ସମୀର ଦାସଙ୍କ ବଡ଼ ପ୍ଲାନ…ନିମାପଡାରେ ପ୍ରାର୍ଥୀ ବଦଳାଇବ ବିଜେଡି! ଜାଣନ୍ତୁ କିଏ ହେବେ ପ୍ରାର୍ଥୀ।

ନିମାପଡ଼ାରେ ସମୀର ଦାସଙ୍କ ବଡ଼ ପ୍ଲାନ। ପ୍ରଚାର କରି ପାରୁନାହାନ୍ତି ଦିଲ୍ଲୀପ ନାୟକ। ପ୍ରାର୍ଥୀ ବଦଳାଇପାରେ ଶାସକ ଦଳ। ହଁ ଆଜ୍ଞା ବନ୍ଧୁଗଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏକାଧିକ ଆଶାୟୀ ପ୍ରାର୍ଥୀ ଶାସକ ଦଳ ପାଇଁ ସୃଷ୍ଟି କରିଛନ୍ତି ଅଡ଼ୁଆ ପରିସ୍ଥିତି। ନିମାପଡା ବିଧାନସଭା ଆସନରେ ଟିକେଟ ପାଇଁ ଦୃଢ଼ ଦାବିଦାର କୁହାଯାଉଛି ସମୀର ଦାସଙ୍କୁ ପ୍ରାର୍ଥୀ ନକରି ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଯାହା ପରେ ଏକ ପ୍ରକାରର ଯୁଦ୍ଧ ଘୋଷଣା କରିଛନ୍ତି ନିମାପଡ଼ାର ବିଧାୟକ ତଥା ଟାଣୁଆ ନେତା ସମୀର ଦାସ।

ଲଗାତର ୩ ଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରହି ସାରିଥିବା ସମୀର ଦାସ ଏଥର ମଧ୍ୟ ବିଜେଡି ଟିକେଟରେ ନିମାପଡାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାରର ନିଶ୍ଚିତ ଥିଲେ। ହେଲେ ଦଳ ଅତର୍କିତ ଭାବେ ତାଙ୍କ ଟିକେଟ କାଟିବା ସହ ଯେଉଁ ଦିଲ୍ଲୀପ ନାୟକଙ୍କୁ ବିଜେପିରୁ ଆଣି ମାତ୍ର ୨୫ ଦିନ ତଳେ ନିଜେ ସମୀର ଦାସ ବିଜେଡିରେ ମିଶାଇ ଥିଲେ ସେହି ଦିଲ୍ଲୀପକୁ ପ୍ରାର୍ଥୀ ଘୋଷଣା କରିଥିଲା। ଯାହା ସମୀର ଦାସ ଓ ତାଙ୍କ ସମର୍ଥକ ମାନଙ୍କୁ ଏକ ବଡ଼ ଝଟକା ଦେଇଥିଲା। ତେଣୁ ପ୍ରାର୍ଥୀ ପରିବର୍ତ୍ତନ ଦାବି କରି ଗତ ୨୦ ତାରିଖ ଶନିବାର ନିମାପଡାରେ ଏକ ବିଶାଳ ସମାବେଶ କରି ବଳ ଦେଖାଇଥିଲେ ସମୀର। ଯେଉଁଥିରେ ପ୍ରାୟ ୩୦ ହଜାର ଲୋକ ସମୀରଙ୍କ ପ୍ରତି ସମର୍ଥନ ଜଣାଇଥିଲେ।

ଖାଲି ସେତିକି ନୁହେଁ ଏବେ ନିଜ ଦଳରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ବିରୋଧ କରି ମୋର୍ଚ୍ଚା ଖୋଲିଦେଇଛନ୍ତି ସମୀର ଦାସ। ନିମାପଡାର ଅନ୍ୟ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ପାତ୍ରଙ୍କ ସହ ମିଶି ନିଜ ନିର୍ବାଚନ ମଣ୍ଡଳୀରେ ବୈଠକ ପରେ ବୈଠକ କରୁଛନ୍ତି ସମୀର ଦାସ। ୨ ଦିନ ତଳେ ହୋଇଥିବା ଏକ ବୈଠକରେ ସମୀର ଦାସ ଏବଂ ସତ୍ୟବ୍ରତ ପାତ୍ର ଏକାଠି ହୋଇଥିଲେ। ଯେଉଁ ବୈଠକରେ ନିମାପଡା ନିର୍ବାଚନ ମଣ୍ଡଳୀର ୪୬ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ୪୪ ଜଣ ପ୍ରତିନିଧି ଉପସ୍ଥିତ ଥିଲେ। ଆଉ ଦଳ ଯାହାଙ୍କୁ ପ୍ରାର୍ଥୀ କରିଛି ତାଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏପରିକି ଯଦି ବିଜେଡି ସମୀର ଦାସଙ୍କୁ ପ୍ରାର୍ଥୀ ନକରିବାକୁ ଚାହୁଁଚି ତେବେ ସତ୍ୟବ୍ରତଙ୍କୁ ପ୍ରାର୍ଥୀ କଲେ ସମସ୍ୟା ନାହିଁ ବୋଲି କୁହାଯାଇଛି।

ଖାଲି ସେତିକି ନୁହେଁ ଯଦି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀତ୍ୱ ପରିବର୍ତ୍ତନ କରାନଯାଏ ତେବେ ଖାଲି ନିମାପଡା ନୁହେଁ ବରଂ ଜଗତସିଂହପୁର ଲୋକସଭା ଆସନ ମଧ୍ୟ ବିଜେଡି ହାତରୁ ଖସିଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ ମାନେ। ଆଉ ଏଭଳି କରି ସମୀର ଦାସ ବିଜେଡିର ଶୀର୍ଷ ନେତୃତ୍ୱକୁ ଏକ ପ୍ରକାରର ଚ୍ୟାଲେଞ୍ଜ ଦେଇଛନ୍ତି।

ଏପଟେ ସତ୍ୟବ୍ରତଙ୍କୁ ସାଥି କରି ସମୀର ଦାସ ଏକ ପ୍ରକାର ବିଦ୍ରୋହ ଆରମ୍ଭ କରିଦେଇଥିବା ବେଳେ ସେପଟେ ଟିକେଟ ପାଇଥିବା ଦିଲ୍ଲୀପ ନାୟକ ନିମାପଡାରେ ପ୍ରଚାର କରିପାରୁନାହାନ୍ତି। କାରଣ ତାଙ୍କ ସହ ବିଜେଡି କର୍ମୀ ମାନେ କୁଆଡେ ପ୍ରଚାର ପାଇଁ ବାହାରୁ ନାହାଁନ୍ତି। ସତ୍ୟବ୍ରତ ପାତ୍ରଙ୍କ ସହ ସମୀର ଦାସ ହାତ ମିଳାଇଥିବା ବେଳେ କର୍ମୀମାନେ ସତ୍ୟବ୍ରତଙ୍କୁ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ କୌଣସି ପ୍ରକାରରେ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି ନିମାପଡାର ବିଜେଡି କର୍ମୀମାନେ କହିଲେଣି। ଯାହା ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଚିନ୍ତାରେ ପକାଇ ଦେଇଛି।

ଏପଟେ ସମୀର ଦାସ ନିମାପଡାର ଅନ୍ୟ ବିଜେଡି ନେତାଙ୍କ ସହ ମେଳି କରି ପ୍ରାର୍ଥୀ ପରିବର୍ତ୍ତନ କରାଉଯାଉ ବୋଲି ଜିଦରେ ଅଡ଼ି ବସିଛନ୍ତି। ଆଉ ସେପଟେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ କୁମାର ନାୟକ ବି ପ୍ରଚାର ମଇଦାନକୁ ଓଲ୍ହାଇ ପାରୁନାହାନ୍ତି। ତେବେ ଏବେ ବିଜେଡିର ଛାମୁଆ ନେତା ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା କୁହାଯାଉଛି। ହେଲେ ଏଥିରେ ମଧ୍ୟ ସମସ୍ୟା ରହିଛି। କାରଣ ଯଦି ପ୍ରାର୍ଥୀ ପରିବର୍ତ୍ତନ କରାଯାଏ ତେବେ କାହାକୁ ପ୍ରାର୍ଥୀ କରାଯିବ ତାହା ମଧ୍ୟ ଶୀର୍ଷ ନେତୃତ୍ୱ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି।

ତେଣୁ ଶୁଣିବାକୁ ମିଳୁଛି ଯେ ୩ ଦିନ ମଧ୍ୟରେ ସମସ୍ତଙ୍କୁ ଏକାଠି କରି ପ୍ରଚାର ମୈଦାନକୁ ବାହାରିବା ପାଇଁ କୁଆଡେ ଦିଲ୍ଲୀପ ନାୟକଙ୍କୁ କୁହାଯାଇଛି। ଯଦି ଏହା ନହୁଏ ତେବେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବା ଦିଗରେ ଚେତାବନୀ ଦେଇଛି ବୋଲି ଶୁଣିବାକୁ ମିଳିଛି। ଦିଲ୍ଲୀପ ଏବେ ଚିନ୍ତାରେ ପଡିଥିବା ଵେକେ ତାକୁ ନେଇ ବିଜେଡି ନିମାପଡାରେ ପ୍ରାର୍ଥୀ ପରିଵର୍ତନ କରିବାକୁ ଏକ ପ୍ରକାରର ବାଧ୍ୟ ହେବା ଭଳି ପରିସ୍ଥିତି ବସୃଷ୍ଟି ହୋଇଥିବା କୁହାଯାଉଛି।ତେବେ ଏସବୁ ଭିତରୁ ଆଉ ଏକ ସୂତ୍ରରୁ ଜଣାପଡିଛି ଯେ ବିଜେଡି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରି ବିଧାନସଭା ସମୀର ଦାସଙ୍କ ପତ୍ନୀ ସଂଗୀତା ଦାସଙ୍କୁ ନୂଆ ଚେହେରା ଭାବେ ମୈଦାନକୁ ଓଲ୍ହାଇବାକୁ ଯାଉଛି।

Leave a Reply

Your email address will not be published. Required fields are marked *