କାଳିଜାଈର କରାଳ ସତ୍ୟ , କାହିଁକି ମାଆଙ୍କ ଦର୍ଶନ କରିବାକୁ ଯିବା ପାଇଁ ରାଜି ହେଉନାହାନ୍ତି ଅନେକ ନାଉରିଆ ?

ମାଆ କାଳିଜାଈ, ଯାହାଙ୍କ ନାମ ଶୁଣିଲେ ଛାତି ଥରହର ହୋଇ ଯାଇଥାଏ । ସଦା ବେଳେ ସେ ନିଜ ଆଶୀର୍ବାଦ ଲୋକଙ୍କ ଉପରେ ରଖିଥାନ୍ତି ଆଉ ଯାହାଙ୍କ ଦର୍ଶନ କରିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ସମୟ ଧରି ଅକାତ କାତ ପାଣି ମଧ୍ୟରେ ଡଙ୍ଗାରେ ବସି ଯାଇଥାନ୍ତି । ତେବେ ଯୁଗ ଯୁଗ ଧରି ରହି ଆସିଥିବା ଲୋକଙ୍କ ବିଶ୍ଵାସ କି , ମାଆଙ୍କ ଦର୍ଶନ ଥରେ କଲେ ମନରେ ରହିଥିବା ସବୁ ଆଶା ପୁରା ହୋଇଯାଏ , ତେଣୁ ସମସ୍ତେ ତାଙ୍କ ଦର୍ଶନ କରିବା ପାଇଁ ଆଗେଇ ଯାଇଥାନ୍ତି ।

ତେବେ ଏପରି ପରିସ୍ଥିତିରେ ଜଣେ ସାଧାରଣ ଗରିବ ଘରର ଝିଅ ଜାଇ କିପରି ମାଆ କାଳିଜାଈ ପାଲଟି ଗଲେ , ତାହା ଶୁଣିଲେ ସମସ୍ତଙ୍କ ଛାତି ଥରି ଉଠିଥାଏ । ତାଙ୍କ ମୃତ୍ୟୁ ପଛର ରହସ୍ୟ ଆଉ ସେହି ଝଡ ପବନ ଦିନ ଡଙ୍ଗାରୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଯିବା କାହାଣୀ ଆପଣ ସମସ୍ତେ ଜାଣିଥିବେ ।

ତେଣୁ ସଦାବେଳେ ଗୋଟିଏ କଥା କୁହାଯାଏ କି , ପାଣି ମଧ୍ୟକୁ ଯିବା ପୁର୍ବରୁ ନାଉରିଆ ମାନେ ପାଗ କିପରି ଅଛି ଆଉ କେତେବେଳେ କଣ ଆସିବ , ସବୁ ଜାଣି କରି ନେଇ ଥାଆନ୍ତି । ନଚେତ୍ ଥରେ ପାଣି ଭିତରକୁ ପ୍ରବେଶ କଲେ ଆଉ ହଠାତ୍ ଝଡ ବର୍ଷା ଆସିଗଲେ ଆଉ ସେହି ପାଣି ମଧ୍ୟରୁ ବାହାରକୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଥାଏ ।

ତେଣୁ କୁହାଯାଏ କି ଆଗରୁ ଏପରି ଅନେକ ଘଟଣା ଘଟିଛି , ଯାହାକୁ ଶୁଣିବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି । ଏପରି ଅନେକ ଲୋକ ମାଆଙ୍କ ଦର୍ଶନ କରିବା ପାଇଁ ଯାଇଛନ୍ତି ଯେ, ଆଉ ସେଠାରୁ ଫେରି ନାହାଁନ୍ତି । ତେଣୁ ଡଙ୍ଗାରେ ବସିବା ପୂର୍ବରୁ ମାଆଙ୍କ ନାମ ଧରି ଆଗକୁ ବଢିବା ନିହାତି ଆବଶ୍ୟକ ହୋଇଥାଏ । ଲୋକଙ୍କର ଅନେକ ବିଶ୍ୱାସ ମାଆ କାଳିଜାଈଙ୍କ ଉପରେ ରହିଥାଏ । ସେଥିପାଇଁ ଅନେକ ଲୋକ ପ୍ରତିଦିନ ତାଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି ।

ତେବେ ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣି ନଥିବେ । କାହିଁକି ନାଉରିଆ ମାନେ ପାଣି ଭିତରକୁ ଯିବା ପାଇଁ ମନା କରିଥାନ୍ତି । ଆଉ କାହିଁକି ପାଣି ଭିତରକୁ ଯିବା ପାଇଁ ସମସ୍ତଙ୍କୁ ଭୟ ଲାଗିଥାଏ । ତେବେ ସୂଚନା ଅନୁଯାୟୀ , ଆଗରୁ ଥରେ ଏପରି ଘଟଣା ଘଟିଥିଲା । ବାହାର ରାଜ୍ୟରୁ ଏକଦା କିଛି ଲୋକ ମାଆ କାଳିଜାଈଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ।ଆଉ ଭକ୍ତଙ୍କ ମନ ବ୍ୟଗ୍ର ହୋଇ ଯାଉଥିଲା ମାଆଙ୍କ ଦର୍ଶନ କରିବା ପାଇଁ ।

ତେଣୁ ସେମାନେ କାଠ ଡଙ୍ଗାରେ ବସି ମାଆଙ୍କ ଦର୍ଶନ କରିବାକୁ ଯିବା କଥା କହିଥିଲେ । କିନ୍ତୁ ଠିକ୍ ସେହି ସମୟରେ ନାଉରିଆ ସେମାନଙ୍କୁ ନେବ ନାହିଁ ବୋଲି ମନା କରି ଦେଇଥିଲା । ଯାହା ପରେ ଲୋକ ମାନେ ରାଗି ଯାଇ ତାଙ୍କୁ ଗାଳି ଗୁଲଜ କରି ଥିଲେ । ଆଉ ଠିକ୍ ଏହି ସମୟ ମଧ୍ୟରେ ଅନେକ ଜୋର୍ ରେ ଝଡ ତୋଫାନ ହେବା ଆରମ୍ଭ ହୋଇ ଯାଇଥିଲା ।

ଆଉ ଏପରି ହୋଇଥିଲା କି , ଡଙ୍ଗାଟି କୁଳରୁ ଛିଡି ଯାଇ ପାଣି ମଧ୍ୟକୁ ଚାଲି ଯାଇଥିଲା । ତେବେ ଏପରି ଏଥିପାଇଁ ହୋଇଥିଲା କି , ନାଉରିଆ ଜଣକ ସାଙ୍ଗେ ସାଙ୍ଗେ ଆକାଶକୁ ଅନାଇ ପାଗ ବିଷୟରେ ଜାଣି ଦେଇଥିଲେ । ଆଉ ଏପରିକି ସାଙ୍ଗେ ସାଙ୍ଗେ ପାଗ ଖରାପ ଥିବା କଥା ଆଉ ଝଡ ଆସିବା କଥା ସେ ଜାଣି ପାରିଥିଲେ । ତେଣୁ ସେ ସେହି ଲୋକ ମାନଙ୍କୁ ନେଇ ନଥିଲେ ।

ତେବେ ଆଜିର ସମୟରେ ଯୁଗ ଏତେ ଆଗକୁ ବଢି ଯାଇଥିଲେ ମଧ୍ୟ ଆଉ ଏପରିକି ଅନେକ ଅତ୍ୟାଧୁନିକ ଜିନିଷ ବାହାରି ସାରିଥିଲେ ମଧ୍ୟ କାହିଁକି ବାରମ୍ବାର କାଳିଜାଈ ମଧ୍ୟରେ ଅନେକ ଦୁର୍ଘଟଣା ଘଟିଛି ଆଉ ଡଙ୍ଗା ବୁଡି ଯାଉଛି , ସେ କଥା କହିବା କଷ୍ଟକର ଅଟେ । ବୋଧ ହୁଏ ଏହା ମାଆଙ୍କର ଏକ ଅଲୌିକିକ ଶକ୍ତି , ଯାହା ପାଇଁ ଏମିତି ଅନେକ ଥର ହୋଇ ଆସୁଛି । ଆଉ କିଛି ଅଳ୍ପକେ ରକ୍ଷା ପାଇ ଯାଉଥିଲେ ମଧ୍ୟ ଆଉ କିଛି ଲୋକଙ୍କର ଜୀବନ ଚାଲି ଯାଉଅଛି ।

Leave a Reply

Your email address will not be published. Required fields are marked *