଣାର ତଦନ୍ତ ପରେ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ବିଭାଗ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *