ଶର୍ମିଷ୍ଠା ବିନା ମୁଁ ରହି ପାରୁନାହିଁ, ପୋଲିସ ବାବୁ ଆମକୁ ଏକାଠି କରନ୍ତୁ….

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମୃ-ତ୍ୟୁ ମାମଲାକୁ ବହୁତ ଦିନ ବିତିଗଲାଣି । ଆଉ ଏହାରି ମଧ୍ୟରେ ଏହି ମାମଲାରେ ଜଡିତ ଥିବା , ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ମଧ୍ୟ ଗିରଫ କରିସାରିଛି। ଆଉ ବର୍ତ୍ତମାନ ସମୟରେ ସମସ୍ତେ ଜେଲ ଦଣ୍ଡ ଭୋଗୁଛନ୍ତି । ତେବେ ଅନ୍ୟପକ୍ଷରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ମଧ୍ୟ ଜେଲ ଦଣ୍ଡ ଭୋଗୁଛନ୍ତି । ଆଉ ତାଙ୍କ ପ୍ରେମିକ ବାବୁ ନିରଞ୍ଜନ ମଧ୍ୟ ଜେଲ ଭିତରେ ରହି ମାନସଙ୍କର ଭୁତ ଡ଼ରାଉଛି ବୋଲି ବାରମ୍ବାର କହିବାରେ ଲାଗିଛନ୍ତି । ତେବେ ଏହା ମଧ୍ୟରେ ସେ ଆଉ ଏକ ଗୁହାରି କରିଛନ୍ତି । ତାହା ହେଉଛି , ଶର୍ମିଷ୍ଠା ଏବଂ ତାଙ୍କୁ ଏକାଠି କରାଯାଉ ।

ସେ କହିଛନ୍ତି ଯେଉଁ ଶର୍ମିଷ୍ଠାଙ୍କୁ ସେ ପ୍ରଥମେ ନିଜ କ୍ୟାବିନ ଭିତରେ ଦେଖିଥିଲେ , ସେ ଅତ୍ୟନ୍ତ ସୁନ୍ଦର ଅଟନ୍ତି । ତାଙ୍କ କଥା , ଚାଲି ଆଉ ଦେହର ବାସ୍ନା ତାଙ୍କୁ ପାଗଳ କରିଦେଇଛି । ଖାଇଲେ , ବସିଲେ , ଚାଲିଲେ ସେ ଶର୍ମିଷ୍ଠାଙ୍କୁ ହିଁ ଦେଖିବାକୁ ପାଆନ୍ତି । ତାଙ୍କ ଆଖିର ଆକର୍ଷଣତା ତାଙ୍କୁ ପାଗଳ କରିଦେଇଛି । ତାଙ୍କ ହାତରେ ଶର୍ମିଷ୍ଠାଙ୍କର ହାତ ବାଜିବର ଅନୁଭବକୁ ସେ କେବେ ମଧ୍ୟ ଭୁଲିପାରିବେ ନାହିଁ । ତାଙ୍କୁ ଆଉ ଗୋଟିଏ ସେଲ୍ ରେ ରଖିଲେ , ସେ ଶର୍ମିଷ୍ଠାଙ୍କୁ ଭୁଲିଯିବେ ଏ କଥା ଯଦି କେହି ଭାବୁଥିବେ , ତେବେ ଏହା ତାଙ୍କର ବୋକାମି ଅଟେ । ଶର୍ମିଷ୍ଠା ଆକାଶ ହେଲେ , ସେ ମାଟି ବୋଲି ମଧ୍ୟ କହିଛନ୍ତି ।

ଏହାବ୍ୟତୀତ ସେ କହିଛନ୍ତି କି ସେ ଜଣେ କବି ଅଟନ୍ତି । ସେ କବିତା ମାଧ୍ୟମରେ ଆକାଶକୁ ମାଟିରେ ମିଶାଇ ଦେଇପାରନ୍ତି । ତାଙ୍କର ଏତେ ଗୁହାରି କରିବା ପରେ ମଧ୍ୟ କେହି ଶର୍ମିଷ୍ଠା ଏବଂ ତାଙ୍କୁ ଗୋଟିଏ ସେଲ ରେ ରଖିଲେ ନାହିଁ । ଏହାଦ୍ବାରା ଯଦି କେହି ଭାବୁଛନ୍ତି ଶର୍ମିଷ୍ଠା ଏବଂ ସେ ଅଲଗା ହୋଇଯିବେ , ତେବେ ଏହା ତାଙ୍କର ଭୁଲ୍ ଧାରଣା ଅଟେ । ଆଜି ଯାଏଁ ଏମିତି କେହି ଜନ୍ମ ହୋଇ ନାହାଁନ୍ତି ଯିଏ ସେମାନଙ୍କୁ ଅଲଗା କରିଦେବ । ସେ ଆହୁରି କହିଛନ୍ତି କି ଏହି ଇଟା ସିମେଣ୍ଟର କାନ୍ଥ ସେମାନଙ୍କ ପ୍ରେମକୁ ଅଟକାଇ ପାରିବ ନାହିଁ । ସେ ବାବୁ ନିରଞ୍ଜନ ଅଟନ୍ତି । ଆଉ ତାଙ୍କ କବିତାର ଛନ୍ଦ ଟିକିଏ ଅଲଗା ପ୍ରକାର ଅଟେ ବୋଲି ମଧ୍ୟ କହିଛନ୍ତି ।

ସେହି କବିତାର ଛନ୍ଦରେ କାନ୍ଥ ଭାଙ୍ଗିଯିବ । ତାଙ୍କ ପ୍ରେମ ଶାଶ୍ୱତ ଆଉ ଅମର ଅଟେ , ତେଣୁ କେହି ଚାହିଁଲେ ବି ଏହାକୁ ଭାଙ୍ଗି ପାରିବେ ନାହିଁ । କେହି ଅଟକାଇ ପାରିବେ କି ସେହି ପବନକୁ , ଯେଉଁ ପବନ ଶର୍ମିଷ୍ଠାଙ୍କର ଦେହରେ ବାଜି ତାଙ୍କ ସେଲ ଭିତରକୁ ପଶି ଆସୁଛି । ଆଉ ତାଙ୍କୁ ଅତୀତର ସମସ୍ତ ସ୍ମୃତିକୁ ମନେ ପକାଇ ଦେଉଛି । ଆଉ ସେତକ କଥା ଭାବି ଭାବି ସେ ସାରା ଜୀବନ ବଞ୍ଚିଯିବେ । ତାଙ୍କ ସ୍ମୃତିରେ ହିଁ ସେ ଜୀବନକୁ କାଟିଦେବେ । କିନ୍ତୁ ଯେତେ ଯାହା ହେଲେ ବି ଶର୍ମିଷ୍ଠା ତାଙ୍କର ଥିଲେ ଆଉ ସାରା ଜୀବନ ତାଙ୍କର ହିଁ ହୋଇ ରହିବେ । ଏଭଳି ଆଶ୍ଚର୍ଯ୍ୟକର ମନ୍ତବ୍ୟ ରଖିଛନ୍ତି ବାବୁ ନିରଞ୍ଜନ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

Leave a Reply

Your email address will not be published. Required fields are marked *