ଜେଲ ଭିତରେ ମାଡ଼ ଗୋଳ ଲାଗୁଛନ୍ତି ମ୍ୟାଡମ ଶର୍ମିଷ୍ଠା ଏବଂ ଝୁନା । ଚୁଟି ଟଣାଟଣି କୁ ରମ୍ପାରମ୍ପିବି ହେଉଛନ୍ତି :- ଦେଖନ୍ତୁ ଭିଡିଓ

ମାନସ ସ୍ୱାଇଁ ହ-ତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା , ଝୁନା ଏବଂ ନିରଞ୍ଜନଙ୍କୁ ପୋଲିସ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ମାଧ୍ୟମରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯାହା ସବୁ ହତ୍ୟାକାଣ୍ଡକୁ ସ୍ପଷ୍ଟ ଦର୍ଶାଉଛି । ତେବେ ବର୍ତ୍ତମାନ ନିରଞ୍ଜନ , ଶର୍ମିଷ୍ଠା ଏବଂ ଝୁନାଙ୍କୁ ଜେଲରେ ରଖା ଯାଇଛି ଯେଉଁଠି ଝୁନା ଏବଂ ଶର୍ମିଷ୍ଠା ମା-ଡ଼ଗୋ-ଳ ଲାଗୁଥିବାର ଶୁଣିବାକୁ ମିଳିଛି ।

ଏପରି ସୂଚନା ପ୍ରକାଶ ପାଇଛି ଯେ ଜେଲରେ ଉଭୟେ ମାଡ଼ ଗୋଳ ଲାଗୁଛନ୍ତି ଏବଂ ମଝିରେ ମଝିରେ ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫିଙ୍ଗୁଛି ଝୁନା । ଏହାସହ ଝୁନା ଶର୍ମିଷ୍ଠାକୁ ଏହା ମଧ୍ୟ କହିଛି ଯେ ଶର୍ମିଷ୍ଠା ପାଇଁ ନିଜ ଜୀବନ ବର୍ବାଦ ହୋଇଗଲା । ଏମିତିକି ଝୁନା ଏହା ମଧ୍ୟ କହିଥିବା ସୂଚନା ରହିଛି ଯେ ” ନା ମୁଁ ଆଶ୍ରମର ମାଲିକାଣୀ ହୋଇପାରିଲି ନା ପରିବାର ସହିତ ରହି ପାରିଲି । ମୋତେ ଦିନରେ ସ୍ୱପ୍ନ ଦେଖାଇ ଜେଲର ଚାରି କାନ୍ଥ ଦେଖାଇଲୁ । ”

ପୁଣି ଝୁନା ଏହା ମଧ୍ୟ କହିଛି ଯେ ସେ ନିଜ ଅଭାବୀ ପରିବାରକୁ ନେଇ ଖୁସିରେ ଥିଲା କିନ୍ତୁ ତାକୁ ସ୍ୱପ୍ନ ଦେଖାଇ ଫସାଇ ଦେଇଛି ଶର୍ମିଷ୍ଠା । ଏମିତି କାଳେ କିଛି କହି ଶର୍ମିଷ୍ଠାକୁ ମା-ରି ଗୋଡ଼ାଉଛି ଝୁନା । ଆଉ ଶର୍ମିଷ୍ଠାକୁ ଦେଖିବା ମାତ୍ରେ ଝୁନା କ୍ରୋଧର ଚରମ ସୀମାରେ ପହଞ୍ଚି ଯାଉଛି । ତେବେ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇ ବର୍ତ୍ତମାନ ଭଦ୍ରକ ଜେଲରେ ଅଛନ୍ତି । ବାବୁ ନିରଞ୍ଜନ ମଧ୍ୟ ଜେଲରେ ।

କିନ୍ତୁ ଏହି ଜେଲରେ ଥିବା ସମୟରେ ଝୁନା ରାଗରେ ଶର୍ମିଷ୍ଠା ସହିତ ଏପରି କରୁଥିବା ସୂଚନା ମିଳୁଛି । ତେବେ ସେମାନଙ୍କୁ ଭଦ୍ରକ ସବଜେଲର ମହିଳା କଏଦୀ ଜେଲରେ ଏକାଠି ରଖାଯାଇଛି । ତେଣୁ ଉଭୟ ଜେଲରେ ଏପରି ଦିନ କାଟୁଥିବା କଥା ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି । ତେବେ ଏସବୁରୁ ଏହା ଜଣା ଯାଉଛି ଯେ ଝୁନା ଶର୍ମିଷ୍ଠାଙ୍କ କଥାରେ ପଡ଼ି ଏପରି ଅନୈତିକ କାର୍ଯ୍ୟ କରିବାକୁ ରାଜି ହୋଇ ଯାଇଥିଲା । ଯାହାଦ୍ୱାରା ଆଜି ଝୁନାକୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ।

Leave a Reply

Your email address will not be published. Required fields are marked *