ପ୍ରେମ କରି ବିବାହ କଲେ କିନ୍ନରଙ୍କୁ । ଆଉ ସମ୍ପତ୍ତି ନିଜ ନାମରେ ହେବା ପରେ ବାହା ହୋଇଗଲେ ଅନ୍ୟ ଝିଅକୁ….

ସୋସିଆଲ ମିଡିଆରେ ପ୍ରେମ କରି ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କଲେ । ବିବାହ ପରେ ସବୁକିଛି ବେଶ ଭଲ ଭାବରେ ଚାଲିଥିଲା । କିନ୍ତୁ ଯୁବକଙ୍କ ପାଇଁ ତାହା କୌଣସି ବିବାହ ନଥିଲା ବରଂ ଥିଲା ଧନ ସମ୍ପତ୍ତି ପାଇବାର ଏକ ଜରିଆ । ଯେଉଁ କାରଣରୁ ସେ ଜଣେ କିନ୍ନରର ଦୁର୍ବଳତାକୁ ଜାଣି ତାକୁ ଫସାଇ , ବିବାହ କରି ଛାଡ଼ିଦେଲା । ତେବେ ଏଭଳି ଏକ ଘଟଣା କଟକ ସ୍ଥିତ ଗାନ୍ଧିପଲ୍ଲୀ ଠାରେ ଦେଖିବାକୁ ମିଳିଛି । ଗାନ୍ଧିପଲ୍ଲୀରେ ସୋନାଲି କିନ୍ନର ନାମକ ଜଣେ କିନ୍ନର ରହନ୍ତି ।

ତେବେ କିଛି ଦିନ ପୂର୍ବରୁ ସେଠାକାର ସୁଧୀର ବେହେରା ନାମକ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମେ ଫେସବୁକ , ତାପରେ ହ୍ଵାଟ୍ସଆପ , କୋଲ ଏବଂ ପରେ ସମ୍ପର୍କ ଏତେ ନିବିଡ଼ ହେଲା ଯେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ସୁଧୀରଙ୍କୁ ବିବାହ କରି ସୋନାଲି ତାଙ୍କ ଘରକୁ ମଧ୍ୟ ନେଲେ । ସୋନାଲି ରହୁଥିବା ଘରେ ସୁଧୀର ରହିଲେ । ଖାଲି ସେତିକି ନୁହେଁ ସୁଧୀରଙ୍କ ବାପା , ମା’ , ଭାଇ ସମସ୍ତେ ରହିଲେ । ବିବାହକୁ ତିନି ବର୍ଷ ବିତିବା ସହିତ ସୁଧୀର ସୋନାଲିଙ୍କ ଠାରୁ ସବୁକିଛି ନେଇ ଯାଇଥିଲା । ଏମିତିକି ଟଙ୍କା , ପଇସା , ସୁନା ଗହଣା , କାଗଜପତ୍ର , ଘରଦ୍ୱାର ସବୁକିଛି ନେଇ ଯାଇଥିଲା ।

ସବୁକିଛି ନିଜ ନାମରେ କରାଇ ନେଇଥିଲା ସୁଧୀର । ଏହାପରେ ସୋନାଲିଙ୍କର ପାରାଦ୍ୱୀପରେ ମଧ୍ୟ ସମ୍ପତ୍ତି ରହିଥିଲା ଯାହାକୁ ସୁଧୀର ନେବାକୁ ଚାହିଁଲା ଏବଂ ତାର ବାପା ମା’ । କିନ୍ତୁ ତାହାକୁ ସୋନାଲି ବିରୋଧ କରିଥିଲା । ଆଉ ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ ସୋନାଲିଙ୍କୁ ଛାଡ଼ି ସୁଧୀର କୁଆଡ଼େ ଦ୍ଵିତୀୟ ବିବାହ କରିଛନ୍ତି । ଯେଉଁ କାରଣରୁ ସୋନାଲି ବର୍ତ୍ତମାନ ନ୍ୟାୟ ଆଶାରେ ଚାଉଳିଆଗଞ୍ଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୋନାଲି ଏହା କହିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ତାଙ୍କ ଶାଶୁ ଶ୍ୱଶୁର କୁଆଡ଼େ ତାଙ୍କୁ ଟଙ୍କା ମାଗୁଥିଲେ ଏହା କହି ଯେ ସେମାନେ କୁଆଡ଼େ କରଜ କରିଛନ୍ତି । ଏମିତିକି ତାଙ୍କ ପୁଅ ନାମରେ ସବୁ ସମ୍ପତ୍ତି କରିବାକୁ ଏବଂ ତିନି ଲକ୍ଷ ଟଙ୍କା ଦେବାକୁ ସୋନାଲିଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସୋନାଲି କହିଛନ୍ତି ।

ଏତେ ସବୁ ହେବା ପରେ ବି ସୋନାଲି ତାଙ୍କର କେବେ ଅନିଷ୍ଠ ଚିନ୍ତା କରି ନାହାଁନ୍ତି । ଟ୍ରେନରେ ଭିକ ମାଗି ସେ ଯାହା ସଞ୍ଚୟ କରିଥିଲେ , ସେସବୁ କୁଆଡ଼େ ସୁଧୀର ନେଇ ଯାଇଛି । ଅତି କଷ୍ଟରେ ସେ ନିଜର ଟଙ୍କା ସଞ୍ଚୟ କରିଥିଲେ । ତେଣୁ ତାଙ୍କ ଅଭିଯୋଗ ଏହା ଯେ ସୁଧୀର ନେଇଥିବା ୫୦ ହଜାର ଟଙ୍କା , ସୁନା ଗହଣା ତାଙ୍କୁ ଫେରାଇ ଦିଅନ୍ତୁ ଏବଂ ତାପରେ ସେ ତାଙ୍କର ଯେଉଁଠି ଇଚ୍ଛା ବିବାହ କରି ଖୁସିରେ ରୁହନ୍ତୁ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ କିନ୍ନର ସୋନାଲିଙ୍କ ଅଭିଯୋଗ ପରେ ଚାଉଳିଆଗଞ୍ଜ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *