ଏକ ବଡ଼ ଦୁର୍ଘ-ଟଣା, କୂଅରେ ପଡ଼ି ୧୩ ଜଣ ମହିଳାଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କୁଶୀନଗରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ୧୨,୧୩ ଜଣ ରୁ ଅଧିକ ଝିଅ ଏକ କୂଅରେ ପଡ଼ିଯାଇଥିଲେ। ଏହି ଘଟଣାରେ ୧୧ଜଣ ଝିଅଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଝିଅମାନଙ୍କୁ କୂଅରୁ ଉଦ୍ଧାର କଲେ।

ସୂଚନାନୁସାରେ, ଏହି ଘଟଣାତି କୁଶୀନଗଗର ନବୁଆ ନୌରାଙ୍ଗିଆ ପୋଲିସ ଷ୍ଟେସନର ନୌରାଙ୍ଗିଆ ଟୋଲା ଅଞ୍ଚଳର ଗାଁରେ ଜଣଙ୍କ ଘରେ ବିବାହ କାମ ହଉଥିଲା। ଏହି ସମୟରେ ଗାଁର ଝିଅମାନେ ଘର ପାଖରେ ଥିବା କୂଅ ପାଖରେ ଛିଡ଼ା ହେଇଥିଲେ। ବାହାଘର ଦେଖିଲା ବେଳେ ହଠାତ୍ ବହୁ ସଂଖ୍ୟକ ମହିଳା ଏବଂ ଝିଅଙ୍କ ଓଜନରେ କୂଅ ଉପରେ ଲାଗିଥିବା ଲୁହା ଜାଲ ଭାଙ୍ଗିଗଲା । ଜାଲ ଭାଙ୍ଗିବା ମାତ୍ରେ ସମସ୍ତେ କୂଅରେ ପଡ଼ିଗଲେ।

ଦୁର୍ଘଟଣାର ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଲୋକମାନେ ପୋଲିସ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଲେ। ଏହା ସହିତ ସ୍ଥାନୀୟ ଲୋକମାନେ ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ। କିନ୍ତୁ ଅଧିକାଂଶ ମହିଳା ଏବଂ ଝିଅଙ୍କୁ ବଞ୍ଚେଇ ହେଲା ନାହିଁ । ବର୍ତ୍ତମାନ ୧୧ ଜଣ ଝିଅଙ୍କ ମୃତ୍ୟୁ ଖବର ଜଣା ପଡ଼ିଛି। ଘଟଣାସ୍ଥଳରେ ପୋଲିସ ଓ ଗାଁର ଲୋକଙ୍କ ଭିଡ଼ ଜମିଛି।

Leave a Reply

Your email address will not be published. Required fields are marked *