ଜେଲ ଭିତରେ ମତେ ଅତ୍ୟାଚାର କରାଯାଉଛି, ମୁଁ ଜେଲ ଭିତରେ ବହୁତ୍ କିଛି ସହୁଛି – ଅର୍ଚ୍ଚନା ନାଗ

କିଛି ଦିନ ତଳେ ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଖବର କାଗଜରେ କେବଳ ଗୋଟିଏ ନାଁ ଥିଲା ଅର୍ଚ୍ଚନା ନାଗ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ ବଡ଼ ବଡିଆ ଏବଂ ଖଣି ମାଲିକ ଫସିଛନ୍ତି। ଦିନ ପରେ ଦିନ ବିତିବା ସହିତ ଇଡି ପ୍ରତିଦିନ ଗୋଟେ ଗୋଟେ ନୂଆ ଚେହେରା ଲୋକଙ୍କ ସାମ୍ନାକୁ ଆଣିଲା। ଆଉ କିଛି ମାସର ତଦନ୍ତ ପରେ ଇଡିଙ୍କ ଆଗରେ ଅର୍ଚ୍ଚନାଙ୍କ ସବୁ ଖେଳ ଧରା ପଡିଗଲା। ଆଉ ତା ପରେ ତାଙ୍କୁ କୋର୍ଟ ଚାଲାଣ କରି ଜେଲକୁ ପଠାଇ ଦିଆଗଲା।

ଗତ ସୋମବାର ଦିନ ଅର୍ଚ୍ଚନା କୋର୍ଟ ଶୁଣାଣି ପାଇଁ ଝାରପଡ଼ା ଜେଲରୁ ଭୁବନେଶ୍ଵର ଆସିଥିଲେ। କୋର୍ଟ ଶୁଣାଣି ପରେ ଯେତେବେଳେ ଅର୍ଚ୍ଚନାଙ୍କୁ ଗାଡ଼ି ଭିତରକୁ ନିଆ ଯାଉଥିଲା ପୋଲିସର ଧସାଧସି ଭିତରେବି ଅର୍ଚ୍ଚନା ବହୁତ୍ କିଛି କହିଦେଇଛନ୍ତି। ତାଙ୍କ କଥା ଶୁଣି ଏବେ ସମସ୍ତଙ୍କ ମନରେ କିଛି ନା କିଛି ପ୍ରଶ୍ନ ଉଠିଛି।

ଅର୍ଚ୍ଚନା କହିଛନ୍ତି ମତେ ପୋଲିସ୍ ଷ୍ଟେସନ୍ ଭିତରେ ଟିକେ ଶାନ୍ତିରେ ରହିବାକୁ ଦେଉ ନାହାନ୍ତି। ସେମାନେ ମତେ ଟର୍ଚର କରୁଛନ୍ତି। ମୋ କଥା କେହି ଶୁଣୁ ନାହାନ୍ତି।ଜେଲ ଭିତରେ ମୁଁ ବହୁତ୍ କିଛି ସହୁଛି ସେମାନେ ମୋ ଉପରେ ଅତ୍ୟାଚାର କରୁଛନ୍ତି। ମୋ ଅବସ୍ଥା ଦେଖି ତମେ ମାନେ ଜାଣି ପାରୁଥିବା ମୁଁ ସେଠି କେମିତି ବଞ୍ଚିଛି। ମୁଁ ସତ କଥା କହିଲେ ମଧ୍ୟ ମୋ କଥା କେହି ଶୁଣୁ ନାହାଁନ୍ତି। ସେମାନେ ଜାଣି ଜାଣି ଶ୍ରଦ୍ଧାଞ୍ଜଳିକୁ ଧରୁ ନାହାଁନ୍ତି।

ସୌଭାଗ୍ୟ ମିଶ୍ର ନାଆରେ ଜଣେ ଲୋକ ଓଲଡ ଟାଉନର ଗୋଟେ ଲୁଗା ଦୋକାନୀ ସହିତ ଶ୍ରଦ୍ଧାକୁ ହନିମୁନ ପାଇ ପଠେଇଛି। ତାକୁ ପଚାର ସେ ସବୁ ସତ କଥା କହିବ। ସୌଭାଗ୍ୟ ମିଶ୍ର ସବୁ କଥା ଜାଣିଛି। ସେ ଶ୍ରଦ୍ଧାକୁ ଲଗେଇ ଦେହ ବେପାର କରୁଛି। ଏ କଥା ସମସ୍ତେ ଜଣିକି ମଧ୍ୟ କେହି କିଛି କରୁନାହାନ୍ତି। ମିଛରେ ଖାଲି ଶ୍ରଦ୍ଧାକୁ ଖୋଜିବାର ବାହାନା କରୁଛନ୍ତି। ଶ୍ରଦ୍ଧା ଧରାପଡିଲେ କେତେ ମନ୍ତ୍ରି ଏବଂ ବଡ଼ବଡ଼ିଆ ଲୋକଙ୍କ ନାଁ ମିଡ଼ିଆ ଆଗକୁ ଆସିବ ସେଥିପାଇଁ କେହି ଏ ବିଷୟରେ ଜାଣିବା ଚେଷ୍ଟା କରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *