କିନ୍ନର ସହ ଶାରୀରିକ ସମ୍ପର୍କ ରଖିବେ ହେଲେ ବାହା ହେଇପାରିବେନି… କିନ୍ନର ମାନଙ୍କ ମୃତ୍ୟୁ ପରେ କଣ ହୁଏ ?

ଆମ ସମାଜରେ କିନ୍ନର ମାନଙ୍କୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ରଖନ୍ତି । ସମସ୍ତେ ସେମାନଙ୍କୁ ସମାଜରୁ ବହିଷ୍କାର ଭାବନ୍ତି । କିନ୍ତୁ ସମ୍ବିଧାନ ଅନୁଯାୟୀ ସେମାନେ ମଧ୍ୟ ସାଧାରଣ ଲୋକ ଭଳି ସମାଜରେ ସମାନ ଅଧିକାର ପାଇ ବଞ୍ଚି ପାରିବେ । ସେମାନେ ମଧ୍ୟ ସବୁ କ୍ଷେତ୍ରରେ ଆଗକୁ ବଢ଼ି ପାରିବେ । କିନ୍ତୁ ବର୍ତ୍ତମାନ ବି କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କିନ୍ନର ସମାଜକୁ ନେଇ ଖରାପ ଚିନ୍ତାଧାରା ରଖିଥାନ୍ତି ।

ଆଉ ବର୍ତ୍ତମାନ ଏହି ସବୁ ତଥ୍ୟକୁ ନେଇ ନିଜ ଜୀବନର ଅନୁଭୂତିକୁ ସେୟାର କରିଛନ୍ତି ପ୍ରକୃତି ସାହୁ । ଯିଏକି ଜୀବନରେ ଏମିତି ଅନେକ ସମସ୍ୟାର ସମ୍ମୁଖୀନ୍ହ ହୋଇଛନ୍ତି । ସେ କିନ୍ନର ହେବା ସତ୍ତ୍ୱେବି କିଭଳି ତାଙ୍କ ବାପା ତାଙ୍କୁ ସବୁ କ୍ଷେତ୍ରରେ ସପୋର୍ଟ କରନ୍ତି ସେ କହିଛନ୍ତି ।

ବର୍ତ୍ତମାନ ସେ ଏକ ଚାକିରୀ ମଧ୍ୟ କରୁଛନ୍ତି । ତେବେ ସେ ଚାହାଁନ୍ତି ଯେ କେବେ ନା କେବେ ତାଙ୍କ ଘରକୁ ନିଶ୍ଚୟ ଫେରିଯିବେ । ସେ କହିଛନ୍ତି ଯେ କିନ୍ନର ମାନଙ୍କର ମୃତ୍ୟୁ ପରେ ଅନେକ ନିୟମ ରହିଥାଏ । ଯେମିତିକି ସେମାନଙ୍କ ମୃତ୍ୟୁ ପରେ ତାଙ୍କୁ ଦେଖିବା ଉଚିତ ନୁହେଁ ଏବଂ ମୃତ ଶରୀରକୁ ସେହି ଘରେ ପୋତି ଦିଆଯାଏ । ଆଉ ଏ ବିଷୟରେ ବୟସ୍କ ଲୋକ ମାନେ କହିଥାନ୍ତି । ପ୍ରକୃତିଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ଅନନ୍ୟ । ସେ ନିଜକୁ ସମାଜରେ ସବୁ କ୍ଷେତ୍ରରେ ପ୍ରମାଣ କରିଛନ୍ତି ଏବଂ ସାହସରେ ବଞ୍ଚି ଆସିଛନ୍ତି । ଯେତେବେଳେ ତାଙ୍କୁ ବିବାହ ଏବଂ ପ୍ରେମ ବିଷୟରେ ତାଙ୍କ ମତ ପଚରା ଯାଇଥିଲା , ସେତେବେଳେ ସେ କହିଥିଲେ ଯେ ଜୀବନରେ ପ୍ରେମ କାହାକୁବି ହୋଇପାରେ ।

କେବେଳ ତାହା ସେମାନଙ୍କ ଉପରେ ଫରକ ପକାଏ ଯେ କିଏ କାହାକୁ ରୂପ ରଙ୍ଗ ଦ୍ୱାରା ନୁହେଁ ବରଂ ସୁନ୍ଦର ମନକୁ ଦେଖି ଭଲ ପାଏ । ସେ କହିଛନ୍ତି ଯେ ତାଙ୍କ କମ୍ୟୁନିଟିରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନରେ ବାସ୍ତବ ପ୍ରେମ ପାଇଛନ୍ତି , କେହି କେହି ବିବାହ କରି ପରିବାର ସହିତ ଖୁସିରେ ଅଛନ୍ତି । କିନ୍ତୁ ତାଙ୍କୁ ଏ ପର୍ଯ୍ୟନ୍ତ ସେମିତି କେହି ମିଳି ନାହାଁନ୍ତି । କାରଣ ଆଜିବି ଲୋକେ କିନ୍ନର ମାନଙ୍କୁ ହୀନ ଏବଂ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି । ଆଜିକାଲି ପୁରୁଷ ମାନେ କିନ୍ନର ମାନଙ୍କ ସହିତ ବେଡ଼ରେ ଶୋଇ ପାରିବେ କିନ୍ତୁ ବିବାହ କରି ଘରେ ରଖି ପାରିବେନି । ଆଉ ରହିଲା ମା’ ହେବା କଥା । ସେ କହିଛନ୍ତି ଯେ କେବଳ ଯେ ସନ୍ତାନ ଜନ୍ମ କରି ପାରିଲେ ହିଁ ମା’ ହୋଇ ପାରିବ ତାହା ନୁହେଁ । ମା’ ହେବା ପାଇଁ ମା’ ମନ ଟିଏ ଏବଂ ଭଲପାଇବା ଆବଶ୍ୟକ ହୋଇଥାଏ ବୋଲି ପ୍ରକୃତି କହିଛନ୍ତି ।

Leave a Reply

Your email address will not be published. Required fields are marked *