ବଡ଼ଭାଇ ଯେତେବେଳେ ଆମ ଭଲ ପାଇବା ବିଷୟରେ ଜାଣିଲେ ମତେ ଘରୁ ବାହାର କରିଦେଲେ- ହିରଣ୍ମୟୀ

ଆଜିକାଲି ସମସ୍ତେ ସାଉଥ୍ ଫିଲ୍ମର ପ୍ରଶଂସା କରୁଛନ୍ତି କାରଣ ସେମାନେ ଲୋକଙ୍କ ଭାବନାକୁ ନେଇ ଫିଲ୍ମ ବନାଉଛନ୍ତି। ଏବେ ଆମ ଓଲିଉଡରେ ମଧ୍ୟ ଦମନ ଚଳଚ୍ଚିତ୍ର ପରି କେତେକେତେ ଭଲ ଫିଲ୍ମ ବାହାରିଲାଣି। ସେଥିପାଇଁ ଆମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମାନେ ମଧ୍ୟ ଓଡ଼ିଆ ଆଲବମ୍ ଗୀତକୁ ଛୋଟା ଛୋଟ ଷ୍ଟୋରୀ ଦେଇ ଆମ ଦେଶବାସୀଙ୍କ ମନ କିଣିବାକୁ ଚାହୁଁଛନ୍ତି। ସେଥିପାଇଁ ଏବେ ଭଲ ଭଲ ଆଲବମ୍ ଦେଖିବାକୁ ମିଳୁଛି।

ତରଙ୍ଗ ଟିଭି ରେ ସବୁଦିନ ସିଧପ୍ରସାରଣ ହେଉଥିବା ଓଡ଼ିଆ ଧାରାବାହିକ ଭାଗ୍ୟ ହାତରେ ଡୋରି ର ହିରୋଇନ୍ ହିରଣ୍ମୟୀଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ। ସେ କେବଳ ଓଡ଼ିଆ ଧାରାବାହିକ ନୁହଁ ବରଂ କେତେ ଓଡ଼ିଆ ଆଲବମରେ ମଧ୍ୟ କାମ କରିଛନ୍ତି। ତାଙ୍କ ସୁନ୍ଦର୍ ଅଭିନୟ ଏବଂ ପିଲାଳିଆମି ପାଇଁ ତାଙ୍କୁ ଲୋକ ବହୁତ୍ ପସନ୍ଦ କରନ୍ତି।

ଆଶୁତୋଷ ବେହେରା ଏବଂ ପଲଭି ନନ୍ଦ ଗାଉଥିବା ଆଲବମ୍ ନିଶ୍ବାସ ପରି ତୁ ମୋ ପାଖେ ରହିଥା ରେ ହିରଣ୍ମୟୀ ଏବଂ ବିଜୟ ଅଭିନୟ କରିଛନ୍ତି। ଏ ଗୀତ ପୁର୍ବରୁ ସେ ଆହୁରି ଅନେକ ଭିଡିଓ କରିଛନ୍ତି କିନ୍ତୁ ଏ ଗୀତଟି ତାଙ୍କୁ ବହୁତ୍ ଭଲ ଲାଗିଲା। କାରଣ ଏଥିରେ କେବଳ ଗୀତଟି ସୁନ୍ଦର୍ ନୁହେଁ ବରଂ ଗୀତର ଷ୍ଟୋରୀ ମଧ୍ୟ ବହୁତ୍ ଭଲ। ଏବେ ଯେଉଁଠି ହିନ୍ଦୁ ଏବଂ ମୁସଲମାନଙ୍କୁ ନେଇ ଜାତିର ଭେଦଭାବ ଦେଖା ଦେଇଛି ସେଠି ହିରର୍ଣ୍ମୟୀ ଏବଂ ବିଜୟ ହିନ୍ଦୁ ଏବଂ ମୁସଲମାନ ହେଇ ମଧ୍ୟ ପରସ୍ପରକୁ ଭଲ ପାଇ ବସିଛନ୍ତି

ଯେତେବେଳେ ବିଜୟଙ୍କୁ ତାଙ୍କ ଆଲବମ୍ ବିଷୟରେ ପଚରାଗଲା ସେ କହିଲେ ଏଇଟା ଗୋଟେ ୟୁନିକ୍ ଆଲବମ୍। ସମସ୍ତେ ରୋମାଣ୍ଟିକ ଭିଡିଓ କରନ୍ତି କିନ୍ତୁ ଆମେ ରୋମାଣ୍ଟିକ ସହ ସମାଜ କୁ କିଛି ଶିକ୍ଷା ଦେବାପାଇଁ ମଧ୍ୟ ଏ ଆଲବମ୍ କରିଛୁ। ଏଥିପାଇଁ ହିରଣ୍ମୟୀଙ୍କ ସହିତ ଆମ ଟିମ୍ ଭି ମତେ ବହୁତ୍ ସାହାଯ୍ୟ କରିଛନ୍ତି। ଆମେ ସୁଟିଂ ସେଟ୍ ରେ ବହୁତ୍ ମସ୍ତି କରିଛୁ। ରାତିରେ ଜୋରେ ବର୍ଷା ହେଲା ସେ ସମୟରେ ଆମେ ବ୍ୟାଗ ଧରି ଘରୁ ଚାଲିଯିବାର ସୁଟିଂ କରୁଥିଲୁ ସେଥିରେ ଥିଲା ହିରଣ୍ମୟୀ ବ୍ୟାଗ୍ ଧରି ଦୌଡ଼ିବେ କିନ୍ତୁ ସେ ଆଉ ବ୍ୟାଗ ନେଇ ପାରିଲେନି ମୁଁ ବ୍ୟାଗ ଧରି ଦୌଡ଼ିଲି। ଭିଡ଼ିଓ ଟି ବହୁତ୍ ଭଲ ହେଇଛି ମୁଁ ଆଶା କରୁଛି ଆପଣ ମାନେ ସମସ୍ତେ ନିହାତି ଦେଖିବେ।

ଯେତେବେଳେ ହିରଣ୍ମୟୀଙ୍କୁ ତାଙ୍କ ଆଲବମ୍ ବିଷୟରେ ପଚରାଗଲା ସେ କହିଲେ ମତେ ବିଜୟ ଭାଇଙ୍କ ସହ କାମ କରିବାକୁ ବହୁତ୍ ଭଲ ଲାଗିଲା। ସେ ଗୋଟେ ସାଙ୍ଗ ପରି ମୋ ସହିତ ମିଶି କାମ କରୁଥିଲେ। ଆମ ସୁଟିଂ ପୁରା ଗୋଟେ ଦିନ ଚଳିଲା ଆମେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ସୁଟିଂ କଲୁ।ସୁଟିଂ ସେଟ୍ ରେ ଆମେ ବହୁତ ମସ୍ତିକଲୁ। ଏଇ ଆଲବମ୍ ତି ମତେ ବହୁତ୍ ଭଲ ଲାଗିଲା ଏଥିରେ ଆମ ପ୍ରେମ ବିଷୟରେ ମୋ ବଡ଼ ଭାଇ ଯେତେବେଳେ ସବୁ କଥା ଜାଣି ଦେଉଛନ୍ତି ସେତେବେଳେ ସେ ଆମକୁ ଘରୁ ବାହାର କରିଦେଉଛନ୍ତି ତାପରେ ବହୁତ୍ କିଛି ଘଟୁଛି ମୁଁ ଆଶା କରୁଛି ଆପଣ ମାନେ ମତେ ଯେତିକି ଭଲ ପାଇବା ଦେଇଛନ୍ତି ଆମ ନୂଆ ଆଲବମକୁ ମଧ୍ୟ ସେତିକି ଭଲ ପାଇବା ଦେବେ।

Leave a Reply

Your email address will not be published. Required fields are marked *