ମାତା ଲକ୍ଷ୍ମୀ ଛାଡ଼ିଦେବେ ଘର, ଦୀପାବଳିରେ ଘର ସଫାସୁତୁରା ସମୟରେ ଭୁଲରେବି ବାହାର କରନ୍ତୁ ନାହିଁ ଏହି ଜିନିଷ

ସାଧରଣତଃ ଦୀପାବଳି ଏବଂ ଧନତେରସ ପାଞ୍ଚ ଦିନ ଧରି ପାଳିତ ହେଉଥିବା ଏକ ପ୍ରାଚୀନ ସନାତନ ଧର୍ମ ଅଟେ । ଦୀପାବଳି ଆସିଲେ ଘରେ ସଫାସୁତୁରା ଆରମ୍ଭ ହୋଇଯାଏ ଏବଂ ଏହି ସମୟରେ କିଛି ଏପରି ଜିନିଷ ଅଛି ଯାହାକୁ ଘରୁ ବାହାର କରିଦେବା ଉଚିତ ।

କାରଣ ଅଜାଣତରେ କିଛି ଏପରି ଜିନିଷ ରହିଥାଏ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ । ଘରେ ଭଙ୍ଗା କାଚ ଭଙ୍ଗା ଆଇନା ରଖିବା ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ପୁରୁଣା ଫଟା କପଡ଼ାକୁ ଘରେ ବ୍ୟବହାର ପାଇଁ ରଖିବା ନକରାତ୍ମକତା ଆଣିଥାଏ । ଏହାବ୍ୟତୀତ ଛିଡ଼ା ଜୋତା ଚପଲ ଦୁର୍ଭାଗ୍ୟ ଆଣିଥାଏ । ଘରର ସିନ୍ଧୁକ ଏବଂ ପର୍ସ ଛିଡ଼ି ଯାଇଥିଲେ ତାହା ଦାରିଦ୍ର୍ୟତାକୁ ଆକର୍ଷିତ କରିଥାଏ ।

ପୁରୁଣା ଘଣ୍ଟା ନକରାତ୍ମକତା ଆଣିଥାଏ । ଭଙ୍ଗା ଆସବାବପତ୍ର ଥିଲେ ତାହା ମଧ୍ୟ ନକରାତ୍ମକତା ଆଣିଥାଏ । ଘରେ ଭଙ୍ଗା ରୁଜ୍ଜା ଫଟା ବାସନ ଥିଲେ ଘରକୁ ନକରାତ୍ମକତା ଆସିଥାଏ । ତେଣୁ ଦୀପାବଳି ପୂର୍ବରୁ ଏହିସବୁ ଜିନିଷକୁ ଘରୁ ବାହାର କରି ଦିଅନ୍ତୁ । କାରଣ ଏହା ଘରେ ନୈରାଶ୍ୟ ଆଣିଥାଏ । ଘରେ ପ୍ୟାଣ୍ଟିଙ୍ଗ ସମୟରେ କେବେବି ନଟରାଜ , ଯୁଦ୍ଧ , ଜଙ୍ଗଲୀ ପଶୁ , କ୍ରୋଧିତ ଦେବଦେବୀ ଫୋଟ ଆଦି କରିବା ଉଚିତ ନୁହେଁ । ଏହାବ୍ୟତୀତ କଣ୍ଟା ଥିବା ଗଛର ଚିତ୍ର ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ । ଦୀପାବଳିରେ କୌଣସି ଭାରି ପୁରୁଣା ଜିନିଷ ଘରୁ ବାହାର କରୁ ନଥିଲେ ତାହାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ ।

ଦୀପାବଳିରେ ଘର ସାମ୍ନାରେ ଆବର୍ଜନା ନରଖି ଘରର ଦ୍ୱାରକୁ ଭଲଭାବରେ ସଜାଇ ଦିଅନ୍ତୁ । ଯଦି ଆପଣ ଆମ୍ବ ପତ୍ରରେ ତ୍ୱରଣ ବନାଇ ସଜାନ୍ତି ତେବ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ରଙ୍ଗୋଲି ବନାନ୍ତୁ ଏବଂ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଘରେ ହଳଦୀ ଗଙ୍ଗା ଜଳ ଏବଂ କର୍ପୂର ମିଶାଇ ସିଞ୍ଚନ କଲେ ସକାରାତ୍ମକ ଶକ୍ତି ଅସିଥାଏ । ଏହାବ୍ୟତୀତ ଧନତେରାସ ନଭେମ୍ବର ୧୦ ରେ ପାଳିତ ହେବ । ଏହିଦିନ ସୁନା ରୁପା ବାସନ କୁସନ କିଣିବାର ବିଧାନ ରହିଛି । ଯାହାଦ୍ୱାରା ଘରକୁ ସମ୍ପନ୍ନତା ଆସିଥାଏ ।

କିନ୍ତୁ ଟଙ୍କାର ଅଭାବ ଥିଲେ କେବଳ ୨ ଟଙ୍କାରେ ଧଣିଆ ଆଣି ରଖି ପାରିବେ । ମାତ୍ର ଘରେ ବନ୍ଦ ଥିବା ଘଣ୍ଟା ଏବଂ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ । ନଚେତ ଆପଣଙ୍କ ଭାଗ୍ୟରେ ବିଡ଼ମ୍ବନା ଦେଖା ଦେଇପାରେ । ଏହିସବୁ ଜିନିଷକୁ ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ । ଯଦି ଆପଣ ଘରକୁ ଏହିଦିନ ଦକ୍ଷିଣାବର୍ତ୍ତି ଶଙ୍ଖ ନେଇ ଆସନ୍ତି ଏବଂ ସେଥିରେ କ୍ଷୀର ଏବଂ ଗଙ୍ଗା ଜଳରେ ମାତା ଲକ୍ଷ୍ମୀଙ୍କ ଅଭିଷେକ କରିବା ସହିତ ସେହି କ୍ଷୀର ଏବଂ ଗଙ୍ଗା ଜଳକୁ ଘର ସାରା ସିଞ୍ଚି ଦିଅନ୍ତି ତେବେ ଘରକୁ ଆଦୋୖ ନକରାତ୍ମକତା ଆସିବ ନାହିଁ ଏବଂ ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହେବ । ଏହାବ୍ୟତୀତ ଆପଣ ଧନତେରସରେ କୋମଳ ମଞ୍ଜିର ମାଳା ଆଣି ପାରିବେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *