ଝଗଡା ହେବାରୁ, ସ୍ୱାମୀକୁ କିରୋସିନି ଢ଼ାଳି ନିଆଁ ଲଗାଇ ଦେଲା ସ୍ତ୍ରୀ…

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପୁରାପୁରି ସାଧାରଣ କଥା ଅଟେ । ଘରେ କିଛି ନା କିଛି କଥା ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମତାନ୍ତର ହୋଇଥାଏ କିନ୍ତୁ କିଛି ସମୟ ପରେ ସବୁକିଛି ଠିକ୍ ହୋଇ ଯାଇଥାଏ । ଦୁହିଁଙ୍କ ମଧ୍ୟରେ ରହିଥିବା ବୁଝାମଣା ଦୁହିଁଙ୍କ ସମ୍ପର୍କକୁ ଠିକ୍ କରି ଦେଇଥାଏ । ଆଉ ସେମାନେ ପୂର୍ବ ଭଳି ଜୀବନ ବଞ୍ଚିବା ଆରମ୍ଭ କରି ଦେଇଥାନ୍ତି ।

ଝଗଡା ନ ହେଲେ ମଧ୍ୟ ସମ୍ପର୍କରେ ସେହି ମିଠା ପଣ ଆସିବ ନାହିଁ । ତେବେ ସବୁ ତ ଠିକ୍ ଅଛି କିନ୍ତୁ ଯଦି ସମ୍ପର୍କରେ ଏହି ଝଗଡା ଆଗକୁ ସବୁବେଳେ ବଢ଼ି ଚାଲିଥାଏ ଆଉ ସମାଧାନ ହେବାର ନାମ ନିଏ ନାହିଁ , ତାପରେ ସମ୍ପର୍କ ପୁରାପୁରି ବିଗିଡି ଯାଇଥାଏ । ଆଉ ଏହା ଛଡା ଯଦି ସମ୍ପର୍କରେ ସନ୍ଦେହ ଆସିଯାଏ ନା , ତେବେ ସବୁକିଛି ବର୍ବାଦ ହୋଇଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ସନ୍ଦେହ କିପରି ପୁରା ସମ୍ପର୍କକୁ ଭାଙ୍ଗି ଚୁରମାର କରିପାରେ , ତାହାର ଏହା ଏକ ଉଦାହରଣ । ଆଉ ଏହି ସନ୍ଦେହ ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ନେଇଗଲା , ଅତି ଭୟଙ୍କର ରୂପ । ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ ସ୍ତ୍ରୀ ।

ନେଲା ଏପରି କିଛି ପଦକ୍ଷେପ , ଯାହାକୁ ଦେଖି ସମସ୍ତେ ପୁରାପୁରି ଭୟଭୀତ ହୋଇଗଲେ । ଜଣେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଘରେ ଲଗାଇ ଦେଲା ନିଆଁ । ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ପାଗାଫାଣ୍ଡି ଅଧୀନ ବାହାପାଟନା ଅଞ୍ଚଳରେ । ସୂଚନା ଅନୁଯାୟୀ , ପ୍ରିୟଙ୍କା ଦାସ ନାମକ ଜଣେ ମହିଳା ନିଜ ସ୍ଵାମୀ ତ୍ରିଜୟ ଦାସଙ୍କୁ ହତ୍ୟା କରିବା ପାଇଁ ଏପରି କାଣ୍ଡ କରିଛନ୍ତି ।

ପ୍ରିୟଙ୍କା ଦାସ ତାଙ୍କ ସ୍ଵାମୀ ତ୍ରିଜୟ ଦାସ ଘର ଭିତରେ ଶୋଇଥିବା ସମୟରେ ଘରେ କିରୋସିନି ପକାଇ ଦେଇଥିଲେ । ଆଉ ତାପରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । କିନ୍ତୁ ଭାଗ୍ୟବଶତଃ ଗାଆଁ ଲୋକ ସାଙ୍ଗେ ସାଙ୍ଗେ ଘର ଜଳୁ ଥିବାର ଦେଖି ତ୍ରିଜୟଙ୍କୁ ଉଦ୍ଧାର କରିଥିଲେ । ଆଉ ଘରେ ଲାଗିଥିବା ନିଆଁ ଲିଭାଇ ଦେଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା ।

ତାପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ବର୍ତ୍ତମାନ ତ୍ରିଜୟଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ଅଛି । ତାଙ୍କର ଦେହ ଅଧିକାଂଶ ସ୍ଥାନରେ ପୋଡ଼ି ଯାଇଛି । ତେଣୁ ବର୍ତ୍ତମାନ ତାଙ୍କ ବିଷୟରେ କିଛି କହି ହେବ ନାହିଁ । ଡାକ୍ତର କିଛି କହି ନାହାଁନ୍ତି । ତେବେ ଅନ୍ୟ ପକ୍ଷରେ ପ୍ରିୟଙ୍କାଙ୍କ ଉପରେ ତ୍ରିଜୟଙ୍କ ଭାଉଜ ଅଭିଯୋଗ ଲଗାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ ୧୮ ବର୍ଷ ହେଲାଣି ପ୍ରିୟଙ୍କା ଏବଂ ତ୍ରିଜୟ ବିବାହ କରିଥିଲେ ମଧ୍ୟ ସେମାନଙ୍କର କେହି ବି ସନ୍ତାନ ନାହାନ୍ତି । ତେଣୁ ପ୍ରିୟଙ୍କା ପରକୀୟା ପ୍ରୀତିରେ ଲିପ୍ତ ରହୁଥିଲେ । ଯାହାକୁ ତ୍ରିଜୟ ବିରୋଧ କରିବାକୁ ଲାଗିଥିଲେ । ତାଙ୍କୁ ଆଦୌ ଏ ସବୁ ଭଲ ଲାଗୁ ନଥିଲା । ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଏହି କଥା ପାଇଁ ଝଗଡା ହେଉଥିଲା ।

ଆଉ ସେଥିପାଇଁ ପ୍ରିୟଙ୍କା ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲେ ଆଉ ଏପରି ପଦକ୍ଷେପ ନେବା ପାଇଁ ପଛାଇ ନଥିଲେ । ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ପ୍ରିୟଙ୍କାଙ୍କୁ ପଚରା ଉଚରା କରିବା ସହିତ ସବୁ କଥା ଜାଣିବା ପାଇଁ ଚେଷ୍ଟା କରୁଛି । ତ୍ରିଜୟଙ୍କ ପରିବାର ଲୋକ ଆଉ ପ୍ରିୟଙ୍କାଙ୍କୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *