ତାଞ୍ଜାନିଆ ଯୁବକଙ୍କ ଉପରେ ଚଢ଼ିଛି KGF ର ଭୂତ, ଚମତ୍କାର ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଦର୍ଶକ :- ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡ଼ିଆରେ ତାଞ୍ଜାନିଆର କିଲି ପଲ୍ ଭାରତରେ ଏକ ଇଣ୍ଟରନେଟ୍ ସେନ୍ସେସନ ହୋଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାରତୀୟ ଗୀତରେ ନୃତ୍ୟ ଏବଂ ଲିପ୍-ସିଙ୍କ ଭିଡିଓ ପୋଷ୍ଟ କରନ୍ତି । ଯାହାକୁ ଭାରତରେ ବହୁତ ପସନ୍ଦ କରାଯାଉଛି । ଏହି ଭିଡିଓଗୁଡିକ ମାଧ୍ୟମରେ ହିଁ ତାଞ୍ଜାନିଆର କିଲି ପଲ୍ ଆଜି ସୋସିଆଲ୍ ମିଡିଆରେ ଏକ ଷ୍ଟାର ହୋଇପାରିଛନ୍ତି ।

କିଲି ପଲ ବଲିଉଡ ସହିତ ଟଲିଉଡ ଚଳଚ୍ଚିତ୍ର ମଧ୍ଯ ପସନ୍ଦ କରନ୍ତି । ସେଥିପାଇଁ ସେ ପ୍ରତିଦିନ ଟଲିଉଡର ସୁପରହିଟ୍ ଗୀତଗୁଡ଼ିକରେ ଲିପ-ସିଙ୍କ୍ କରି ଭିଡିଓ ସେୟାର କରନ୍ତି । ବର୍ତ୍ତମାନ କିଲି ପଲଙ୍କ ଉପରେ କନ୍ନଡ ଚଳଚ୍ଚିତ୍ର ‘କେଜିଏଫ୍ ଚାପ୍ଟର 2’ର ଭୂତ ଚଢିଛି । ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ ଚାପ୍ଟର୍ ୨’ ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଛି । କିଲି ପଲ୍ ଏକ ଭିନ୍ନ ଶୈଳୀରେ ଫିଲ୍ମର ଏକ ଡ଼ାଇଲଗ ଉପରେ ଲିପ୍-ସିଙ୍କ କରିଛନ୍ତି ।

କିଲି ପଲ୍ ଲିଲି-ସିଙ୍କ୍ କରିବା ସହିତ ଫିଲ୍ମର ଏକ ଦୃଶ୍ୟରେ ଅଭିନୟ ମଧ୍ଯ କରିଛନ୍ତି । ଏହି ଭିଡ଼ିଓ ମାଧ୍ୟମରେ ସେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ହୃଦୟ ଜିତିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାରମ୍ପାରିକ ମାସାଇ ପୋଷାକରେ ଭିଡିଓ ସେୟାର କରୁଥିବା କିଲି ପଲ୍, ଏହି ଭିଡିଓ ପାଇଁ କିଛି ଅଲଗା କରିଛନ୍ତି । ସେ ‘କେଜିଏଫ୍ ଚାପ୍ଟର୍ 2’ର ପ୍ରସିଦ୍ଧ ଡ଼ାଇଲଗରେ ଲିପ୍-ସିଙ୍କ ପାଇଁ ଏକ ସୁଟ୍ ପିନ୍ଧିଛନ୍ତି । ସେ ସୁଟବୁଟରେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି ।

ଦେଖନ୍ତୁ ଭିଡ଼ିଓ:-

 

View this post on Instagram

 

A post shared by Kili Paul (@kili_paul)

ଏହି ଭିଡିଓଟି ବାସ୍ତବରେ କିଲି ପଲଙ୍କ ବାକି ଭିଡିଓଗୁଡ଼ିକ ତୁଳନାରେ ଭିନ୍ନ ଅଟେ । ଯେତେବେଳେ ସେ ଫିଲ୍ମର ଡ଼ାଇଲଗ ଗୁଡ଼ିକରେ ଲିପ୍-ସିଙ୍କ୍ କରନ୍ତି, ସେତେବେଳେ ତାଙ୍କର ଭାବଢଙ୍ଗ ଆକର୍ଷଣୀୟ ଲାଗେ । ଭିଡିଓ ଦେଖି ଆପଣ ମଧ୍ୟ କିଲି ପଲଙ୍କ ଅଭିନୟକୁ ପ୍ରଶଂସା ନକରି ରହିପାରିବେ ନାହିଁ । ଏହି ଭିଡିଓକୁ କିଲି ପଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ kili_paul ରେ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *