ଭାଇରାଲ ହେଲା ଅଡିଓ ରେକର୍ଡ଼ , ଦୀପିକାଙ୍କୁ କମ୍ପ୍ରମାଇଜ କରାଇବା ପାଇଁ ଯଚା ଯାଉଛି ଟଙ୍କା

ଦୀର୍ଘ ଦିନ ବିତିଯାଇଛି , ତଥାପି ମାମଲାର ସମାଧାନ ହୋଇ ପାରୁନାହିଁ । ଏତେ ଦିନ ସ୍ୱାମୀଙ୍କ ଘର ଆଗରେ ବସି ରହିଛନ୍ତି ବ୍ରହ୍ମପୁରର ସେହି ସାହସୀ ଝିଅ । ଚାହିଁ ବସିଛନ୍ତି ନ୍ୟାୟ ପାଇବା ପାଇଁ । ତଥାପି ତାଙ୍କୁ ନ୍ୟାୟ ମିଳି ପାରିନାହିଁ କି ସେ ନିରାଶ ହୋଇ ନାହାଁନ୍ତି । ଯେମିତି ହେଉ ସେ ଆଗକୁ ବଢ଼ିବେ ଆଉ ନ୍ୟାୟ ପାଇବେ ବୋଲି କହିଛନ୍ତି । ତେବେ ଆମେ କାହା ବିଷୟରେ କହୁଛୁ , ଆପଣ ମାନେ ଜାଣି ପାରୁଥିବେ । ସେ ହେଉଛନ୍ତି ଦୀପିକା ।

ଦୀର୍ଘ ୨୪ ଦିନ ହୋଇ ଯାଇଥିବା ପରେ ମଧ୍ୟ ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଦୀପିକା ଆଉ ଖରା , ବର୍ଷାକୁ ଖାତିର କରୁ ନାହାଁନ୍ତି । ଯେତେ ଯାହା ହୋଇ ଯାଉ ପଛକେ ଦୀପିକା ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ମଧ୍ୟ ଅନେକ ଲୋକ ସାହାଯ୍ୟ କରୁଛନ୍ତି ଆଉ ସେ ବି ଖୁସି ହେଉଛନ୍ତି । ଅନେକଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଗୁଡ଼ିକରେ ଆମେ ଏସବୁ ବିଷୟରେ ଜାଣିପାରିବା ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଅଡିଓ କଲ ର ରେକର୍ଡ ଭାଇରାଲ ହୋଇଛି , ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଡିଓ କଲ ରେ ଶୁଣିପାରିବେ କି , ଜଣେ ବ୍ୟକ୍ତି ଦୀପିକାଙ୍କ ସହିତ କଥା ହେଉଛନ୍ତି ଆଉ ସେ ଦୀପିକାଙ୍କୁ ଏଭଳି ପ୍ରଶ୍ନ ପଚାରୁଛନ୍ତି , ଯାହା ଆପଣଙ୍କ ହୋଶ ଉଡାଇ ଦେବ । ସେ ଦୀପିକାଙ୍କୁ ପଚାରୁଛନ୍ତି ଯେ , ଆପୋଷ ବୁଝାମଣା କରିବ କି ନାହିଁ । ତେବେ ଦୀପିକା ଏହି କଥାରେ ନା କହୁଛନ୍ତି ।

ସେହି ବ୍ୟକ୍ତି ଜଣକ ଆହୁରିମଧ୍ୟ କହୁଛନ୍ତି କି , କେତେ ଟଙ୍କା ନେବ ଆଉ ଏ ମାମଲାର ସମାଧାନ କରିବ । କିନ୍ତୁ ଦୀପିକା ଟଙ୍କା କଥାରେ ହାର୍ ମାନି ନାହାଁନ୍ତି । ଓଲଟା ସେ କହୁଛନ୍ତି କି , ଟଙ୍କା ଦରକାର ନାହିଁ କି ସେ କମ୍ପ୍ରମାଇଜ କରିବେ ନାହିଁ । ତେବେ ଏହାପରେ ବ୍ୟକ୍ତି ଜଣକ ଆଉ ସେ ବିଷୟରେ କିଛି କହୁ ନାହାଁନ୍ତି । ଅନ୍ୟପକ୍ଷରେ ସେ ଦୀପିକାଙ୍କୁ ପଚାରୁଛନ୍ତି କି , ଦୀପିକା ଆଉ ଦିନେଶ ଫୋଟ ସୋସିଆଲ ମିଡିଆରେ କିଏ ଛାଡିଲା , ଯାହା ବିଷୟରେ ଦୀପିକା କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *