ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ସ୍ୱାମୀଙ୍କର ସ୍ତ୍ରୀକୁ ମାରିବା ଉଚିତ୍, ସାଥିରେ ଶୋଇବା ଉଚିତ୍ ନୁହେଁ’:-

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓଟି ମାଲୟେସିଆର ମହିଳା ମନ୍ତ୍ରୀଙ୍କର ଅଟେ ଏବଂ ଏହି ଭିଡିଓଟିର ଟାଇଟେଲ୍ ହେଉଛି ମଦର ଟିପ୍ସ ।

ମାଲୟେସିଆର ଡେପୁଟି ମିନିଷ୍ଟର ଫର୍ ଓମେନ୍ ଆଣ୍ଡ ଫ୍ୟାମିଲି ସିତୀ ଜୈଲା ମହମ୍ମଦ ୟୁସୁଫଙ୍କ ବୟାନ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ମନ୍ତ୍ରୀ ଘରୋଇ ହିଂସାକୁ ପ୍ରୋତ୍ସାହନ ଦେଉଥିବା ବୟାନ ଦେଇଛନ୍ତି ।

ସିତୀ ଜୈଲା ପ୍ୟାନ ମାଲେସିଆ ଇସଲାମ ଦଳର ସାଂସଦ ଅଟନ୍ତି । ମନ୍ତ୍ରୀ ସ୍ଵାମୀ ମାନଙ୍କୁ କହିଛନ୍ତି ଯେ ପତ୍ନୀଙ୍କୁ ଶାସନ କରିବା ପାଇଁ ଏବଂ ପତ୍ନୀଙ୍କ ଜିଦ୍‌ କିମ୍ବା ଅଭଦ୍ର ବ୍ୟବହାର ପାଇଁ ତାଙ୍କୁ ବାଡେଇବା ଉଚିତ୍ । ଏହା ବ୍ୟତୀତ ସେ ସ୍ୱାମୀମାନଙ୍କୁ ନିଜ ପତ୍ନୀଙ୍କଠାରୁ ଅଲଗା ଶୋଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ସିତୀ ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀଙ୍କୁ କ୍ଷମା କରିବାକୁ କହିଥିଲେ ।

ଏହା ବ୍ୟତୀତ ମନ୍ତ୍ରୀ ଜଣଙ୍କ ମହିଳାମାନଙ୍କୁ ଆହୁରି କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେ ମହିଳାମାନଙ୍କୁ କହିଛନ୍ତି ଯେ ଯେତେବେଳେ ଆପଣ ଆପଣଙ୍କ ସ୍ୱାମୀକୁ କିଛି କହିବାକୁ ଚାହୁଁଛନ୍ତି,ତେବେ ପ୍ରଥମେ ଆପଣ ଆପଣଙ୍କ ସ୍ୱାମୀଙ୍କଠାରୁ ଅନୁମତି ନିଅନ୍ତୁ । ସୋସିଆଲ ମିଡିଆରେ ଏହି ବୟାନ ଭାଇରାଲ୍ ହେବା ପରେ ଲୋକମାନେ ଏହି ମହିଳା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *