ଦିଅର ମୋ ସହ କରୁଥିଲେ ଖରାପ ବ୍ୟବହାର ଆଉ ଶାଶୁ ଦେଖୁଥିଲେ ସବୁକିଛି…

ଝିଅଟିଏ ବାପ ଘର ଛାଡି ଯେତେବେଳେ ବାହା ହୋଇ ଆଉ କାହା ଘରକୁ ଯାଇଥାଏ , ସେତେବେଳେ ସେ ସେଠାରେ ମାଆ ରୂପରେ ଶାଶୁଟିଏ ପାଇଥାଏ । ଶାଶୁକୁ ମାଆ ରୂପରେ ପାଇ ସେ ମନେ ମନେ ଖୁସି ହୋଇ ଯାଇଥାଏ । ଦୁନିଆଁରେ ଅନେକ ଶାଶୁ ଅଛନ୍ତି , ଯେଉଁ ମାନେ ମାଆ ଠାରୁ ମଧ୍ୟ କମ୍ ନୁହଁନ୍ତି । ନିଜ ମାଆ ଭଳି ଭଲ ପାଇବା ସେମାନେ ଦେଇଥାନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଆଉ କିଛି ମଣିଷ ଅଛନ୍ତି , ଯେଉଁ ମାନେ ବୋହୂକୁ ଝିଅ ନୁହେଁ , ବୋହୂ ବୋଲି ଭାବି ନେଇଥାନ୍ତି । ଯାହା ଦ୍ଵାରା ପରିବାରରେ ଆରମ୍ଭ ହୋଇ ଯାଇଥାଏ ବିବାଦ ।

ଠିକ୍ ସେହିଭଳି ଜଣେ ଶାଶୁଙ୍କ ବିଷୟରେ ଆମେ କହିବାକୁ ଯାଉଛୁ । ତେବେ କିଛି ଦିନ ଆଗରୁ ଖବର ଆସିଥିଲା କି , ବଲାଙ୍ଗିରର ଜଣେ ମହିଳା ଥାନାରେ ଯାଇ ଅଭିଯୋଗ କରିଥିଲେ ଆଉ ନିଜ ପୁଅ ବୋହୁ ପାଖରେ ରହିବେ ନାହିଁ ବୋଲି କହିଥିଲେ । ଶିକ୍ଷୟିତ୍ରୀ ପଦରୁ ଅବସର ପରେ ସେ ନିଜ ବଡ ପୁଅ ଆଉ ବୋହୂ ପାଖରେ ରହିଥିଲେ କିନ୍ତୁ ବଡ଼ ପୁଅ ଆଉ ବୋହୂ ତାଙ୍କୁ ଶାରୀରିକ ତଥା ମାନସିକ କଷ୍ଟ ଦେଉଥିବା କଥା ନେଇ ସେ ଥାନା ଯାଇଥିଲେ ଆଉ ତାଙ୍କ ଠାରୁ ଦୂରେଇ ରହିବା କଥା କହିଥିଲେ ।

ତେବେ ସେହି କଥାକୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ତାଙ୍କ ବୋହୂ । ଆଉ ଶାଶୁଙ୍କ ନାମରେ ଆଣିଛନ୍ତି ଓଲଟା ଅଭିଯୋଗ । ତାଙ୍କ କହିବା ଅନୁଯାୟୀ , ଶାଶୁ ଯାହା କହିଛନ୍ତି ସବୁ ମିଛ । ସେମାନଙ୍କୁ ଦୁନିଆଁ ଆଗରେ ଦୋଷୀ ସଜାଇବା ପାଇଁ ସେ ଏପରି କରିଛନ୍ତି । କିଛି ଦିନ ଆଗରୁ ତାଙ୍କ ଜନ୍ମ ଦିନ ଥିଲା ଆଉ ତାଙ୍କୁ ନେଇ ସେମାନେ ପୁରୀ ମଧ୍ୟ ବୁଲିବାକୁ ଯାଇଥିଲେ । ଏପରିକି ସେ ଅନେକ ଫୋଟ ମଧ୍ୟ ଦେଖାଇଛନ୍ତି । ଆଉ ତାପରେ ସେ ନେପାଳ ମଧ୍ୟ ବୁଲିବାକୁ ଯାଇଥିଲେ ଆଉ ସେଠାରୁ ଆସି ଆରମ୍ଭ କରିଥିଲେ ଏପରି ନାଟକ ।

ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କ ଦିଅର କିଛି ଦିନ ଆଗରୁ ଘରକୁ ଆସିଥିଲେ । ଆଉ କହିଥିଲେ କି , ମାଆଙ୍କୁ ମୋ ପାଖରେ ରଖିବି । ଏପରିକି ସେ ନିଜ ଭାଉଜଙ୍କ ଉପରକୁ ହାତ ଉଠାଇବା ସହିତ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ ଆଉ ଲୁଗା ମଧ୍ୟ ଚିରି ଦେଇଥିଲେ । କିନ୍ତୁ ସବୁକିଛି ଦେଖି ମଧ୍ୟ ଚୁପ୍ ଚାପ୍ ରହି ଯାଇଥିଲେ ଶାଶୁ । ତେବେ ବର୍ତ୍ତମାନ ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରିବ ବୋଲି କହିଛି ଆଉ ଦରକାର ପଡ଼ିଲେ ସିସିଟିଭି ଯାଞ୍ଚ କରିବ ବୋଲି କହିଛି ।

Leave a Reply

Your email address will not be published. Required fields are marked *