୨୨ ବର୍ଷର ଜମା ପୁଞ୍ଜି ୭୦ ଭରି ସୁନା ଲୁଟି ନେଲେ ଚୋର । ନିଜ ଚାକରାଣୀ ଉପରେ ସନ୍ଦେହ…

ରାଜଧାନୀ ଭଳି ହାଇ ସିକ୍ୟୁରୁଟି ଥିବା ସ୍ଥାନରେ ବର୍ତ୍ତମାନ ଲୋକେ ଅପାର୍ଟମେଣ୍ଟରେ ସୁରକ୍ଷିତ ନଥିବା କହିଛନ୍ତି । କାରଣ ଗତ କିଛି ମାସ ହେବ ଏକାଧିକ ଚୋରି ଏବଂ ଲୁଟ ହୋଇଛି । ଯେଉଁ ସବୁ ମାମଲାର ତଦନ୍ତ ଏବେସୁଦ୍ଧା ପୋଲିସ କରିନାହିଁ । ଯେଉଁ କାରଣରୁ ଆହୁରି ଏହି ମାମଲା ହେବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ୱର ଶ୍ରୀକ୍ଷେତ୍ର ରେସିଡେନ୍ସ C2302 ପ୍ଲଟ ସଞ୍ଜିତା ପାହାଡ଼ିଙ୍କ ଘରୁ ଏକ ମାମଲା ଆସିଛି ଯେ ତାଙ୍କ ଘରୁ ତିନି ଜଣ ଲୁଟେରା ପଶି ଏକ ଲକ୍ଷ ତିରିଶ ହଜାର ଟଙ୍କା ସମେତ ୭୦ ଭରିର ସୁନା ଲୁଟି ନେଇ ଯାଇଛନ୍ତି । ଯାହାକୁ ନେଇ ସେ ଥାନାରେ ଯେତେ ଅନୁରୋଧ କଲେବି ସୁଦ୍ଧା ତାଙ୍କ ସମସ୍ୟାର ସମାଧାନ ହୋଇପାରି ନାହିଁ ।

ସଞ୍ଜିତା କହିଛନ୍ତି ଯେ ସେହି ଘର ତାଙ୍କ ନିଜର ଏବଂ ସେ ଦୀର୍ଘ ବର୍ଷ ହେବ ସେଠାରେ ରହି ଆସୁଛନ୍ତି । ତାଙ୍କ ଠାରୁ ଅନେକ ବଡ଼ ବଡ଼ ଧନୀ ଲୋକ ସେଠାରେ ରହନ୍ତି । କିନ୍ତୁ କାହାରି ଘରେ ଚୋରି ନହୋଇ ତାଙ୍କ ଘରେ ହୋଇଛି । ଯେଉଁ କାରଣରୁ ସେ ସନ୍ଦେହ କରୁଛନ୍ତି ଯେ ଏଥିପାଇଁ ପୋଲିସ ତାଙ୍କ ସିକ୍ୟୁରିଟି ଏବଂ ମେଡି ସର୍ଭେଣ୍ଟକୁ ପଚରା ଉଚୁରା କରୁ ବୋଲି । କିନ୍ତୁ ଦୁଃଖର ବିଷୟ ଏହା ଯେ ତାଙ୍କ ଅନୁରୋଧକୁ ପୋଲିସ ଗ୍ରହଣ କରି ଏବେ ସୁଦ୍ଧା ଚୋରକୁ ଖୋଜିବାକୁ ଉଦ୍ୟମ କରିନାହିଁ । କହିରଖିବୁ ଯେ ଗତ ୫ ତାରିଖରେ ସଞ୍ଜିତା ଯେତେବେଳେ ନୟାପଲ୍ଲୀ ନିଜ ଘରକୁ ଯାଇଥିଲେ , ଘରେ କେହି ନଥିବେ ସମୟରେ ହିଁ ତିନି ଜଣ ଚୋର ମୁହଁ ଘୋଡେ଼ଇ ହୋଇ ଘରେ ମେନ ଡୋର କାଟି ତିଜରୀରୁ ସବୁ ସୁନା ଏବଂ ଟଙ୍କା ଲୁଟ କରି ନେଇ ଯାଇଥିଲେ ।

ଆଉ ଏ ବାବଦରେ ପଡ଼ୋଶୀଙ୍କ ସୁଲଭ ଠାରୁ ଜାଣିବା ପରେ ଲୁଟ ହେବାର ମାତ୍ର ଚାରି ଘଣ୍ଟା ପରେ ସଞ୍ଜିତା ଯେତେବେଳେ ଭରତପୁର ଥାନା ଅଧିକାରୀ ଏବଂ ଆଇଆଇସିଙ୍କ ପାଖକୁ ଯାଇ ଅନୁରୋଧ କରିଥିଲେ ସେତେବେଳେ ସେ ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ଆଜିକୁ ଘଟଣାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ଘଟଣା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ସଞ୍ଜିତା ଦୁଃଖିତ ହୋଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ମା’ ଏବଂ ଶାଶୁ ଦେଇଥିବା ସୁନା ଗହଣା ସମେତ ତାଙ୍କ ସ୍ୱାମୀଙ୍କ ଝାଳ ବୁହା ଧନ ମଧ୍ୟ ସବୁ ଚାଲିଗଲା । ଆଉ ଏହାକୁ ନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର କ୍ୟାପିଟାଲରେ ମଧ୍ୟ ଲୋକେ ନିଜ ଅପାର୍ଟମେଣ୍ଟରେ ସୁରକ୍ଷିତ ନାହାଁନ୍ତି । ଖାଲି ସଞ୍ଜିତା ନୁହେଁ ବର୍ତ୍ତମାନ ଏକାଧିକ ଲୁଟ ମାମଲା ଭୁବନେଶ୍ୱରରୁ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *