ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଏହି ସ୍ୱପ୍ନ ଦେଖୁଥିଲେ ବଦଳି ଯିବ ଆପଣଙ୍କ ଭାଗ୍ୟ , ଭୁଲରେ ବି କାହା ଆଗରେ କୁହନ୍ତୁ ନାହିଁ :-

ପ୍ରତ୍ୟେକ ମନୁଷ୍ୟ ନିଦ୍ରାରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଏ । ତେବେ ତାହା ଭୟଙ୍କର ହୋଇପାରେ , ଅଦ୍ଭୁତ ହୋଇପାରେ କିମ୍ବା ଖୁସିର ସ୍ୱପ୍ନ ହୋଇପାରେ । ତାହାର ଅନେକ କିଛି ସଙ୍କେତ ଆମ ବାସ୍ତବ ଜୀବନ ସମ୍ବନ୍ଧିତ ସହିତ ଜଡ଼ିତ ଥିବା ସୂଚାଇ ଥାଏ । କିଛି ଲୋକ ଭୟଙ୍କର ସ୍ୱପ୍ନ ଦେଖିଲେ ତାହାକୁ ନେଇ ଅନେକ ମନ୍ଦ ତର୍ଜମା କରିଥାନ୍ତି । କିନ୍ତୁ ସ୍ୱପ୍ନଶାସ୍ତ୍ର ଅନୁଯାୟୀ ସବୁ ସ୍ୱପ୍ନର ଅନେକ ମହତ୍ତ୍ୱ ରହିଛି ।

ତେବେ ସ୍ୱପ୍ନ ଦେଖିଲେ ଲୋକେ ସାଧରଣତଃ ଅନ୍ୟ ମାନଙ୍କ ଠାରେ ବର୍ଣନା କରିବାରେ ଲାଗିଥାନ୍ତି । କିନ୍ତୁ ସ୍ୱପ୍ନଶାସ୍ତ୍ର ଅନୁଯାୟୀ କିଛି ସ୍ୱପ୍ନ ଏପରି ଅଛି ଯାହାକୁ ଅନ୍ୟ ପାଖରେ କହିବା ଉଚିତ ହୋଇ ନଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ସ୍ୱପ୍ନ ବିଷୟରେ କହିବୁ ଯାହା ଯଦି ଆପଣ କେବେ ଦେଖୁଛନ୍ତି ତେବେ ଅନ୍ୟ ଆଗରେ କହିବା ଉଚିତ ନୁହେଁ ।

୧ . ରାତିରେ ଭିନ୍ନ ଭିନ୍ନ ସମୟରେ ସ୍ୱପ୍ନ ଆସିଥାଏ ତେବେ ସେଥିମଧ୍ୟରୁ କିଛି ଭଲ ସ୍ୱପ୍ନ ଏବଂ କିଛି ଖରାପ ସ୍ୱପ୍ନ ହୋଇଥାଏ । ତେଣୁ ଯଦି ଆପଣ ଭଲ ସ୍ୱପ୍ନ ଦେଖୁଛନ୍ତି ତେବେ କାହାକୁ କୁହନ୍ତୁ ନାହିଁ । ତାହାକୁ ଗୋପନ ରଖିବାକୁ ଚେଷ୍ଟା କରନ୍ତୁ ।

୨ . ଦ୍ୱିତୀୟରେ ଯଦି ଆପଣ ମଧ୍ୟରାତ୍ରର ପାଖାପାଖି ସମୟରେ କୌଣସି ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ତେବେ ନିଶ୍ଚିତ ଭାବରେ ଭଗବାନ ଶିବଙ୍କର ଆରାଧନା କରନ୍ତୁ କିମ୍ବା ଧ୍ୟାନ କରନ୍ତୁ ।

୩ . ଏହି ଖରାପ ସ୍ୱପ୍ନ ଦେଖିବାରୁ ବଞ୍ଚିତ ହେବା ପାଇଁ ପ୍ରତ୍ୟେକ ଦିନ ସକାଳ ସମୟରେ ସ୍ନାନ କରି ମନ୍ଦିରରେ ଭଗବାନ ଶିବଙ୍କ ପୂଜା କରନ୍ତୁ । ଏପରି କଲେ ଧୀରେ ଧୀରେ ଭୟଙ୍କର ସ୍ୱପ୍ନ ଦେଖିବା ସମସ୍ୟା ଦୂର ହୋଇଯିବ । ଏହା ସହିତ ସମସ୍ତଙ୍କ ସଙ୍କଟ ହରଣ କରୁଥିବା ଭଗବାନ ହନୁମାନଙ୍କୁ ମଧ୍ୟ ଆରାଧନା କରନ୍ତୁ ।

ଆପଣ ମାନେ ଜାଣି ରଖନ୍ତୁ ଯେ ମଧ୍ୟରାତ୍ରର ପାଖାପାଖି ସମୟରେ ସ୍ୱପ୍ନ ଦେଖିଲେ ତାହା ଅଶୁଭ ସଙ୍କେତ କିମ୍ୱା ଶାରୀରିକ ସମସ୍ୟା ଦିଗରେ ଇଙ୍ଗିତ କରିଥାଏ । ତାହାର ଅର୍ଥ ମାନସିକ ବିକୃତି ଅଟେ । ତେଣୁ ଭଗବାନଙ୍କ ପୂଜା ହିଁ ଏକମାତ୍ର ଉପାୟ ଅଟେ ଏହାକୁ ଠିକ କରିବା ।

୪ . ପୁଣି ଜଣେ ଆପଣ ରାତି ୧୨ ରୁ ୧ ମଧ୍ୟରେ ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର ମଧ୍ୟ କିଛି ଭିନ୍ନ ଅର୍ଥ ରହିଛି । ଆପଣ ମାନେ ନିଶ୍ଚିତ ଭାବରେ ଅନୁଭବ କରି ପାରୁଥିବେ ଯେ ସେହି ସମୟର ସ୍ୱପ୍ନ ସମ୍ପୂର୍ଣ୍ଣ ହୋଇ ନଥାଏ । ସ୍ୱପ୍ନଶାସ୍ତ୍ର ଅନୁଯାୟୀ ସେହି ସ୍ବପ୍ନକୁ ପୁରା ହେବାକୁ ୩ ବର୍ଷ ଲାଗିଥାଏ ବୋଲି କୁହାଯାଏ । ତେଣୁ ଏହା ସାଧାରଣତଃ ନିରର୍ଥକ ହୋଇଥାଏ ।

୫ . ଏହାପରେ ରାତି ୧ ରୁ ୨ ମଧ୍ୟରେ ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି ତେବେ ତାହାର ଫଳ ସୁନିଶ୍ଚିତ ମାତ୍ର ଏକ ବର୍ଷ ମଧ୍ୟରେ ପ୍ରାପ୍ତ ହେବ ବୋଲି ସ୍ୱପ୍ନଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

୬ . ପୁଣି ରାତି ୩ ରୁ ୫ ମଧ୍ୟରେ ବି ଅନେକ ଲୋକଙ୍କୁ ସ୍ୱପ୍ନ ଆସିଥାଏ ଯାହାର ଫଳ ୬ ମାସ ଭିତରେ ମିଳିଥାଏ ବୋଲି କୁହାଯାଇଛି ।

୭ . ଏହାସହିତ ସକାଳ ୪ – ୪ ମଧ୍ୟରେ ସ୍ୱପ୍ନ ଦେଖିଲେ ତାହାର ଫଳ ୩ ମାସ ମଧ୍ୟରେ ଏବଂ ୫ – ୬ ମଧ୍ୟରେ ଦେଖିଲେ ତାହା ଏକ ମାସ ମଧ୍ୟରେ ପ୍ରାପ୍ତ ହୋଇଥାଏ ବୋଲି ସ୍ୱପ୍ନଶାସ୍ତ୍ରରେ କୁହାଯାଇଛି ।

୮ . ଏହା ବ୍ୟତୀତ ଅନେକ ସମୟରେ ଆପଣ ସ୍ୱପ୍ନରେ କିଛି ଜୀବ ଜନ୍ତୁ ଦେଖିଥାନ୍ତି ଯାହାର ଭିନ୍ନ ଭିନ୍ନ ସଂକେତ ରହିଥଥାଏ ଆପଣଙ୍କ ବାସ୍ତବ ଜୀବନକୁ ନେଇ । ଯଦି ଆପଣ ସ୍ୱପ୍ନରେ କୌଣସି ପାରା ଦେଖନ୍ତି ତେବେ ତାହାର ସଙ୍କେତ ଏହା ଯେ ଆପଣ ଅତି ଭୟଙ୍କର ରୋଗରୁ ମୁକ୍ତ ହେବାକୁ ଯାଉଛନ୍ତି ।

୯ . ପୁଣି ଯଦି ଆପଣ ନିଜ ସ୍ୱପ୍ନରେ ତ୍ରିଶୁଳ ଦେଖୁଛନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ପୁରୁଣା ଶତ୍ରୁ ଠାରୁ ମୁକ୍ତି ମିଳିବ ।

୧୦ . ଏହା ସହିତ ସମୟ ସମୟରେ ଆପଣ ସ୍ୱପ୍ନରେ ମନ୍ଦିର ଦେଖିଥାନ୍ତି ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଏହା ଯେ ଆପଣଙ୍କ ହାତରେ କିଛି ଧାର୍ମିକ କାର୍ଯ୍ୟ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *