ମଦ ନିଶାରେ ଟଳମଳ ହେଉଛନ୍ତି ଶିକ୍ଷକ , ଏହାକୁ ଦେଖି ତାଯୁବ୍ ଛାତ୍ରଛାତ୍ରୀ : ଦେଖନ୍ତୁ ଭିଡିଓ

ଶିକ୍ଷକ ବା ଗୁରୁଙ୍କୁ ଶିକ୍ଷାର ମେରୁଦଣ୍ଡ କୁହାଯାଏ । ତାଙ୍କ ବିନା ଗୋଟିଏ ଅନୁଷ୍ଠାନ ଆଗକୁ ବଢ଼ି ପାରେ ନାହିଁ କି ତାଙ୍କ ବିନା କିଛି ସମ୍ଭବ ହୋଇ ପାରେ ନାହିଁ । ସେ ହିଁ ସବୁକିଛି ଠିକ୍ କରିଥାନ୍ତି ଆଉ ସେ ହିଁ ସବୁକିଛି ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାନ୍ତି । ଛାତ୍ର ଛାତ୍ରୀ ମାନଙ୍କୁ ସେ ଅନ୍ଧକାରରୁ ଆଲୁଅକୁ ଆଣିଥାନ୍ତି ଆଉ ଏକ ନୂଆ ବାଟ ଦେଖାଇଥାନ୍ତି । ତେବେ ଆମ ସମାଜରେ ଏପରି ଅନେକ ଗୁରୁ ଅଛନ୍ତି , ଯାହାଙ୍କୁ ଆଜି ବି ସମସ୍ତେ ପୂଜା କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।

କିନ୍ତୁ ଏହା ବ୍ୟତୀତ ଆଜି ବି ସମାଜରେ ଏମିତି ଅନେକ ଗୁରୁ ଅଛନ୍ତି , ଯେଉଁ ମାନେ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଉଛନ୍ତି ଆଉ ସବୁକିଛି ବିଗାଡି ରଖି ଦେଉଛନ୍ତି । ଏପରି ଗୁରୁଙ୍କୁ ଗୁରୁ ବୋଲି କହିବାକୁ ଲଜ୍ଜା ଅନୁଭବ କରୁଛି ସମାଜ । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏପରି ଜଣେ ଗୁରୁଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି , ଯେଉଁ ଭିଡିଓ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରେଣୀ ଗୃହ ମଧ୍ୟରେ ନିଶାରେ ଟଳମଳ ହେଉଛନ୍ତି ଶିକ୍ଷକ ଆଉ ଯାହାକୁ ଦେଖି ପିଲା ମାନେ ପୁରା ପୁରି ସ୍ତବ୍ଧ ।

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି , ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଡୁମ୍ବା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟଟି ବହୁତ ପୁରୁଣା ବିଦ୍ୟାଳୟ । ତେବେ ଚାରି ବର୍ଷ ହେବ ଏହି ବିଦ୍ୟାଳୟରେ ଅରୁଣ ପାତ୍ର ଶିକ୍ଷକତା କରି ଆସୁଛନ୍ତି । ଆଉ ଚାରି ବର୍ଷ ଧରି ସେ ପାଠ ପଢାରେ ଅନିୟମିତତା ଦେଖାଇ ଆସୁଛନ୍ତି । କେବଳ ଏତିକି ନୁହେଁ , ସେ ମଦ ପାନ କରି ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ମଧ୍ୟ ଆସିଥାନ୍ତି । ଆଉ ପଚାରିଲେ କୁହନ୍ତି , ମୁଁ ମଦ ପିଇବି ।

ତେବେ ଅନେକ ଥର ତାଙ୍କର ଏପରି ବ୍ୟବହାର ଯୋଗୁଁ ଆଉ ଅନିୟମିତ ଭାବରେ ବିଦ୍ୟାଳୟକୁ ଆସିବା କାରଣରୁ ତାଙ୍କର ଦରମା ବନ୍ଦ କରି ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପୁଣି ଥରେ ସେହି ଜିନିଷକୁ ଦୋହରାଇବା କାରଣରୁ ସମସ୍ତେ କ୍ରୋଧିତ ହୋଇ ଯାଇଥିଲେ । ସକାଳ ଠାରୁ ମଦ ପିଇ ଆସି ଗୋଟିଏ କୋଣରେ ହିଁ ବସି ରହିଥିଲେ ସେ । ଏହା ପରେ ପିଲା ମାନେ ଯାଇ ତାଙ୍କ ଅଭିଭାବକ ମାନଙ୍କୁ ଡ଼ାକି ଆଣିଥିଲେ । ଯାହା ପରେ ସେଠାରେ ଶିକ୍ଷକଙ୍କୁ ପଚରା ଉଚରା କରିବା ସହିତ ତାଙ୍କ ନାମରେ ଅଭିଯୋଗ କରାଯିବ ବୋଲି କୁହା ଯାଇଥିଲା ।

Leave a Reply

Your email address will not be published. Required fields are marked *