ବାସୀ ରୁଟି ଖାଉଥିଲେ ଥରେ ନିଶ୍ଚୟ ପଢ଼ନ୍ତୁ , ନହେଲେ ଭୋଗି ପାରନ୍ତି ବଡ଼ ସମସ୍ୟା

ଘରରେ ମହିଳା ମାନେ ଭୋଜନ ପ୍ରସ୍ତୁତ କରନ୍ତି । ଯାହାକି ସମସ୍ତଙ୍କ ସ୍ୱାସ୍ଥ୍ୟ ବର୍ଦ୍ଧକ ଅଟେ । ମାତ୍ର ବେଳେବେଳେ ମହିଳା ମାନଙ୍କର କିଛି ଭୁଲ କାରଣରୁ ପରିବାର ଲୋକେ ରୋଗାକ୍ରାନ୍ତ ହୋଇ ପଡ଼ନ୍ତି । ସାଧରଣତଃ ମହିଳା ମାନେ ପ୍ରସ୍ତୁତ କରୁଥିବା ଖାଦ୍ୟ ମଧ୍ୟରୁ ରୋଟି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ରୋଟି କରିବା ସମୟରେ ମହିଳାଙ୍କର ତିନୋଟି ଭୁଲ କାରଣରୁ ବ୍ୟକ୍ତିର ମାନ ସମ୍ମାନ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ପରିବାର ବର୍ବାଦ ମଧ୍ୟ ହୋଇଯାଇ ପାରେ । ତେଣୁ ଚାଲନ୍ତୁ ଜାଣିନେବା ସେହି ତିନୋଟି ଭୁଲ ବିଷୟରେ ।

୧ . ତିନୋଟି ରୁଟି :-

ତିନୋଟି ରୁଟି ଭୁଲରେବି କାହାକୁ ଖାଇବାକୁ ଦିଅନ୍ତୁ ନାହିଁ । ଯେଉଁ ବ୍ୟକ୍ତି ତିନୋଟି ରୁଟି ଏକା ସାଥିରେ ନେଇ ଖାଇଥାଏ ସେହି ବ୍ୟକ୍ତି ମଧ୍ୟକୁ ନକରାତ୍ମକତା ପ୍ରବେଶ କରିଥାଏ । କାରଣ ତିନୋଟି ରୁଟି ମୃତ ବ୍ୟକ୍ତିଙ୍କୁ ଦିଆଯାଇଥାଏ । ଯଦି ଆପଣ ତିନୋଟି ରୁଟି ଖାଉଛନ୍ତି ତେବେ ଗୋଟିଏ ଗୋଟିଏ ନେଇ ଖାଆନ୍ତୁ । ନଚେତ ତିନୋଟି ରୁଟି ନେଇ ସେଥିମଧ୍ୟରୁ ଗୋଟିଏ ରୁଟିକୁ ଦୁଇ ଭାଗ କରି ଦିଅନ୍ତୁ । ଯାହାଦ୍ୱାରା ରୁଟି ସଂଖ୍ୟା ୩ ବଦଳରେ ୪ ଟି ହୋଇଯିବ । ଏହାଦ୍ବାରା ପରିବାରରେ ଆଉ କୌଣସି ସମସ୍ୟା ଦେଖା ଦେବ ନାହିଁ ।

୨ . ଦୁଃଖ ମନରେ ରୋଷେଇ :-

ମହିଳାଙ୍କ ମନୋଭାବ ଉପରେ ମଧ୍ୟ ଘରର ସୁଖ ଶାନ୍ତି ନିର୍ଭର କରିଥାଏ । ଯଦି ମହିଳା ମାନେ ମନ ଦୁଃଖରେ ରୋଷେଇ କରନ୍ତି ତେବେ ତାହାଦ୍ୱାର ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଘରର ଲୋକଙ୍କ ଉପରେ ମଧ୍ୟ । ତେଣୁ ମହିଳା ମାନେ ଖୁସି ମନରେ ରୋଷେଇ କରିବା ଉଚିତ । ଏହାବ୍ୟତୀତ ଅନେକ ମହିଳା ରୋଷେଇ ସମୟରେ ହାତ ଆପରିଷ୍କାର କରି ରୋଷେଇ କରିଥାନ୍ତି ଯାହାଦ୍ୱାରା ଖାଦ୍ୟ ଦୂଷିତ ହୋଇଥାଏ । ତେଣୁ ହାତକୁ ସବୁବେଳେ ପରିଷ୍କାର ରଖିବା ଉଚିତ ।

୩ . ସନ୍ଧ୍ୟା ସମୟରେ ରୋଷେଇ ଘରୁ କୌଣସି ବି ଜିନିଷ କାହାକୁ ଦିଅନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି । ରୋଷେଇ ଘରରେ ଗୋଟିଏରୁ ଅଧିକ ଛୁରୀ ରଖନ୍ତୁ ନାହିଁ ଏବଂ ବୁଢିଆଣି ଜାଲ ମଧ୍ୟ ରହିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ । ଘରେ ରୋଷେଇ ପରର ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କୁ କେବେ ଅନ୍ନ ର ସମସ୍ୟା ଦେଖାଦେବ ନାହିଁ । ପ୍ରତ୍ୟେକ ଦିନ ପିମ୍ପୁଡ଼ିକୁ ଅଟା ଖାଇବାକୁ ଦିଅନ୍ତୁ ।

୪ . ବାସୀ ରୁଟି ଖାଇବା ଦ୍ୱାରା ଦେବଦେବୀ ପ୍ରସନ୍ନ ହୋଇଥାନ୍ତି । କାରଣ ଖାଦ୍ୟକୁ କେବେ ନଷ୍ଟ କରିବା ଉଚିତ ନୁହେଁ । କିନ୍ତୁ କେବେକେବେ ଘରେ ରୁଟି ବଳକା ହୋଇଯାଏ । ତେଣୁ ତାହାକୁ ସେବନ କଲେ ଦେବଦେବୀ ପ୍ରସନ୍ନ ହୁଅନ୍ତି । କିନ୍ତୁ ମନେ ରଖନ୍ତୁ ଖରାପ ହୋଇ ଯାଇଥିବା ରୁଟି ଖାଆନ୍ତୁ ନାହିଁ । ନଚେତ ତାହା ଦ୍ୱାରା ଦୋଷ ଲାଗିପାରେ କିମ୍ବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ ।

୫ . ଆଜିକାଲି ମହିଳା ମାନେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ବ୍ୟବହାର କରି ରୁଟି ତିଆରି କରିଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ ବରଂ ବେଲଣା କାଠି ଦ୍ୱାରା ରୁଟି ତିଆରି କରିବା ଉଚିତ । ଏହାବ୍ୟତୀତ ରୁଟି କରିବା ପରେ ବଳକା ଅଟା ରଖି ଆଗାମୀ ଦିନ ସେଥିରେ ରୁଟି ତିଆରି କରନ୍ତୁ ନାହିଁ ।

୬ . ରୋଷେଇ ଘରକୁ ଆପରିଷ୍କାର ରଖିବା ଦ୍ୱାରା ନକରାତ୍ମକତା ପ୍ରବେଶ କରିଥାଏ । ତେଣୁ ସବୁବେଳେ ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୭ . ରୋଷେଇ ଘର ସାମ୍ନାରେ ଝାଡୁ କିମ୍ବା ଜୋତା ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଯାହାଦ୍ୱାରା ପୁରା ଘରକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ ।

୮ . ମହିଳା ମାନେ ଧ୍ୟାନ ରଖିବା ଉଚିତ ଯେ ଖାଦ୍ୟ ତିଆରି କରିବା ସମୟରେ ତାହାକୁ ଚାଖିବା ଉଚିତ ନୁହେଁ । ଏହା ଏକ ଖରାପ ଅଭ୍ୟାସ ହେବା ସହିତ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ମଧ୍ୟ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଘର ଉପରକୁ ସମସ୍ୟା ଆସିଥାଏ ।

Leave a Reply

Your email address will not be published. Required fields are marked *