ୟୁଟ୍ୟୁବର ସଂଘମିତ୍ରା ପଣ୍ଡା ଗଣମାଧ୍ୟମରେ କହିଲେ କିଛି ଏମିତି । ସ୍ୱାମୀଙ୍କ ଦେହାନ୍ତ ପରେ କହିଲେ ” ମୁଁ ଜଗା ମୁହଁ ଆଉ ଚାହିଁବିନି ” ।

ଓଡ଼ିଶାରେ ସଂଘମିତ୍ରା ପଣ୍ଡା ନାମକ ଜଣେ ମହିଳା ଯିଏକି ଦୀର୍ଘ ସାତ ବର୍ଷ ହେବ କ୍ୟାନ୍ସର ରୋଗରେ ପୀ-ଡ଼ିତ ହୋଇ ଜୀବନ ମରଣ ସହିତ ଲ-ଢ଼େଇ କରିଥିଲେ ଏବଂ ବର୍ତ୍ତମାନ ସେ ସୁସ୍ଥ । ନିଜ ଜୀବନରେ ଯାଇଥିବା ଦୁଃ-ଖ ଯନ୍ତ୍ର-ଣାକୁ କିଭଳି ସେ ସବୁ ହସି ହସି ସହି ଯାଇଥିଲେ ତାହାକୁ ସେ ନିଜେ ନିଜେ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସମସ୍ତ ଦର୍ଶକଙ୍କୁ ଜଣାଇଛନ୍ତି । ତାଙ୍କର ପ୍ରାୟ ୟୁଟ୍ୟୁବ ଭିଡ଼ିଓରେ ତାଙ୍କ ସ୍ୱାମୀଙ୍କ ସହିତ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାମୀ ଆଉ ତାଙ୍କ ପାଖରେ ନାହାଁନ୍ତି । ତାଙ୍କ ସ୍ୱାମୀ ବର୍ତ୍ତମାନ ଅଫେରା ରାଇଜର ପୋଥିକ ହୋଇ ଯାଇଛନ୍ତି । ନିଜ ସ୍ୱାମୀଙ୍କ ସପୋର୍ଟ ପାଇଁ ହିଁ ସେ ଆଜି କ୍ୟାନ୍ସରରୁ ଭଲ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି ।

କିନ୍ତୁ ଜୀବନ ଠାରୁ ଅଧିକ ପ୍ରିୟ ଥିବା ସ୍ୱାମୀ ହିଁ ସବୁଦିନ ପାଇଁ ତାଙ୍କ ହାତ ଛାଡ଼ି ଦେଇ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁରା ପରିବାର ଦୁଃ-ଖରେ ଦିନ କା-ଟୁଛନ୍ତି । ପରିବାର କହିଲେ ବର୍ତ୍ତମାନ ସେ ନିଜେ ଏବଂ ଦୁଇ ପୁଅ । ଯେଉଁ ଦୁହିଁଙ୍କ ମଧ୍ୟରୁ ଜଣେ ସ୍କୁଲରେ ପଢ଼ୁଥିବା ବେଳେ ଅନ୍ୟ ଜଣେ କଲେଜରେ ପଢୁଛନ୍ତି ।

ତେବେ ସଂଘମିତ୍ରା ନିଜ ସ୍ୱାମୀଙ୍କ ଦେ-ହାନ୍ତ ବିଷୟରେ କହି କା-ନ୍ଦି ପକାଇଛନ୍ତି । ତାଙ୍କ ସ୍ୱାମୀ ମହେନ୍ଦ୍ର ନାଥ ପଣ୍ଡାଙ୍କ ମୃ-ତ୍ୟୁର ଦୁଇ ଘଣ୍ଟା ପୂର୍ବରୁ ହିଁ ତାଙ୍କ ସ୍ୱାମୀ ନିଜେ କହିଥିଲେ ତାଙ୍କୁ ଛାଡ଼ି ଯିବେନି ବୋଲି । କିନ୍ତୁ ଭଗବାନ ତାହା ଚାହୁଁ ନଥିଲେ । ଯେଉଁ କାରଣରୁ ସଂଘମିତ୍ରା ଭଗବାନଙ୍କୁ ଖୁବ ନିଷ୍ଠୁର ବୋଲି କହିଛନ୍ତି । ସେ ଏହା ମଧ୍ୟ ଶପଥ କରିଥିବା କହିଛନ୍ତି ଯେ ” ଆଉ କେବେ ସେ ଜଗାକୁ ଚାହିଁବେ ନାହିଁ । ”

କହିବାକୁ ଗଲେ ଭଗବାନଙ୍କ ଉପରୁ ତାଙ୍କର ବିଶ୍ୱାସ ତୁଟି ଯାଇଛି । ପିଲାବେଳେ ରକ୍ଷା ବନ୍ଧନରେ ଭାଇ ନଥିବାରୁ ସେ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧୁଥିଲେ । ନିଜ ପାଉଣା ସଦୃ-ଶ୍ୟ କେବଳ ନିଜ ସ୍ୱାମୀଙ୍କୁ ଫେରାଇ ଦେବାକୁ କହିଥିଲେ । କିନ୍ତୁ ତାହାବି ଭଗବାନ ରଖିଲେ ନାହିଁ । ଆଉ ବର୍ତ୍ତମାନ ପରିବାରର ପରିସ୍ଥିତି ଘରର ମେରୁଦ-ଣ୍ଡ ଭାଙ୍ଗିଯିବା ଭଳି ହୋଇଛି । ୟୁଟ୍ୟୁବରୁ ଯାହା ଯେମିତି ରୋଜଗାର ହେଉଛି ସେଥିରେ ଘର ଚଳୁଛି ଏବଂ ବଡ଼ ପୁଅ ଟ୍ୟୁସନ କରି ପରିବାର ଚଳାଉଥିବା ସେ କହିଛନ୍ତି । ଏହାବ୍ୟତୀତ ସେ ସମସ୍ତଙ୍କୁ ସାହାଯ୍ୟ ମଧ୍ୟ ମାଗିଛନ୍ତି କାରଣ ଆଗକୁ ତାଙ୍କର ସର୍ଜରି ହେବାର ଅଛି ।

Leave a Reply

Your email address will not be published. Required fields are marked *