ମାକୁ କ୍ଷମା କରିଦିଅ ଆମକୁ ଛାଡି ଯାଅନି, ଓଲଟା ବାପା ଝିଅ ଉପରେ ଚଢ଼େଇଦେଲା ଗାଡି…

କୁହାଯାଏ ବାପା ମାଆ ଏ ଦୁନିଆଁରେ ସବୁଠାରୁ ନିଜର ହୋଇଥାନ୍ତି । ଯିଏ ନିଜର ହେଉ କି ନ ହେଉ ବାପା ମାଆ ସବୁଠାରୁ ଅତି ଆପଣାର ହେବା ସହିତ ସବୁ ଦୁଃଖ ସୁଖରେ ମଧ୍ୟ ପାଖରେ ରହିଥାନ୍ତି । ଅନ୍ୟ ପକ୍ଷରେ କୁହାଯାଏ ଦୁନିଆଁ ସିନା ସ୍ୱାର୍ଥପର ପାଲଟି ଯିବ କିନ୍ତୁ ବାପା ମାଆ କେବେ ବି ସେମିତି ହୁଅନ୍ତି ନାହିଁ ।

ତେବେ ଥରେ ଚିନ୍ତା କରନ୍ତୁ ତ ଯଦି ସେହି ବାପା ମାଆ ମଧ୍ୟରୁ ବାପା ଯଦି ନିଜ ସନ୍ତାନ ପାଇଁ ନୃଶଂସ ହୋଇ ଉଠେ ଆଉ ଏପରି କିଛି କାମ କରି ପକାଏ , ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହେଁ , ତେବେ କଣ ହୋଇଥାଏ ।ଏପରି କାଣ୍ଡକୁ ସମସ୍ତେ ନିନ୍ଦା କରିବାରେ ଲାଗିଥାନ୍ତି ଆଉ ଶେଷରେ ଏପରି ହେଲେ ବାପା ଶବ୍ଦ ଉପରୁ ମଧ୍ୟ ବିଶ୍ୱାସ ହଟି ଯିବ ।

ତେବେ ଏପରି କିଛି ଘଟଣା ଘଟି ଯାଇଛି , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସି ଯାଇପାରେ । କିନ୍ତୁ ଆଜ୍ଞା ହଁ କଥାଟି ପୁରାପୁରି ସତ । ଜଣେ ବାପାଙ୍କର ନିଜ ଝିଅ ପ୍ରତି ଏପରି କାମକୁ ନେଇ ବର୍ତ୍ତମାନ ଚାରିଆଡ଼େ ଆଲୋଚନା ଚାଲିଛି । କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି କି , ଜଣେ ବାପା କିପରି ନିଜ ଝିଅ ପ୍ରତି ଏତେ ନୃଶଂସ ହୋଇ ଯାଇପାରନ୍ତି ଆଉ ଏପରି କାମ କରି ପାରନ୍ତି । ତେବେ ଆପଣ ଜାଣିଥିବେ କି , ସଂସାରରେ ରାଗ ଏପରି ଏକ ଜିନିଷ ଯାହା ମଣିଷ ଠାରୁ ସବୁକିଛି ଛଡ଼ାଇ ନେଇଥାଏ । ଆଉ ଠିକ୍ ସେହିପରି ଏହି ବାପାର ରାଗ ସବୁଦିନ ପାଇଁ ତା ଠାରୁ ତାର ଝିଅକୁ ଛଡ଼ାଇ ନେଇଛି ।

ତେବେ ଏପରି ଏକ ଘଟଣା ଘଟିଯାଇଛି ଜାମ୍ମୁକାଶ୍ମୀରରେ । ଜଣେ ବାପା ନିଜ ସାତ ବର୍ଷର ଝିଅକୁ ନିଜ ହାତରେ ହତ୍ୟା କରିଛନ୍ତି । ତେବେ ହତ୍ୟା ପଛର ମୂଳ କାରଣ ଏହା ଯେ , ଝିଅର ବାପା ଆଉ ମାଆଙ୍କ ମଧ୍ୟରେ ବହୁତ ଜୋର୍ ଝଗଡା ହୋଇଥିଲା । ଆଉ ଏସବୁ କିଛି ନିଜ ଆଖିରେ ଦେଖିଥିଲା ନିରୀହ ଝିଅ । ଏହାପରେ ଦେଖିଥିଲା କି , ବାପା ଜଣକ ନିଜ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ ।

ଆଉ ଏହାପରେ ନିଜ ବାପାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା ଆଉ କହିଥିଲା କି , ବାପା ତୁମେ ଘର ଛାଡି ଯାଅ ନାହିଁ । ତୁମେ ଗଲେ ଆମେ କିପରି ବଞ୍ଚିବୁ । ଏପରି ଅନେକ କଥା କହି ଆଉ କାନ୍ଦି କାନ୍ଦି ନିଜ ବାପାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା କୁନି ଝିଅ । କିନ୍ତୁ ନିଜ ଜିଦି ଆଉ ରାଗରେ ଅଟଳ ରହିଥିଲେ ବାପା ।

ନିଜ କ୍ରୋଧ ଆଗରେ ସେ କିଛି ମାନି ନଥିଲେ । ଆଉ ଘରୁ ଗାଡ଼ି ଧରି ବାହାରି ଥିଲେ । ଏହା ଦେଖି କୁନି ଝିଅ ନିଜ ବାପାଙ୍କୁ ଅଟକାଇବା ପାଇଁ ଗାଡ଼ି ଆଗରେ ଶୋଇ ପଡ଼ିଥିଲା । ଏହା ଦେଖି ବାପାଙ୍କ ରାଗ ଆହୁରି ବଢି ଯାଇଥିଲା ଆଉ ସେ ଏପରି କିଛି କାମ କରିଥିଲେ ଯାହା ଆପଣଙ୍କୁ ସତରେ ହଇରାଣ କରିଦେବ ।

ବାପା ଜଣକ ନିଜ ଗାଡିରୁ ଓହ୍ଲାଇ ସିଧା ଏକ ଛୁରୀ ଧରି ନିଜ ଝିଅ ପେଟରେ ଭୂଷି ଦେଇଥିଲେ ଆଉ ଘଟଣା ସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇ ଯାଇଥିଲା । ତେବେ ଝିଅ ମରିବା ପରେ ବାପା ଭାବି ଥିଲେ କି , ସେ ଏ କଣ କଲେ । କିନ୍ତୁ ସେତେବେଳେକୁ ସବୁକିଛି ସରି ଯାଇଥିଲା । ଆଉ ବର୍ତ୍ତମାନ ସମୟରେ ନୃଶଂସ ବାପାଙ୍କୁ ଗିରଫ କରି ନେଇଛି ପୋଲିସ ।

Leave a Reply

Your email address will not be published. Required fields are marked *