ଶରୀରରେ ବି-ଷାକ୍ତ ପଦାର୍ଥ ଜମା ହୋଇଥିଲେ , ସେଗୁଡ଼ିକ ବାହାର କରିବାର ସହଜ ଉପାୟ , ୬ ମାସ କରନ୍ତୁ ସେବନ

ଶରୀର ଠିକ୍ ରହିଲେ ମଣିଷର ମନ ସବୁବେଳେ ଖୁସି ରହିଥାଏ । ସେ ସବୁବେଳେ ସୁସ୍ଥ ଅନୁଭବ କରିଥାଏ । ଆଉ ତାକୁ ସବୁ କାମ ମଧ୍ୟ କରିବାକୁ ଇଚ୍ଛା ହୋଇଥାଏ । ଅନ୍ୟପକ୍ଷରେ ଅସୁସ୍ଥ ଶରୀର ଯୋଗୁଁ ମଣିଷକୁ ଆଦୌ ଭଲ ଲାଗିନଥାଏ ଆଉ ତାକୁ ଅଳସୁଆ ଅନୁଭବ ହୋଇଥାଏ । ସମସ୍ତେ ସୁସ୍ଥ ରହିବାପାଇଁ ଅନେକ ପ୍ରକାରର ଉପାୟ ଆପଣାଇ ନେଇଥାନ୍ତି । ପ୍ରତିଦିନ ସକାଳୁ ବ୍ୟାୟାମ କରିବା ସହିତ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି ।

ତେବେ ଅନ୍ୟପକ୍ଷରେ ଯଦି ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇଥାଏ , ତେବେ ମଧ୍ୟ ସୁସ୍ଥ ଅନୁଭବ ହୋଇନଥାଏ । ଯେତେ ବ୍ୟାୟାମ କଲେ କିମ୍ବା ଯେକୌଣସି ଉପାୟକୁ ଆପଣାଇଲେ କଣ ହେବ । ତେବେ ଯଦି ଶରୀରରୁ ଏହି ବିଷାକ୍ତ ପଦାର୍ଥ ଗୁଡିକୁ ନ ବାହାର କରାଯାଏ , ତେବେ ଶରୀର ଧୀରେ ଧୀରେ ଅସୁସ୍ଥ ହୋଇଯିବ। ଏବଂ ଏହା ଅନେକ ପ୍ରକାରର ଲକ୍ଷଣ ମଧ୍ୟ ଦେଖାଇବ । ସମସ୍ତ ଶରୀର ଅଲଗା ଅଲଗା ଲକ୍ଷଣ ଦେଖାଇବା ଆରମ୍ଭ କରିଥାଏ ।

ପ୍ରଥମରେ କୋଷ୍ଠକାଠିନ୍ୟ , ଶରୀରରେ ବିଷାକ୍ତ ପଦାର୍ଥ ଜମା ହେଲେ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଇବ । ବାରମ୍ବାର ଏଭଳି ହେବ । ଯାହାଦ୍ୱାରା ଅତ୍ୟନ୍ତ କଷ୍ଟ ଅନୁଭବ ହେବ । ଦ୍ଵିତୀୟରେ ଅନେକ ପ୍ରକାରର ଚର୍ମରୋଗ । ଚର୍ମରୋଗ ଶରୀରରେ ଦେଖାଗଲେ ଏହା ଦ୍ୱାରା ଠିକ୍ ଅନୁଭବ ହେବ ନାହିଁ । ଅପରିଷ୍କାର ମଧ୍ୟ ଅନୁଭବ ହେବ । ତେଣୁ ଶରୀରକୁ ବିଷାକ୍ତ ମୁକ୍ତ ରଖିବା ନିହାତି ଆବଶ୍ୟକ । ତୃତୀୟରେ ଲଗାତାର ଭାବରେ ମୁଣ୍ଡବିନ୍ଧା ହେବ । ମୁଣ୍ଡବିନ୍ଧା ଭଳି ସମସ୍ୟା ଲାଗିବା ଦ୍ୱାରା ମଧ୍ୟ ଭଲ ଅନୁଭବ ହେବ ନାହିଁ।

ତେବେ ଏଭଳି ସମସ୍ୟାକୁ ଦୂର କରିବାପାଇଁ ଆଜି ଆମେ ଆପଣ ମାନଙ୍କ ସହିତ ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଲଗାତାର ୬ ମାସ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକ ବାହାରି ଯିବ । ତେବେ ଏହାକୁ ପ୍ରସ୍ତୁତ କରିବାପାଇ ସର୍ବପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର ନେଇ ତାକୁ ଫୁଟାଇ ନିଅନ୍ତୁ । କିଛି ସମୟ ଫୁଟାଇବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଆଉ ତାପରେ ଧୀରେ ଧୀରେ ସେଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ ।

ଏହାପରେ ସେଥିରୁ ଯେଉଁ ଛେନା ବାହାରିବା ସେଗୁଡିକୁ ଅଲଗା କରିନିଅନ୍ତୁ । ଆଉ ସେଥିରେ ଆପଣ ଚିନି ମିଶାଇ ଖାଇ ପାରିବେ । ଅନ୍ୟପକ୍ଷରେ ସେଥିରୁ ଛଣା ଯାଇଥିବା ପାଣିକୁ ଆପଣ ରୁମ ତାପମାତ୍ରାରେ ଥଣ୍ଡା କରି ପାନ କରନ୍ତୁ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ , ଏହାକୁ ଫ୍ରିଜରେ ରଖିବେ ନାହିଁ । ଏହାକୁ ଲଗାତାର ୬ ମାସ ସେବନ କରନ୍ତୁ । ଦେଖିବେ ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯିବ ।

Leave a Reply

Your email address will not be published. Required fields are marked *