ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ:- ବୟସ ୬୩ ହୋଇଥିଲେ ମଧ୍ୟ କରି ନାହାଁନ୍ତି ବିବାହ, ତେବେ ଜାଣନ୍ତୁ ନମ୍ରତା ଦାସଙ୍କ ଜୀବନୀ…

ବର୍ତ୍ତମାନ ସମୟରେ ଅଭିନେତା ଏବଂ ଅଭିନେତ୍ରୀଙ୍କ ବୈବାହିକ ହେଉ ଅବା ବ୍ୟକ୍ତି ଜୀବନକୁ ନେଇ ସର୍ବଦା ଚର୍ଚ୍ଚା କହରାଯାଇଥାଏ। ତାହା ବଲିଉଡର କଳାକାର ସଲମାନ ଖାନ ହୁଅନ୍ତୁ ଅବା ଓଲିଉଡର ଅନୁଭବ ମହାନ୍ତି। ଜଣଙ୍କର ବାହାଘରକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ବେଳେ ଆଉ ଜଣଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ ଆସିଛି। ତେବେ ଏଥିମଧ୍ୟରେ ଓଲିଉଡର ଆଉ ଏକ ଅଭିନେତ୍ରୀ ଯିଏକି ଚର୍ଚ୍ଚାରେ ଆସିଛି। ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସଙ୍କ ବିଷୟରେ କହିବାକୁ ଯାଉଛୁ। ବୟସ ୬୩ ହୋଇଥିଲେ ମଧ୍ୟ କଣ ପାଇଁ ଏ ପର୍ଯ୍ୟନ୍ତ ବାହା ହୋଇ ନାହାଁନ୍ତି।

ତେବେ ଟିଭି ଜଗତରେ ହେଉ ଅବା ସିନେମା ଜଗତ ହେଉ କଳାକାର ନମ୍ରତା ଦାସ ଅନେକ ସିରିଏଲ ଓ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସେ ପ୍ରଥମେ ୧୯୭୩ ଧରିତ୍ରୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଅଭିନେତ୍ରୀ ନମ୍ରତା ଏ ପର୍ଯ୍ୟନ୍ତ କଣ ପାଇଁ ବିବାହ କରି ନାହାଁନ୍ତି।

ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ”ରେ ଜେଜେମାର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ନମ୍ରତା ଦାସ ଯିଏ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି। ତେବେ ଏହି ସିରିଏଲରେ ନମ୍ରତା ତାରିଣୀଙ୍କର ଜେଜେମାଆ ହୋଇଛନ୍ତି ଦୁହିଁଙ୍କ ଯୋଡିକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି। ବର୍ତ୍ତମାନ ନମ୍ରତା ଙ୍କୁ ୬୩ ବର୍ଷ ହୋଇ ସାରିଛି।

ନମ୍ରତା ଙ୍କ ଜବରଦସ୍ତ ଅଭିନୟ ପାଇଁ “ତାରା ତାରିଣୀ” ସିରିଏଲଟି ଲୋକପ୍ରିୟ ହୋଇ ପାରିଛି ଏବଂ ଏହାର ଦ୍ୱିତୀୟ ଅଧ୍ୟାୟ ଯାହାର ନୂତନ ନାମ “ତାରିଣୀ ଆଖିରେ ତାରା” ରଖା ଯାଇଛି। ନମ୍ରତା ଦାସ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସାରିଛନ୍ତି। ଲୋକମାନେ ତାଙ୍କ ଅଭିନୟ କୁ ଆନନ୍ଦର ସହ ଉପଭୋଗ କରନ୍ତି। ବର୍ତ୍ତମାନ ତାଙ୍କୁ ମାଆ ଚରିତ୍ର ବେଶ ମାନୁଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ନମ୍ରତା କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ହୋଇଥିଲା। ସେ ଏକ ବଡ ପରିବାରରୁ ଆସିଛନ୍ତି ତାଙ୍କ ପୂର୍ବଜ ଜମିଦାର ଥିଲେ। ନମ୍ରତାଙ୍କୁ ୭ ବର୍ଷ ହୋଇଥିବା ବେଳେ ତାଙ୍କ ମାଙ୍କ ଦେହାନ୍ତ ହୋଇଥିଲା। ସେବେଠାରୁ ତାଙ୍କ ବାପା ତାଙ୍କୁ ସମସ୍ତ କ୍ଷେତ୍ରରେ ସମର୍ଥନ କରି ଆସିଛନ୍ତି। ୧୯୭୩ ମସିହାରେ ‘ଧରିତ୍ରି’ ଚଳଚିତ୍ରରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ।

ଗୋଟିଏ ପରେ ଗୋଟିଏ ସୁପର ହିଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଅନେକ ଫିଲ୍ମରେ ବଡ଼ ବଡ଼ କଳାକାର ଅନୁଭବ, ବାବୁସାନ, ଅରିନ୍ଦମ ଆଦିଙ୍କ ଜେଜେମାଆ ଙ୍କ ରୋଲ କରିଛନ୍ତି। ସେ କଣ ପାଇଁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ତାହାକୁ ନେଇ କେବେ କିଛି ଖୋଲି କରି କହି ନାହାନ୍ତି। ସେ ନିଜ ପରିବାର ସହ ବେଶ ଖୁସି ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *